ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ। ପାହାଳ ଅଞ୍ଚଳର ଏକ ଭଡ଼ା ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର।ମୃତଦେହ ଉଦ୍ଧାର ହୋଇଥିବା ଯୁବତୀଙ୍କ ନାମ ଗୋଲ୍ଡି ଓରଫ ମନୀଷା।ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲାର ଏହି ଯୁବତୀ ଏମ୍ବିଏ ଶିକ୍ଷିତ ହେବା ସହ ବିଭିନ୍ନ ଘରୋଇ କମ୍ପାନୀର ମାନବ ସମ୍ବଳ ବିଭାଗରେ କାମ କରିବାର ଅଭିଜ୍ଞତା ରଖିଥିଲେ।କିଛି ମାସ ତଳେ ଚାକିରି ଛାଡ଼ିବା ପରେ ମନୀଷା ନିଜର ଏକ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଥିଲେ। ତେବେ ଗତ ୬ ମାସ ତଳେ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଥିବା ସୂଚନା ମିଳିଛି। ଚାକିରି ଚାଲିଯିବା ପରେ ସେ ଏହି ଭଡ଼ା ଘରେ ରହୁଥିଲେ।ହଠାତ ମୃତ୍ୟୁ ଖବର ପାଇ ପାହାଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରିଥିଲା। ସାଇଣ୍ଟିଫିକ୍ ଟିମ୍ ମଧ୍ୟ ତଦନ୍ତ ଆରମ୍ଭ କରିଛି। ମନୀଷାଙ୍କ ମୋବାଇଲ ଜବତ ହୋଇଥିବା ବେଳେ କଲ୍ ରେକର୍ଡ ଯାଞ୍ଚ କରାଯିବ। ତଦନ୍ତ ପରେ ହିଁ ମନୀଷାଙ୍କ ମୃତ୍ୟୁ ପଛର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ।