ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ କଂଗ୍ରେସ ଭବନଠାରେ ଏକ ପ୍ରତିନିଧି ଦଳ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସହ ସାକ୍ଷାତ କରିଥିଲେ l
ସମ୍ପ୍ରତି ମହାନଦୀ ଟ୍ରିବ୍ୟୁନାଲ ନିକଟରେ ଛତିଶଗଡ ଓ ଓଡିଶା ପକ୍ଷରୁ, ମହାନଦୀର ଉପଲବ୍ଧ ଜଳରାଶି ସଂକ୍ରାନ୍ତୀୟ ଡାଟା ବା ତଥ୍ୟ କିଭଳି ଆତ୍ମାଘାତି ଓ ଓଡିଶା ସ୍ୱାର୍ଥର ପରିପନ୍ଥୀ ସେ ବିଷୟରେ ପ୍ରତିନିଧି ମଣ୍ଡଳୀ ଶ୍ରୀ ଦାସଙ୍କ ସହ ଆଲୋଚନା କରିଥିଲେ l
ମହାନଦୀ ବଞ୍ଚାଅ ଆନ୍ଦୋଳନକୁ ସମସ୍ତ ପ୍ରକାର ସହଯୋଗ କଂଗ୍ରେସ ଦଳ କରିବ ଓ ଓଡିଶା ସ୍ୱାର୍ଥ ପାଇଁ ଲଢେଇରେ ସାମିଲ ହେବ ବୋଲି ଶ୍ରୀ ଦାସ ମଣ୍ଡଳୀକୁ ସୂଚନା ଦେଇଥିଲେ l
ମହାନଦୀ ବଞ୍ଚାଅ ଆନ୍ଦୋଳନର ପ୍ରତିନିଧି ମଣ୍ଡଳୀରେ ଉପଦେଷ୍ଟା ଜଳ ପୁରୁଷ ଡଃ ରାଜେନ୍ଦ୍ର ସିଂ, ଆବାହକ ସୁଦର୍ଶନ ଦାସ, ପିସିସି ମିଡ଼ିଆ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ, ପ୍ରବକ୍ତା ପ୍ରସନ୍ନ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ l