Bisforana:ABVP-National-Executive-Meeting-to-be-held-in-Bhubaneswar-Odisha-the-holy-land-of-Lord-Jagannath-from-May-29-31

ଭଗବାନ ଜଗନ୍ନାଥଙ୍କ ପବିତ୍ର ଭୂମି ଓଡ଼ିଶାର ଭୁବନେଶ୍ୱରରେ ୨୯-୩୧ ମଇ ମଧ୍ୟରେ ଆୟୋଜିତ ହେବ ଏବିଭିପି ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ

bhubaneswar

ଏବିଭିପିର  ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକର ‘ନାଗରିକ  ସମ୍ବର୍ଦ୍ଧନା ସମାରୋହ’ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ।

ଶିକ୍ଷା, ସାମାଜିକ, ଜାତୀୟ ସୁରକ୍ଷା, ଆର୍ଥିକ ଏବଂ ସମସାମୟିକ ବିଷୟ ଉପରେ ଆଲୋଚନା କରି ପ୍ରସ୍ତାବ ପାରିତ କରାଯିବ ।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦ ବୈଠକ ୨୯ ରୁ ୩୧ ମେ ୨୦୨୬ ପର୍ଯ୍ୟନ୍ତ  ଶିକ୍ଷା ‘ଓ’ ଅନୁସନ୍ଧାନ(ସୋଆ) ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେବ। ଦେଶର ସମସ୍ତ ରାଜ୍ୟରୁ ୪୮୪ ଜଣ କାର୍ଯ୍ୟକର୍ତ୍ତା ପ୍ରତିନିଧି ଏହି ବୈଠକରେ ଉପସ୍ଥିତ ରହିବେ, ଯେଉଁଥିରେ ଏବିଭିପିର  ରାଷ୍ଟ୍ରୀୟ ପଦାଧିକାରୀ, ଦେଶବ୍ୟାପୀ ଶିକ୍ଷାନୁଷ୍ଠାନର ଛାତ୍ର କାର୍ଯ୍ୟକର୍ତ୍ତା, ଶିକ୍ଷାବିତ୍ ଏବଂ ବିଭିନ୍ନ ଆୟାମ ଗତିବିଧି ସହିତ ଯୋଡ଼ିତ ପ୍ରତିନିଧି କାର୍ଯ୍ୟକର୍ତ୍ତାମାନେ ସହଭାଗ କରିବେ।

ବୈଠକ ପୂର୍ବରୁ  ମେ ୨୭ ତାରିଖରେ କେନ୍ଦ୍ରୀୟ କାର୍ଯ୍ୟସମିତିର ବୈଠକ ଆୟୋଜିତ ହେବ, ଯେଉଁଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ମୋଟ ୧୦୬ ଜଣ କାର୍ଯ୍ୟକର୍ତ୍ତା ଅପେକ୍ଷିତ ରହିବେ। ସେହିପରି ମେ ୨୮ ତାରିଖରେ ଏବିଭିପିର  ବିଭିନ୍ନ ଆୟାମ, କାର୍ଯ୍ୟ ଓ ଗତିବିଧି ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ କରାଯିବ। ଏହି ବୈଠକରେ ବର୍ଷବ୍ୟାପୀ ପରିଚାଳିତ ଗତିବିଧି,ହେଉଥିବା କାର୍ଯ୍ୟକ୍ରମ, କାର୍ଯ୍ୟବିସ୍ତାର ଯୋଜନା ଏବଂ ଆଗାମୀ କାର୍ଯ୍ୟଯୋଜନା ଉପରେ ବିସ୍ତୃତ ଆଲୋଚନା ହେବ। କ୍ରୀଡ଼ା, କଳା, ସେବା, ପର୍ଯ୍ୟାବରଣ, ଗବେଷଣା, ଚିକିତ୍ସା, କୃଷି, ପ୍ରଯୁକ୍ତି, ଜନଜାତି ଏବଂ ଆନ୍ତର୍ଜାତୀୟ ବିଦ୍ୟାର୍ଥୀ ସମ୍ପର୍କ ଆଦି ବିବିଧ କ୍ଷେତ୍ରରେ ଚାଲିଥିବା କାର୍ଯ୍ୟର ସମୀକ୍ଷା କରାଯିବ ଏବଂ ବିସ୍ତାରର ଦିଗ ନିର୍ଦ୍ଧାରଣ କରାଯିବ।

ବୈଠକର “ନାଗରିକ ସମ୍ବର୍ଦ୍ଧନା ସମାରୋହ” ଆୟୋଜିତ ହେବ। ଏହି ସମାରୋହରେ ଏବିଭିପିର ପୂର୍ବତନ ଏବଂ ବର୍ତ୍ତମାନର କାର୍ଯ୍ୟକର୍ତ୍ତା, ସମାଜ ଜୀବନରେ ବିଭିନ୍ନ କ୍ଷେତ୍ର ସହ ଜଡିତ ପ୍ରବୁଦ୍ଧଜନ, ଶିକ୍ଷାବିତ୍ ଏବଂ ସାମାଜିକ ନେତୃତ୍ୱକର୍ତ୍ତାମାନେ ଉପସ୍ଥିତ ରହିବେ। ଏହି ସମାରୋହରେ ଓଡ଼ିଶା ସରକାରଙ୍କ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ।

ତିନି ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦ ବୈଠକରେ ବର୍ତ୍ତମାନର ଜାତୀୟ ପରିଦୃଶ୍ୟ, ଶିକ୍ଷା ବ୍ୟବସ୍ଥା, ଯୁବମାନଙ୍କର ଭୂମିକା, ଜାତୀୟ ସୁରକ୍ଷା, ସାମାଜିକ ଓ ଆର୍ଥିକ ବିଷୟ, ସାଂଗଠନିକ ସମୀକ୍ଷା ଏବଂ ବିସ୍ତାର ତଥା ସମସାମୟିକ ଆହ୍ୱାନ ଉପରେ ବୃହତ୍ ବିଚାର- ବିମର୍ଶ, ଚର୍ଚ୍ଚା ହେବ। ଏହି ପରିପ୍ରେକ୍ଷୀରେ  ‘ଅଖିଳ ଭାରତୀୟ ବିଚାର ବୈଠକ ୨୦୨୫’ର ସମୀକ୍ଷା ଏବଂ ‘ସଂଗଠାନାତ୍ମକ ବିଚାର ବୈଠକ ୨୦୨୬’ର ନିର୍ଣ୍ଣୟର ବିସ୍ତୃତ ଚର୍ଚ୍ଚା ହେବ। ସେହିପରି ଅଭିଯାନାତ୍ମକ, କାର୍ଯ୍ୟକ୍ରମାତ୍ମକ ଏବଂ ସଂଗଠାନତ୍ମକ ବିଷୟର ସମୀକ୍ଷା ସହ ଆଗାମୀ ବର୍ଷର କାର୍ଯ୍ୟଯୋଜନା ମଧ୍ୟ ନିର୍ଦ୍ଧାରଣ କରାଯିବ। ସମସ୍ତ ଶିକ୍ଷାନୁଷ୍ଠାନରେ ଛାତ୍ର ସଂସଦ ନିର୍ବାଚନ ହେବା ଉଚିତ୍ ବୋଲି ଦେଶର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରୁ ଆସିଥିବା ଛାତ୍ରସଂଘ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତାମାନେ ଚର୍ଚ୍ଚାରେ ସହଭାଗୀ ହେବେ।

ଏବିଭିପି ଦ୍ୱାରା ଗ୍ରହଣ କରାଯାଇଥିବା ‘Screen Time to Activity Time’ ଅଭିଯାନ, ‘ବନ୍ଦେ ମାତରମ୍‌ର ୧୫୦ ବର୍ଷ’, ‘ଛାତ୍ରାବାସ ସର୍ଭେକ୍ଷଣ ଅଭିଯାନ’, ‘ପ୍ରାଧ୍ୟାପକ ଯଶବନ୍ତରାଓ କେଲକର ଜନ୍ମଶତବାର୍ଷିକୀ ବର୍ଷ’, ‘ଆପାତକାଳ ନିଷେଧର ୫୦ ବର୍ଷ’, ‘ଶ୍ରୀ ଗୁରୁ ତେଗବହାଦୁର ବଳିଦାନ ଦିବସର ୩୫୦ ବର୍ଷ’, ‘ସନ୍ଥ ଶିରୋମଣି ରବିଦାସଜୀଙ୍କ ୬୫୦ତମ  ପ୍ରକାଶ ଉତ୍ସବ’ ଆଦି ବିଷୟ ଉପରେ ଚିନ୍ତନ-ମନ୍ଥନ କରି ଆଗାମୀ କାର୍ଯ୍ୟଯୋଜନା ବୈଠକରେ ନିର୍ଦ୍ଧାରିତ ହେବ । ସଂଗଠନାତ୍ମକ , ଗୁଣାତ୍ମକ ବିକାଶ ହେତୁ ସଦସ୍ୟତା, ପରିସର ଶାଖା ଗଠନ ଏବଂ ଅନ୍ୟାନ୍ୟ ବିଷୟ ଉପରେ ଚର୍ଚ୍ଚା ସହ ବିଭିନ୍ନ ପ୍ରାନ୍ତ ଦ୍ୱାରା ନିଆଯାଇଥିବା ବିଶେଷ ଅଭିଯାନ ଏବଂ ଶାଖା ଗୁଡ଼ିକରେ ହୋଇଥିବା ନୂତନ ପ୍ରୟୋଗର ବୃତ୍ତର ବିଶ୍ଳେଷଣ କରି ଆଗାମୀ ବର୍ଷ ପାଇଁ ଲକ୍ଷ୍ୟ ନିର୍ଦ୍ଧାରିତ କରାଯିବ। ରାଷ୍ଟ୍ରୀୟ ଅଧିବେଶନ ୨୦୨୬, SEIL ଯାତ୍ରା, ଆନ୍ତର୍ଜାତୀୟ ବିଦ୍ୟାର୍ଥୀ ସମ୍ପର୍କ ଏବଂ ବିଭିନ୍ନ ଆୟାମର ଆଗାମୀ ଯୋଜନା ଉପରେ ମଧ୍ୟ ବିଚାର-ବିମର୍ଶ ହେବ। ସେହିପରି ଶିକ୍ଷା, ସାମାଜିକ, ଆର୍ଥିକ, ଜାତୀୟ ସୁରକ୍ଷା ଏବଂ ଯୁବାମାନଙ୍କ  ସହ ଜଡିତ ସମସାମୟିକ ବିଷୟ ଉପରେ ଚର୍ଚ୍ଚା ପରେ ପ୍ରସ୍ତାବ ପାରିତ କରାଯିବ।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଷ୍ଟ୍ରୀୟ ମହାମନ୍ତ୍ରୀ ଡ଼. ବୀରେନ୍ଦ୍ର ସିଂହ ସୋଲଙ୍କୀ କହିଛନ୍ତି, “ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦର ଏହି ବୈଠକ ବର୍ତ୍ତମାନ ସମୟର ଆହ୍ୱାନ ଏବଂ ଅବସରର ସନ୍ଦର୍ଭରେ ବିଦ୍ୟାର୍ଥୀ ପରିଷଦର ଆଗାମୀ ଦିଗ ନିର୍ଦ୍ଧାରଣ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହି ବୈଠକରେ ଦେଶର ସମସ୍ତ ପ୍ରାନ୍ତରୁ ଏବିଭିପିର  ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହିବେ। ବିଭିନ୍ନ ସଙ୍ଗଠନାତ୍ମକ, ଶୈକ୍ଷିକ, ପର୍ଯ୍ୟାବରଣ, ଆର୍ଥିକ, ଜାତୀୟ ସୁରକ୍ଷା ଏବଂ ଯୁବ ମାନଙ୍କ ଭୂମିକା ଭଳି ବିଷୟ ଉପରେ ବିସ୍ତୃତ ଚିନ୍ତନ-ମନ୍ଥନ ପଶ୍ଚାତ ପ୍ରସ୍ତାବ ପାରିତ କରାଯିବ। ଏହି ବିଷୟଗୁଡ଼ିକ ଉପରେ ଆଗାମୀ ଦିନରେ ଏବିଭିପି ପ୍ରତ୍ୟେକ ନଗର ଓ ପରିସର ଶାଖା କାର୍ଯ୍ୟ କରିବ। ଭୁବନେଶ୍ୱରର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଭୂମିରେ ଆୟୋଜିତ ଏହି ବୈଠକ ସଙ୍ଗଠନାତ୍ମକ ଉର୍ଜା, ବୈଚାରିକ ସ୍ପଷ୍ଟତା ଏବଂ କାର୍ଯ୍ୟକ୍ରମାତ୍ମକ ବିସ୍ତାରର ମହତ୍ତ୍ୱପୂର୍ଣ୍ଣ କେନ୍ଦ୍ର ହୋଇ ଛାତ୍ରଶକ୍ତିକୁ ସଶକ୍ତ କରିବ।”

0 Comments

Leave A Reply