Bisforana:Bhubaneswar-also-held-the-meeting-of-the-Congress-BLA

ଭୁବନେଶ୍ୱର ମଧ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଏଲଏ ୨ ମାନଙ୍କର ବୈଠକ

bhubaneswar

 ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ପ୍ରକାଶ ଜେନାଙ୍କ ଅଧ୍ୟକ୍ଷତାରେ ମଧ୍ୟ ଭୁବନେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଏଲ-୨ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପ୍ରଦେଶ କଂଗ୍ରେସ ଏସଆଇଆର କମିଟିର ଅଧ୍ୟକ୍ଷ ଶ୍ରୀ ସନ୍ତୋଷ ସିଂ ସାଲୁଜା ଯୋଗଦେଇ ବିଏଲଏ-୨ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ବିଏଲଓ ମାନଙ୍କ ସହିତ ଯୋଗାଯୋଗ ରକ୍ଷା କରି କିଭଳି ଭାବରେ ଏସଆଇର ପ୍ରକ୍ରିୟାରେ ଭୋଟର ମାନଙ୍କୁ ସହଯୋଗ କରାଯିବ ଏବଂ ବିଏଲଏ ମାନେ କିଭଳି କାର୍ଯ୍ୟକରିବେ ସେ ସମ୍ପର୍କରେ ଶ୍ରୀ ସାଲୁଜା କଂଗ୍ରେସ ବିଏଲଏ୨ ମାନଙ୍କ ସହିତ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ଏହି ବୈଠକରେ ପୂର୍ବତନ ମନ୍ତ୍ରୀ ଶ୍ରୀ ସୁରେଶ କୁମାର ରାଉତରାୟ ଯୋଗଦେଇ ବିଏଲଏ୨ ମାନଙ୍କୁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମଧ୍ୟ ଭୁବନେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଏଲଏ ୧ ଶ୍ରୀ ସୂର୍ଯ୍ୟକାନ୍ତ ଜେନା ଯୋଗଦେଇ ନିଜର ପ୍ରସ୍ତୁତି ସମ୍ପର୍କରେ କହିଥିଲେ । ପିସିସି ଏସଆଇର କମିଟିର ସଦସ୍ୟ ପ୍ରକାଶ ମିଶ୍ର ଏବଂ ସଂଜୟ ତ୍ରିପାଠୀ ବିଏଲଏ୨ ମାନଙ୍କୁ ତାଙ୍କର କାର୍ଯ୍ୟ ସମ୍ପର୍କରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଜୟକୃଷ୍ଣ ସୁବୁଦ୍ଧି, ମିହିର ଆଚାର୍ଯ୍ୟ, ଭାଗବତ ଜେନା, ମୁକେଶ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ ।   

Related News

0 Comments

Leave A Reply