Bisforana:An-eagle-perched-on-a-blue-green-leaf

ନୀଳଚକ୍ର ବାନା ଉପରେ ବସିଲା ଚିଲ

bhubaneswar

ପୁରୀ :  ନୀଳଚକ୍ର ବାନା ଉପରେ ବସିଲା ଚିଲ। ତେବେ ପତିତପାବନ ବାନା ଉପରେ ଚିଲ ବସିବା ନେଇ ବିଭିନ୍ନ ମହଲରେ ନାନା ଚର୍ଚ୍ଚା। କେତେଜଣ ସେବାୟତ ଏହାକୁ ଅଶୁଭ ସଂକେତ ବୋଲି କହିଛନ୍ତି।  ସୂଚନା ଅନୁସାରେ , ଗତ କିଛି ମାସ ଭିତରେ ଏକାଧିକ ବାର ଏଭଳି ଘଟଣା ଘଟିଲାଣି। ଦୁଇମାସ ତଳେ ମଧ୍ୟ ଏହିପରି ଘଟଣା ଘଟିଥିଲା। ନୀଳଚକ୍ର ଉପରେ ବସିଥିଲା ଚିଲ। ତେବେ ଶ୍ରୀମନ୍ଦିର ନୀଳଚକ୍ର ଉପରେ ବାରମ୍ବାର ଆସି ଚିଲ ବସୁଛି। କିଛି ସମୟ ଧରି ଉଡିବା ପରେ ଅକ୍ଷୟଦଣ୍ଡରେ ବସି ରହୁଛି ଚିଲ। ତେବେ ଚିଲ ଉଡିବା,ବସିବା,ମାନସିକ ବାନା ଛିଡିବା ଏକ ପ୍ରକାର ଅଶୁଭ ସଂକେତ। ଚିଲ ପତିତପାବନ ବାନା ଉପରେ ବସିଲେ ଦେଶରେ ବିପର୍ଯ୍ୟୟ ଘଟିଥାଏ। ଭୂମିକମ୍ପ, ଭୂସ୍ଖଳନ, ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସହ ଖାଦ୍ୟାଭାବ, ଗୃହଯୁଦ୍ଧ ବୃଦ୍ଧି ପାଇଥାଏ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।  

0 Comments

Leave A Reply