Bisforana:ସାରା-ବିଶ୍ୱରେ-କୋରନା-ଆତଙ୍କ

ସାରା ବିଶ୍ୱରେ କୋରନା ଆତଙ୍କ

ଭୁବନେଶ୍ୱର

ସାରା ବିଶ୍ୱରେ କୋରନା ଭାଇରସ  ଆତଙ୍କ ଖେଳାଇବାରେ ଲାଗିଛି । କରୋନାକୁ ନେଇ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଜୋରଦାର ପ୍ରସ୍ତୁତି ।ଏ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସମୀକ୍ଷ ବୈଠକ ବସିଛି । ସମୀକ୍ଷା ବୈଠକ ଶେଷ ପରେ ସ୍ୱାସ୍ଥ୍ୟ ସଚିବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ରକ୍ତ ନମୁନା ପରୀକ୍ଷା କେନ୍ଦ୍ର ଖୋଲିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖାଯିବ । କଟକ SCB RMRC ରେ ରକ୍ତ ପରୀକ୍ଷା କରିବା ପାଇଁ ଚିଠି ଲେଖାଯିବ । କୌଣସି ସ୍ଥାନରେ ଏକତ୍ର ନହେବା ତଥା ବଡ ବଡ ସଭାସମିତି ନକରିବା ନେଇ ଲୋକ ମାନଙ୍କୁ ସଚେତନତା କରାଯାଉଛି । କରାମର୍ଦନ, ଆଲିଙ୍ଗନ ନ କରିବାକୁ ମଧ୍ୟ ଲୋକଙ୍କୁ ପରାମର୍ଶ ଦିଆଯାଉଛି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ।ସେହିଭଳି ବର୍ତ୍ତମାନ ସୁଦ୍ଧା ୧୧୫ ସନ୍ଦିଗ୍ଧ ରୋଗୀ ଙ୍କୁ ଚିହ୍ନଟ କରାଯାଇ ହୋମ ଆଇସୋଲେସନ ପାଇଁ ପରାମର୍ଶ ଦିଆଯାଇଛି । ସେମାନଙ୍କ ନିୟମିତ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଉଛି । ଭିଡିଓ ପର୍ମାର୍ଟରେ ଲୋକଙ୍କୁ ଅଧିକ ସଚେତନ କରାଯିବ । ସେଥିପାଇଁ ଗାଇଡ୍ ଲାଇନ ପ୍ରସ୍ତୁତ କରାଯାଇଛି । ଭାଇରସ୍ ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରତିଶେଧକ ବ୍ୟବସ୍ଥା କରାଯାଇଛି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।ସେହିଭଳି କରୋନାକୁ ମୁକାବିଲା କରିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରାଯାଇଛି । କରୋନା ସମ୍ପର୍କରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ପୂର୍ବରୁ ବିଦ୍ୟାଳୟ ଗୁଡିକୁ ସତର୍କ କରିଛୁ। ଏବେ ମଧ୍ୟ କରିବୁ। ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଅନୁସାରେ ପଦକ୍ଷେପ ନିଆଯିବ। ଅନ୍ୟ ଯେଉଁ ରାଜ୍ୟରେ କରୋନା ଚିହ୍ନଟ ହୋଇଛି, ସେଠି ସ୍କୁଲ ବନ୍ଦ ହେଉଛି। ଓଡ଼ିଶାରେ ଯେହେତୁ ଚିହ୍ନଟ ହୋଇନି ସ୍କୁଲ ବନ୍ଦ ହେବନାହିଁ। ଯେହେତୁ ଦେଶର ବିଭିନ୍ନ ରାଜ୍ୟରେ କରୋନା ଭାଇରସ ଚିହ୍ନଟ ହେଲାଣି ତେଣୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ସତର୍କ କରାଯିବ ।

Tags

#korana#

0 Comments

Leave A Reply