ନୂଆଦିଲ୍ଲୀ -ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିଲ୍ଲୀର ହାଇଦ୍ରାବାଦ ହାଉସରେ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲସି ରୋଡ୍ରିଗେଜଙ୍କୁ ସ୍ୱାଗତ କରିଥିଲେ। ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଆଗାମୀ ଆଲୋଚନାର ଲକ୍ଷ୍ୟ ହେଉଛି ସହଭାଗୀତାକୁ ଆହୁରି ମଜବୁତ କରିବା ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ନୂତନ ଗତି ପ୍ରଦାନ କରିବା।ଏହା ବ୍ୟତୀତ ଏହି ଆଲୋଚନାରେ ଭାରତ-ବେନଜୁଏଲା ସମ୍ପର୍କର ସମସ୍ତ ଦିଗକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବ ଏବଂ ଶକ୍ତି ସୁରକ୍ଷା, ବାଣିଜ୍ୟ ଏବଂ ନିବେଶ, ଔଷଧ, ସ୍ୱାସ୍ଥ୍ୟସେବା, ପରିବହନ ଏବଂ ନବୀକରଣୀୟ ଶକ୍ତି ଭଳି କ୍ଷେତ୍ରରେ ଆହୁରି ସହଯୋଗ ପାଇଁ ମାର୍ଗ ଅନୁସନ୍ଧାନ କରାଯିବ। ଡେଲସି ରୋଡ୍ରିଗେଜ ଜୁନ 3 ରୁ 7 ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିଛନ୍ତି। ରୋଡ୍ରିଗେଜ ପୂର୍ବରୁ ବୈଦେଶିକ ମନ୍ତ୍ରୀ ଏବଂ ଉପରାଷ୍ଟ୍ରପତି ଭାବରେ ଅନେକ ଥର ଭାରତ ଗସ୍ତ କରିଛନ୍ତି। ଏହା ତାଙ୍କର ଷଷ୍ଠ ଭାରତ ଗସ୍ତ।