Bisforana:Prime-Minister-to-distribute-appointment-letter-on-the-occasion-of-19th-Employment-Fair-186-candidates-of-Odisha-will-be-recruited-in-Bhubaneswar

୧୯ତମ ରୋଜଗାର ମେଳା ଅବସରରେ ପ୍ରଧାନମନ୍ତ୍ରୀ ବାଣ୍ଟିବେ ନିଯୁକ୍ତି ପତ୍ର; ଭୁବନେଶ୍ୱରଠାରେ ଓଡ଼ିଶାର ୧୮୬ ଜଣ ପ୍ରାର୍ଥୀ ପାଇବେ ନିଯୁକ୍ତି

bhubaneswar

ଆସନ୍ତା ୨୩ ମେ ୨୦୨୬ ପୂର୍ବାହ୍ନ ୧୧ ଟାରେ ଦେଶର ୪୭ଟି ସ୍ଥାନରେ ୧୯ତମ ରୋଜଗାର ମେଳା ଆୟୋଜିତ ହେବ, ଯେଉଁଥିରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୫୧,୦୦୦ ରୁ ଅଧିକ ନବନିଯୁକ୍ତ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ ଏବଂ ଏହି ଅବସରରେ ସମାବେଶକୁ ସମ୍ବୋଧିତ କରିବେ।

 ଦେଶବ୍ୟାପୀ ପାଳିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର  ଏକ ଅଂଶ ସ୍ୱରୂପ, ଭୁବନେଶ୍ୱରଠାରେ ମାନ୍ୟବର କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ  ଜୁଏଲ ଓରାମଙ୍କ ଅଧ୍ୟକ୍ଷତାରେ ରେଳୱେ ଅଡିଟୋରିୟମରେ ରୋଜଗାର ମେଳା ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ସମୟରେ ଓଡ଼ିଶାର ୧୮୬ ଜଣ ପ୍ରାର୍ଥୀ ବିଭିନ୍ନ ସରକାରୀ ପଦବୀ ପାଇଁ ନିଯୁକ୍ତି ପତ୍ର ଗ୍ରହଣ କରିବେ।

ନବନିଯୁକ୍ତ ପ୍ରାର୍ଥୀମାନେ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗରେ ଯୋଗଦେବେ, ଯେଉଁଥିରେ ରେଳ ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ଥିକ ସେବା ବିଭାଗ, ଉଚ୍ଚଶିକ୍ଷା ବିଭାଗ ଏବଂ ଅନ୍ୟାନ୍ୟ ବିଭାଗ ସାମିଲ ରହିଛି।

ରୋଜଗାର ମେଳା ହେଉଛି ଭାରତ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଯାହାର ଉଦ୍ଦେଶ୍ୟ ହେଉଛି ରୋଜଗାର ସୃଷ୍ଟିକୁ ତ୍ୱରାନ୍ୱିତ କରିବା ଏବଂ ଯୁବକଯୁବତୀମାନଙ୍କୁ ସାର୍ଥକ ସୁଯୋଗ ପ୍ରଦାନ କରିବା। ଏହାର ଆରମ୍ଭଠାରୁ, ଦେଶରେ ଆୟୋଜିତ ୧୮ଟି ରୋଜଗାର ମେଳା ମାଧ୍ୟମରେ ପ୍ରାୟ ୧୨ ଲକ୍ଷ ନିଯୁକ୍ତି ପତ୍ର ବଣ୍ଟନ କରାଯାଇସାରିଛି, ଯାହା ରୋଜଗାର ସୃଷ୍ଟି ଏବଂ ଯୁବ ସଶକ୍ତିକରଣ ପ୍ରତି ସରକାରଙ୍କ ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।

Related News

0 Comments

Leave A Reply