Bisforana:Debashisa-Samantaraya-joins-BJP

ବିଜେପିରେ ଯୋଗଦେଲେ ଦେବାଶିଷ ସାମନ୍ତରାୟ

bhubaneswar

ଓଡିଶା ରାଜନୀତିରେ ପୁଣି ଏକ ବଡ ପରିବର୍ତ୍ତନ। ନୂଆଦିଲ୍ଲୀ ସ୍ଥିତ ଦଳୀୟ ମୁଖ୍ୟାଳୟରେ  ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି। ଗତକାଲି ହିଁ ଦେବାଶିଷ ସାମନ୍ତରାୟ ବିଜେଡିରୁ ଇସ୍ତଫା ଦେବା ସହ ରାଜ୍ୟସଭା ସାଂସଦ ପଦ ମଧ୍ୟ ଛାଡ଼ି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ଇସ୍ତଫା ପରେ ସେ ବିଜେଡି ଉପରେ ଖୋଲାଖୋଲି ବର୍ଷିଥିଲେ। ଲୋକଙ୍କ ସ୍ୱାର୍ଥ ଓ ନିଜ ରାଜନୈତିକ ଆଦର୍ଶକୁ ଆଗରେ ରଖି ଏହି କଠିନ ନିଷ୍ପତ୍ତି ନେଇଥିବା ସେ କହିଥିଲେଦୀର୍ଘ ଦିନ ଧରି ଦଳ ଭିତରେ ତାଙ୍କର ଅସନ୍ତୋଷ ବଢ଼ୁଥିବା ଚର୍ଚ୍ଚା ହେଉଥିଲା। ଗତବର୍ଷ ସେ ବିଜେଡିର ବରିଷ୍ଠ ନାଗରିକ ସେଲର ଉପସଭାପତି ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ ଏବଂ ଏନେଇ ଦଳ ସଭାପତି ନବୀନ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ।ଦେବାଶିଷଙ୍କ ବିଜେପି ଯୋଗଦାନକୁ ନେଇ ରାଜ୍ୟ ବିଜେଡି ପାଇଁ ଏକ ବଡ଼ ଝଟକା ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। 

Related News

0 Comments

Leave A Reply