Bisforana:A-major-accident-occurred-at-Ambenli-Ghat-in-Raigad

ରାୟଗଡର ଆମ୍ବେନଳୀ ଘାଟିରେ ଏକ ବଡ଼ ଦୁର୍ଘଟଣା

bhubaneswar

 ରାୟଗଡର ଆମ୍ବେନଳୀ ଘାଟିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ସ୍କୋର୍ପିଓ ଗଭୀର ଖାଇରେ ଖସି ପଡ଼ି  ଆଠ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ସ୍କର୍ପିଓଟି ସତାରା ଜିଲ୍ଲାର ଆସଗାଓଁ ଗାଁରୁ ଆସିଥିଲା। ଏପର୍ଯ୍ୟନ୍ତ ୫୦୦ ରୁ ୭୦୦ ଫୁଟ ଗଭୀର ଘାଟିରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ବାକି ମୃତଦେହ ଖୋଜା ଚାଲିଛି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ପ୍ରଶାସନ, ମହାବଳେଶ୍ୱର ଟ୍ରେକର୍ସ, ପ୍ରତାପଗଡ ଉଦ୍ଧାରକାରୀ ଦଳ ଏବଂ ସ୍ଥାନୀୟ ବାସିନ୍ଦା ମିଳିତ ଭାବରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ଅନୁଯାୟୀ ମୃତଦେହ ଉଦ୍ଧାର କରିବାକୁ କିଛି ସମୟ ଲାଗିପାରେ  ଘଟଣା ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ୨୦୧୮ ମସିହାରେ ସେହି ସ୍ଥାନରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣା ପୁଣି ଥରେ ପ୍ରଶ୍ନ ଉଠାଇଛି

0 Comments

Leave A Reply