Bisforana:A-big-revolution-is-clearly-visible-in-the-coming-days-through-students-and-youth-Bhakta

ଆଗାମୀ ଦିନରେ ଛାତ୍ର ଓ ଯୁବସମାଜ ଦ୍ୱାରା ଏକ ବଡ଼ ବିପ୍ଳବର ସୂଚନା ସ୍ପଷ୍ଟ : ଭକ୍ତ

bhubaneswar

ମହାନଦୀ ଜଳକୁ ଛତିଶଗଡକୁ ଦାନକରି ପ୍ରଧାନମନ୍ତ୍ରୀ ଓଡିଶାରେ ଉତ୍ସବ ପାଳିବେ : ଭକ୍ତ

କଂଗ୍ରେସ ସରକାର ସମୟରେ ନଦୀ ଜଳ ବିବାଦର ସୁଚାରୁ ସମାଧାନ ହେଉଥିଲା : ନିରଞ୍ଜନ

ଭୁବନେଶ୍ୱର; ତା 3 ଜୁନ, ଦଶନ୍ଧି ଦଶନ୍ଧିର ଛତିଶଗଡ ସହ ଆମ ରାଜ୍ୟ ଓଡ଼ିଶାର ବୃହତ ସ୍ୱାର୍ଥ ସମ୍ବଳିତ ମହାନଦୀ ଜଳବିବାଦ ବିଷୟ ଓ ଏହି ନଦୀର ଜଳକୁ ବେସରକାରୀ କମ୍ପାନୀମାନଙ୍କ ହାତରେ ସମ୍ପୂର୍ଣ ଟେକି ଦେବାକୁ ନେଇ ପିସିସି ଗଣମାଧ୍ୟମ ବିଭାଗ ତରଫରୁ ବିଭାଗୀୟ ଅଧ୍ୟକ୍ଷ ଅରବିନ୍ଦ ଦାସଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନଠାରେ ଏକ ମହତ୍ଵପୁର୍ଣ ସାମ୍ବାଦିକ ସମ୍ବିଳନୀ ଆୟୋଜନ ହେଇଥିଲା l 

  ଏହି ସମ୍ବିଳନୀରେ ଯୋଗଦାନ କରି ପିସିସି ସଭାପତି ଭକ୍ତ ଚରଣ ଦାସ ମହାନଦୀ ଜଳ ବିବାଦକୁ ନେଇ ସରକାରଙ୍କୁ ତୀବ୍ର ଭର୍ସନl କରିଥିଲେ l ସେ କହିଥିଲେ, ସରକାର କହୁଛନ୍ତି, ମହାନଦୀ ଜଳକୁ ନେଇ ଆମର ଛତିଶଗଡ ସହିତ କୌଣସି ବିବାଦ ନାହିଁ l ଯଦି ଏହା ସତ୍ୟ ତେବେ 29.7.2025 ରେ ବିଧାନସଭାରେ ଜୈନକ ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେଇ, ମୁଖ୍ୟମନ୍ତ୍ରୀ କହିଥିଲେ, ମହାନଦୀର ଉପର ମୁଣ୍ଡରେ  41 ଗୋଟି ବୃହତ ଓ ମଧ୍ୟମ ଧରଣର ପ୍ରକଳ୍ପ ଏବଂ 1,874 ଗୋଟି କ୍ଷୁଦ୍ର ଏବଂ ଅନ୍ୟାନ୍ୟ ନଦୀ ଜଳ ପ୍ରକଳ୍ପ ତିଆରି ହେଇଥିଵାରୁ ଅଣ ମୌସୁମୀ ସମୟରେ ମହାନଦୀରେ ଜଳ ହ୍ରାସ ପାଉଛି,  ଏହା ମୁଖ୍ୟମନ୍ତ୍ରୀ କାହିଁକି କହିଥିଲେ ? ରାଜ୍ୟର ବିଭିନ୍ନ ଶିଳ୍ପକୁ ମହାନଦୀର ଜଳ ଯୋଗାଇ ଦିଆ ଯାଉଛି l ପ୍ରତ୍ୟେକ ଶିଳ୍ପ 50 ହଜାରରୁ ଲକ୍ଷେ କ୍ୟୁବିକ ମିଟର ଜଳ ବ୍ୟବହାର କରୁଛନ୍ତି l ବର୍ତ୍ତମାନ ଛତିଶଗଡ ଓ ଓଡିଶାରେ ବିଜେପି ସରକାର ରହିବା ସହ କେନ୍ଦ୍ରରେ ମଧ୍ୟ ବିଜେପି ସରକାର ଅଛି ଯଦି ପ୍ରଧାନମନ୍ତ୍ରୀ ଚାହିଁବେ ଗୋଟିଏ ଦିନରେ ମହାନଦୀ ଜଳ ବିବାଦର ସମାଧାନ ହୋଇପାରିବ l ମହାନଦୀର ଜଳକୁ ଛତିଶଗଡ ହାତରେ ଟେକି ଦେଇ ରାଜ୍ୟର ବୃହତ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ପ୍ରଧାନମନ୍ତ୍ରୀ ମହୋଦୟ ଓଡିଶାକୁ ସରକାରଙ୍କ ପୂର୍ତ୍ତି ଉତ୍ସବ ପାଳନ କରିବାକୁ ଆସୁଛନ୍ତି l ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତକୁ ଆମେ ସ୍ୱାଗତ କରୁଛୁଁ କିନ୍ତୁ ମହାନଦୀ ଜଳ ବିବାଦର ସମାଧାନ କରିବାକୁ ପଡିବ ନହେଲେ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବ ବୋଲି ଶ୍ରୀ ଦାସ କହିଛନ୍ତି l ଅନୁସୂଚିତ ଜାତି ଜନଜାତି ପାଇଁ ସଂରକ୍ଷଣକୁ 11%ରୁ 22%କୁ ବୃଦ୍ଧି କରିଛନ୍ତି ଯାହା ସ୍ୱାଗତ ଯୋଗ୍ୟ କିନ୍ତୁ ଯାହା ପ୍ରାବଧାନ ଅଛି ତାହା 27% ସରକାର କଲେ ନାହିଁ କାହିଁକି ? ଦଳିତ ଆଦିବାସୀ ପିଲାମାନେ ପାଠ ପଢିବାକୁ ସୁଯୋଗ ପାଇବେ ଭଲ କଥା ତେବେ ସରକାରୀ ସ୍ତରରେ ସମସ୍ତ ବିଭାଗରେ ଆଜିକାଲି ଚୁକ୍ତିଭିତ୍ତିକ ଚାକିରୀର ଧାରା ଆରମ୍ଭ ହୋଇଛି l ସରକାରୀ ଚାକିରି ଆଉ ବାହାରୁ ନାହିଁ, ଏଭଳି ସ୍ଥଳେ ତାଙ୍କ ପଢ଼ାର ମୂଲ୍ୟ କଣହେବ! ସରକାର ଆଜି ସମସ୍ତ କ୍ଷେତ୍ରରେ ଫେଲ ମାରିଛି l ବେକାରୀ ସମସ୍ୟା ଅହେତୁକ ଭାବରେ ବୃଦ୍ଧି ପାଇଛି l ଆଜି ଛାତ୍ର ଓ ଯୁବସମାଜ ବା ଜେନଜି ମଧ୍ୟ୍ୟରେ ଘୋର ଅସନ୍ତୋଷର ବାତାବରଣ ଦେଖା ଯାଇଛି l ଆଗାମୀ ଦିନରେ ଏକ ବଡ ବିପ୍ଳବର ସୂଚନା ସ୍ପଷ୍ଟ ଜଣା ପଡୁଛି ବୋଲି ଶ୍ରୀ ଦାସ କହିଥିଲେ l

    ପୂର୍ବତନ ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ସମ୍ମିଳନୀରେ ନିଜ ବ୍ୟକ୍ତବ୍ୟରେ କହିଥିଲେ, କଂଗ୍ରେସ ସରକାର ସମୟରେ ଜଳ ବିବାଦ ସମସ୍ୟା ଗୁଡିକୁ ଆମେ ସୁଚାରୁ ରୂପେ ସମାଧାନ କରୁଥିଲୁ l ମହାନଦୀ ଜଳ ଓ ବିଦ୍ୟୁତକୁ ନେଇ ତତ୍କାଳୀନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଅର୍ଜୁନ ସିଂହଙ୍କ ସହିତ ଏକ ଚୁକ୍ତି ସ୍ଵାକ୍ଷରିତ ହେଇଥିଲା ଯାହା ଫଳରେ ଓଡିଶା ଅଧିକ ଲାଭାନ୍ୱିତ ହେଉଥିଲା l ମାଛକୁଣ୍ଡ ଜଳ ବିଦ୍ୟୁତ ଯୋଜନାର ଚୁକ୍ତି ଅନୁଯାଇ ଆନ୍ଧ୍ରପ୍ରଦେଶ 70 ଓ ଓଡିଶା 30 ଭାଗ ବିଦ୍ୟୁତ ବଣ୍ଟନ କରିବାର ନିୟମ ରହିଥିଲା l କଂଗ୍ରେସ ସରକାର ଉଦ୍ୟମରେ ପଚାଶ ପଚାଶ ଭlଗକୁ ତାହା ପରିବର୍ତନ ହୋଇଥିଲା l ବୈତରଣୀର ପାଣି ଶୁଖିଗଲାଣି, ନଦୀର ସମସ୍ତ ପାଣିକୁ କମ୍ପାନୀ ମାନଙ୍କୁ ଦାନ କରି ଦିଆଯାଇଛି l ଖଣିଜ ଦ୍ରବ୍ୟ ପଠାଇବା ପାଇଁ ପାଇପ ଯୋଗେ ବୈତରଣୀ ପାଣି ବ୍ୟବହାର କରି ପାରାଦ୍ୱୀପ ପଠାଯାଉଛି l ମହାନଦୀ ଜଳ ବିବାଦ ସମସ୍ୟାର ସମାଧାନ ପାଇଁ ସରକାର ଆଗ୍ରହ ନୁହନ୍ତି l ଦାକ୍ଷିଣାତ୍ୟ ରାଜ୍ୟ ମାନଙ୍କରେ କୌଣସି ଜଳ ବିବାଦ ଦେଖାଗଲେ ସେ ରାଜ୍ୟର ସମସ୍ତ ରାଜନୈତିକ ଦଳ ଏକଜୁଟ ହୋଇ ଯାଆନ୍ତି l ନିଜ ରାଜ୍ୟ ସ୍ୱାର୍ଥ ପାଇଁ ସମସ୍ୱରରେ ଲଢେଇ କରନ୍ତି କିନ୍ତୁ ଦୁଃଖର କଥା, ଓଡିଶାରେ ରାଜ୍ୟର ସ୍ୱାର୍ଥକୁ ନେଇ ରାଜନୈତିକ ଦଳଙ୍କ ଭିତରେ ଏକତା ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ l

ସାମ୍ବାଦିକ ସମ୍ମିଳନୀର ଅଧ୍ୟକ୍ଷତା କରୁଥିବା ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ, ମହାନଦୀ ଜଳ ବିବାଦ ଦ୍ୱାରା ରାଜ୍ୟରେ ଉପୁଜିଥିବା ବହୁମୁଖୀ କ୍ଷତି ଉପରେ ଆଲୋକପାତ କରିବା ସହ ମହାନଦୀ ଟ୍ରିବ୍ୟୁନାଲର ଦୋମୁହାଁ ନୀତି ଉପରେ ସୂଚନା ଦେଇଥିଲେ l ଏହି ସମ୍ମିଳନୀରେ ପିସିସି ମୁଖପାତ୍ର ରଜନୀ କୁମାର ମହାନ୍ତି ମଧ୍ୟ ଉପସ୍ଥିତ ଥିଲେ l

0 Comments

Leave A Reply