Bisforana:CPIs-strong-condemnation-of-the-attack-on-senior-MLA-Narendra-Pratap-Swain

ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଉପରେ ଆକ୍ରମଣ ଘଟଣାକୁ ସି.ପି.ଆଇ.ର ତୀବ୍ର ନିନ୍ଦା

bhubaneswar

ତିଗିରିଆ ପଞ୍ଚାୟତ ସମିତି ବୈଠକକୁ ଯାଉଥିବା ସମୟରେ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ଆଠଗଡ଼ର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ସି.ପି.ଆଇ.ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି।

 ଜନସାଧାରଣଙ୍କ ଦ୍ୱାରା ନିର୍ବାଚିତ ଜଣେ ବିଧାୟକ ନିଜ ସାମ୍ବିଧାନିକ ଓ ପ୍ରଶାସନିକ ଦାୟିତ୍ୱ ପାଳନ କରିବାକୁ ଯାଉଥିବା ବେଳେ ଯଦି ରାଜରାସ୍ତାରେ ଗୁଣ୍ଡା ଆକ୍ରମଣର ଶିକାର ହେଉଛନ୍ତି, ତେବେ ଏହା ରାଜ୍ୟର ଆଇନ ଶୃଙ୍ଖଳା ଭୟଙ୍କର ବିପର୍ଯ୍ୟସ୍ତ ପରିସ୍ଥିତିରେ ଉପନିତ ହୋଇଥିବା ସ୍ପଷ୍ଟ କରୁଛି। ଏହି ପ୍ରକାର ଘଟଣା କେବଳ ଜଣେ ବ୍ୟକ୍ତି ବିରୋଧୀ ଆକ୍ରମଣ ନୁହେଁ, ବରଂ ଗଣତନ୍ତ୍ର, ସାମ୍ବିଧାନିକ ମୂଲ୍ୟବୋଧ ଓ ଜନମତ ଉପରେ ଏକ ସଂଗଠିତ ଆକ୍ରମଣ ଅଟେ। ରାଜ୍ୟରେ ଦିନକୁ ଦିନ ରାଜନୈତିକ ହିଂସା, ଗୁଣ୍ଡାରାଜ,ଭିଡହତ୍ଯା  ଓ ଅସହିଷ୍ଣୁତା ବୃଦ୍ଧି ପାଉଥିବାରୁ ସାଧାରଣ ଲୋକଙ୍କ ସୁରକ୍ଷା ଓ ଗଣତାନ୍ତ୍ରିକ ଅଧିକାର ଗଭୀର ସଙ୍କଟରେ ପଡ଼ିଛି। 

ସି.ପି.ଆଇ.ଓଡ଼ିଶା ରାଜ୍ୟ ପରିଷଦ ଓଡିଶା ଗୃହ ବିଭାଗ ନିଜ ହାତରେ ରଖିଥିଵା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରି ଅଭିଯୁକ୍ତ ଦୁର୍ବୃତ୍ତମାନଙ୍କୁ ଅବିଳମ୍ବ ଗିରଫ କରିବା ସହ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି।

0 Comments

Leave A Reply