Bisforana:priyanka-gandhi

ଶ୍ରୀମତୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଅଶାଳୀନ ବକ୍ତବ୍ୟ ପ୍ରଦାନ ବିରୁଦ୍ଧୁରେ ପ୍ରଦେଶ ମହିଳା କଂଗ୍ରେସ ପକ୍ଷରୁ ଦାବି ପତ୍ର

ଭୁବନେଶ୍ୱର ,ନୂତନ ଭାବେ ନିଯୁକ୍ତି ପାଇଥିବା ଅଖିଳ ଭାରତ କଂଗ୍ରେସ କମିଟିର ମହାସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବାପରେ ଶ୍ରୀମତୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଟ୍ୱିଟ୍ ମାଧ୍ୟମରେ ଅଶାଳୀନ ବକ୍ତବ୍ୟ ପ୍ରଦାନ କରାଯାଇଥିବାରୁ କ୍ଷୋଭ ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ଅଖିଳ ଭାରତ ମହିଳା କଂଗ୍ରେସ ଅଧ୍ୟକ୍ଷା ସୁଶ୍ରୀ ସୁମିତ୍ରା ଦେବଙ୍କ ଆହ୍ୱାନ କ୍ରମେ  ପ୍ରଦେଶ ମହିଳା କଂଗ୍ରେସ ତରଫରୁ ସଭାନେତ୍ରୀ ଶ୍ରୀମତୀ ସୁମିତ୍ରା ଜେନାଙ୍କ ନେତୃତ୍ୱରେ ରାଜ୍ୟ ମହିଳା କଂଗ୍ରେସର ଶତାଧିକ କର୍ମୀ ପୋଲିସ୍ କମିଶନରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏହି ଦାବି ପତ୍ରରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ କଠୋର ଦଣ୍ଡ ବିଧାନ କରିବା ପାଇଁ ଦାବୀ କରିଥିଲେ ଏବଂ ଏଭଳି ଘଟଣାର ପୁନରାବୃତି କିପରି ନହେବ ସେଥିପାଇଁ ଚେତାବନୀ ଦେଇଥିଲେ । 

ପ୍ରଦେଶ କଂଗ୍ରେସ କମିଟିର ଉପସଭାପତି ବିଶିଷ୍ଟ ଆଇନ୍ଜୀବୀ ଶ୍ରୀ ଶିବାନନ୍ଦ ରାୟ, ଉପସଭାନେତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁ, ଆଇନ୍ଜୀବୀ କଟକ ନଗର ଜିଲ୍ଲା ମହିଳା ସଭାପତି ଶ୍ରୀମତୀ ଶୈଳବାଳା ଜେନା ପୋଲିସ୍ କମିଶନରଙ୍କ ସହ ଆଲୋଚନା କରିଥିଲେ ।  ଏହି ବିକ୍ଷୋଭରେ ପ୍ରଦେଶ ମହିଳା କଂଗ୍ରେସର କାର୍ଯ୍ୟକାରୀ ସଭାପତି ବନ୍ଦିତା ପରିଡ଼ା, ଭୁବନେଶ୍ବର ଜିଲ୍ଲା  କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ରଶ୍ମି ମହାପାତ୍ର, ସ୍ୱାଧୀନବାଳା ଦାସ, ପ୍ରତିମା ମଲ୍ଲିକ, ପ୍ରଣତୀ ମିଶ୍ର, ଭାଗ୍ୟଶ୍ରୀ ପ୍ରଧାନ, ଶ୍ରୀୟା ସମ୍ବେଦନା, ସୁଜାତା ଜେନା, କୁସୁମ ପ୍ରଧାନ, ସ୍ମୃତିରେଖା ପହି, ବିନିତା ମାଝୀ, ଲଳିତା ସାହୁ, ନିରୁପମା ଦାସ, କନକଲତା ମଲ୍ଲିକ, ଏମଏ ପରୱିନ, ଚୌଧୁରୀ ସ୍ନେହଲତା ରାୟ, ସୁର୍ଯ୍ୟକାନ୍ତି ବାଗ, ଦିପ୍ତିରାଣୀ ପ୍ରଧାନ, ପ୍ରତିମା ଜେନା, ବିଜୟନୀ ତିରିଆ, ରେଖା ହୋତା, ଏଲ ମାଣିକ ପ୍ରଭା, ମଞ୍ଜୁଲତା ବାରିକ, ସିଲି ସେଠୀ, ପ୍ରଜ୍ଞାପରମିତା ମହାନ୍ତି, ପ୍ରତିମା ପଣ୍ଡା, ଆରତୀ ସ୍ୱାଇଁ, ରିତାଶ୍ରୀ ମହାନ୍ତି, ସୁରେଖା ମଲ୍ଲିକ, ସୁଚିତ୍ରା ବେଉରା, ସରସ୍ୱତୀ ପାତ୍ର, ନିର୍ମଳା ମଲ୍ଲିକ, ଖୁଲଣା ଜେନା, ଅନ୍ନପୂର୍ଣ୍ଣା ସାହୁ, ବୈଶାଳୀ ବେହେରା, ଗୀତାଞ୍ଜଳି ମହାନ୍ତି, ସୟାତ ଜହାନ ପ୍ରମୁଖ ବହୁ ମହିଳା କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ । 

Tags

odisha

0 Comments

Leave A Reply