ଭୁବନେଶ୍ୱର 29 ଅଗଷ୍ଟ- ରାଜ୍ୟ ଗଣଶିକ୍ଷା ବିଭାଗର ନିଷ୍ପତି କ୍ରମେ ୧୦୦ରୁ କମ୍ ଛାତ୍ର ଛାତ୍ରୀ ଥିବା ଉଚ୍ଚପ୍ରାଥମିକ ବିଦ୍ୟାଳୟ ଗୁଡିକରେ କଳା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଛଟେଇ ପାଇଁ ନିଆଯାଇଥିବା ନିଷ୍ପତି ପ୍ରତ୍ୟାହାର ନିମନ୍ତେ ବିଧାନ ସଭା ସମ୍ମୁଖରେ ଓଡିଶା କଳା ଶିକ୍ଷକ ସଂଘ ଧାରଣା ଦେଇଥିଲା ଓ ଏକ ବିଶାଳ ପଟୁଆରାରେ କଳା ଶିକ୍ଷକ ଶିକ୍ଷୟତ୍ରୀ ମାନେ ମାଷ୍ଟରକ୍ୟାଟିନ ଠାରୁ ବାହାରି ବିଧାନ ସଭା ସମ୍ମୁଖରେ ପହଚିଂ ଥିଲେ । ସେଠାରେ ସଭାନେତ୍ରୀ ଆରତୀ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇ ସମସ୍ତ ଜିଲ୍ଲାର ନେତୃତ୍ୱ ମଣ୍ଡଳୀ ସରକାରଙ୍କ କଳା ଶିକ୍ଷକଙ୍କ ପ୍ରତି ଏଭିଳ ମନୋଭାବ ପ୍ରକାଶ କରିବାକୁ ନିନ୍ଦା କରିବା ସହ ଦୁଃଖ ପ୍ରକାଶ କରିଥିଲେ । ୬ ବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ବିଦ୍ୟାଳୟମାନଙ୍କରେ ନିସ୍ୱାର୍ଥପର ଭାବେ ସଙ୍ଗୀତ, ନୃତ୍ୟ ଓ ନାଟକ ଶିକ୍ଷା ଦେଇ ଆସିଥିଲେ ହେଁ ସରକାର ଛାତ୍ରଛାତ୍ରୀମାନଙ୍କ ଉପସ୍ଥାନ କମିଲେ କଳା ଶିକ୍ଷକ ଶିକ୍ଷୟତ୍ରୀ ଛଟେଇ ହେବା ଆଗାମୀ ଦିନରେ ବିଦ୍ୟାଳୟ ଗୁଡିକରେ ଅଧ୍ୟୟନ ରତ ଛାତ୍ରଛାତ୍ରୀମାନଙ୍କୁ କଳା ଶିକ୍ଷାରୁ ବଚିଂତ କରିବା ଦ୍ୱାରା ସରକାରୀ ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀ ଉପସ୍ଥାନ ହ୍ରାସ ପାଇବ ଏବଂ ସଙ୍ଗୀତ ମହାବିଦ୍ୟାଳୟ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଭଳି କଳାର ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ଗୁଡିକରେ ହଜାର ହଜାର ଡିଗ୍ରୀ ଧରି ଛାତ୍ରଛାତ୍ରୀ ଉତୀର୍ଣ୍ଣ ହେଇଆସୁଥିଲେ ମଧ୍ୟ ସେମାନଙ୍କର ବିଦ୍ୟାଳୟରେ ନିଯୁକ୍ତି ପ୍ରକ୍ରିୟା ସମାପ୍ତ ହୋଇଯିବ । ତାହା ସରକାରଙ୍କ ଓଡିଶାର କଳା ସଂସ୍କୃତି ପ୍ରତି ଆନ୍ତରିକତା ମନୋଭାବ ଲୋକଲୋଚନକୁ ଆସିବ । ଏହା ସରକାର ବିଚାର କରିବାକୁ ସଂଘର ଉପଦେଷ୍ଟା । ଜ୍ୟୋତିରଞ୍ଜନ ମହାପାତ୍ର ଅନୁରୋଧ କରିଥିଲେ । ପରେ ମାନ୍ୟବର ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାସକୁ କଳା ଶିକ୍ଷକ ସଂଘର ଏକ ନେତୃତ୍ୱ ମଣ୍ଡଳୀ ରାଜ୍ୟ ସଚ୍ଚିବାଳୟରେ ଭେଟି ଏ ସମସ୍ତ ବିଷୟ ଆଲୋଚନା କରିଥଲେ । ମନ୍ତ୍ରୀ କଳା ଶିକ୍ଷକ ଓ ଶିକ୍ଷୟତୀ ମାନଙ୍କୁ ଉଚ୍ଚ ବିଦ୍ୟାଳୟରୁ ଛଟେଇ କରାଯିବ ନାହିଁ ଏବଂ ଓପେପା କିରଥିବା ଚିଠିକୁ ଯଥାଶୀଘ୍ର ଫେରସ୍ତ ନିଆଯିବାର ପ୍ରତିଶୃତି ଦେଇଥିଲେ । ମନ୍ତ୍ରୀଙ୍କ କଳା ଶିକ୍ଷକ ଶିକ୍ଷୟତୀମାନଙ୍କ ପ୍ରତି ଆଦର ରହିଛି ଏବଂ ସେ କଳା ସଂସ୍କୃତିକୁ ପ୍ରୋତ୍ସାହନ ଦେଇଆସୁଥିବାରୁ କଳା ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ତାଙ୍କ ପ୍ରତିଶୃତିକୁ ସମ୍ମାନ ଜଣାଇ ଆନ୍ଦୋଳନକୁ ସ୍ତଗିତ ରିଖିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।