Bisforana:Where-was-the-125-crore-rupees-given-by-the-World-Bank-spent-Harichandan

ବିଶ୍ୱ ବ୍ୟାଙ୍କ ପ୍ରଦତ୍ତ 125 କୋଟି ଟଙ୍କା କୁଆଡେ ଖର୍ଚ୍ଚ ହେଲା : ହରିଚନ୍ଦନ

bhubaneswar

ଚିଲିକା ଋଷିକୂଲ୍ୟା ମୁହାଣ ଉନ୍ନୟନର ବର୍ତ୍ତମାନ ସ୍ଥିତି କଣ

କୋଷ୍ଟାଲ ହାଇୱେ ଓ ଚିଲିକା ମୁହାଣ ଉନ୍ନୟନ ବିଷୟକୁ ନେଇ କଂଗ୍ରେସ ଭବନଠାରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ l

ଗଣମାଧ୍ୟମକୁ ନିଜ ବକ୍ତବ୍ୟରେ ଶ୍ରୀ ହରିଚନ୍ଦନ କହିଲେ ଯେ, ମାନ୍ୟବର ଖୋର୍ଦ୍ଧା ବିଧାୟକ ନିଜ ଗ୍ରାମ ବଡପୋଖରିଆ ଠାରୁ କୋଷ୍ଟାଲ ହାଇୱେ ପାରାଦ୍ୱୀପ ପର୍ଯ୍ୟନ୍ତ ବିସ୍ତାରିତ ହେବ l ଏଥିରେ ରାଜ୍ୟ ତଥା ମୋର ନିର୍ବାଚନ ମଣ୍ଡଳୀର ସ୍ୱାର୍ଥ ସମ୍ବଳିତ ଥିବାରୁ ସମ୍ମିଳନୀ ଆୟୋଜନ କରିବା ଉଦ୍ଦେଶ୍ୟ l ମାନ୍ୟବର କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ 2015 ମସିହାରେ ଗୋପାଳପୁରରୁ ଦିଘା ପର୍ଯ୍ୟନ୍ତ ରାସ୍ତାର ଘୋଷଣା କରିଥିଲେ କିନ୍ତୁ ଏବେ ତାହା ଦିଘାରୁ ପାରାଦ୍ୱୀପ ବାଦ ପଡିଛି l କାହିଁକି ବାଦ ପଡିଛି ସରକାରଙ୍କ ପାଖରେ କୌଣସି ଉତ୍ତର ନାହିଁ l ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହିତ ହେଲେ ଏହି ଉପକୂଳ ଅଞ୍ଚଳରେ ଏକ ଭୁତାତ୍ୱିତ ଭୁଚଳନ ସୃଷ୍ଟି ହୁଏ ଏବଂ ତାହା ଫଳରେ ଚିଲିକା ଋଷିକୁଲ୍ୟା ଆଦି ହ୍ରଦ ଓ ନଦନଦୀ ମାନଙ୍କର ମୁହାଣ ମାନଙ୍କରେ ଛୋଟ ଛୋଟ ବାଲି ପାହାଡ ସୃଷ୍ଟି ହେଇ ପାଣି ନିଷ୍କାସନକୁ ରୋକେ l ଏ ସବୁର ବିକାଶ ପାଇଁ ବିଶ୍ୱ ବ୍ୟାଙ୍କ ତରଫରୁ ଏକ ପାଇଲଟ ପ୍ରୋଜେକ୍ଟ ତିଆରି ହୋଇଥିଲା l ଯାହା ଇଣ୍ଟେଗ୍ରେଟେଡ଼ କୋଷ୍ଟାଲ ମ୍ୟାନେଜମାଣ୍ଟ ଜୋନାଲ ପ୍ରୋଜେକ୍ଟ ICMZP ତରଫରୁ ଚିଲିକା ଋଷିକୁଲ୍ୟା ମୁହାଣର ବିକାଶ ପାଇଁ ଚିଲିକା ଉନ୍ନୟନ କତୃପକ୍ଷଙ୍କୁ ଦାଇତ୍ୱ ଦିଆଯାଇଥିଲl l ଆପଣ ଜାଣିବା କଥା, ଚିଲିକା ଉନ୍ନୟନ ସଂସ୍ଥା ଓଡିଶା ରାଜ୍ୟ ବଜେଟରେ ଅନ୍ତର୍ଭୁକ୍ତ ନୁହେଁ l ତାର ଅନୁଦାନ ଏବଂ ଆକଳନ ଭିନ୍ନ l ତେବେ ବିଶ୍ୱ ବ୍ୟାଙ୍କ ତରଫରୁ ଉକ୍ତ ପ୍ରକଳ୍ପ ପାଇଁ 125 କୋଟି ଟଙ୍କା ଅନୁଦାନ ଦିଆଯାଇଥିଲା l ତେବେ ପ୍ରଶ୍ନ ଉଠୁଛି ସେହି 125 କୋଟି ଟଙ୍କା କଣ ଖର୍ଚ୍ଚ କରାଗଲା ନା ହରିଲୁଟ କରାଗଲା l ସରକାର ଏହାର ଜବାବ ଦେବେ କି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ ପଚାରିବା ସହ ସବିଶେଷ ତଥ୍ୟ ଏବଂ ବିବରଣୀ ଆଗକୁ ପ୍ରକାଶ କରାଯିବ ବୋଲି ପ୍ରକାଶ କରିଥିଲେ ?

0 Comments

Leave A Reply