Bisforana:Tribal-residents-of-Chunkuli-village-meet-Bhubaneswar-Metropolitan-Corporation-Mayor

ଭୁବନେଶ୍ୱର ମହାନଗର ନିଗମ ମେୟରଙ୍କୁ ଭେଟିଲେ ଚୁଙ୍କୁଲି ଗ୍ରାମର ଆଦିବାସୀ ବାସିନ୍ଦାମାନେ

bhubaneswar

ବିସ୍ଥାପନ ସମସ୍ୟାର ଶୀଘ୍ର ସମାଧାନ ପାଇଁ ଆଶ୍ୱାସନା ଦେଲେ ମେୟର

ଜଟଣୀ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଞ୍ଚଳରେ ଅବସ୍ଥିତ ଚୁଙ୍କୁଲି ଗ୍ରାମର ଆଦିବାସୀ ବାସିନ୍ଦାମାନଙ୍କ ଏକ ପ୍ରତିନିଧି ଦଳ ଆଜି ବିଏମସି ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କୁ ଭେଟି ବିସ୍ଥାପନ ଓ ଥଇଥାନ ସମ୍ୱନ୍ଧୀୟ ସମସ୍ୟା ଉପରେ ଆଲୋଚନା କରିଥିଲେ । ସ୍ଥାନୀୟ ଆଦିବାସୀ ସମୁଦାୟ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ପ୍ରତିନିଧି ଦଳ ମେୟରଙ୍କୁ ଅବଗତ କରାଇଥିଲେ ଏବଂ ପ୍ରଭାବିତ ପରିବାର ମାନଙ୍କର ଅଧିକାର, ଜୀବିକା ଓ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ତୁରନ୍ତ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ । ଆଦିବାସୀ ବାସିନ୍ଦାଙ୍କ ସମସ୍ୟାର ସମାଧାନ ଉପରେ ପ୍ରତିନିଧି ଦଳ ଗୁରୁତ୍ୱାରୋପ କରିଥିଲେ । 

ଏହି ବୈଠକରେ ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ଓ ଡ଼ ପ୍ରିୟବ୍ରତ ମାଝୀ, ବିଜେଡି ସାଧାରଣ ସମ୍ପାଦକ ଶ୍ରୀ ବିଜୟ ନାୟକ ଏବଂ ଖୋର୍ଦ୍ଧା ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଭାପତି ଶ୍ରୀ ମନ୍ମଥ ରାଉତରାୟ ଉପସ୍ଥିତ ଥିଲେ । 

ମେୟର ଶ୍ରୀମତୀ ସୁଲୋଚନା ଦାସ ଗ୍ରାମବାସୀଙ୍କ ଅଭିଯୋଗ ଓ ସମସ୍ୟାଗୁଡ଼ିକୁ ବିସ୍ତୃତ ଭାବେ ଶୁଣିଥିଲେ ଏବଂ ଏହି ପ୍ରସଙ୍ଗରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିନିଧି ଦଳକୁ ଆଶ୍ୱାସନ ଦେଇଥିଲେ । ଆଦିବାସୀ ସମୁଦାୟଙ୍କ ସ୍ୱାର୍ଥ ସୁରକ୍ଷା ଏବଂ ସମସ୍ୟାର ନ୍ୟାୟସଙ୍ଗତ ଓ ନିରପେକ୍ଷ ସମାଧାନ ପ୍ରତି ପ୍ରଶାସନ ସର୍ବଦା ବଦ୍ଧପରିକର । ବିଜୁ ଜନତା ଦଳ ସଦାସର୍ବଦା ଆଦିବାସୀ ସମୁଦାୟଙ୍କ ସହିତ ରହିଛି ଓ ଆଗକୁ ମଧ୍ୟ ରହିବ । ଆଦିବାସୀ ସମୁଦାୟଙ୍କ ପାଇଁ ବିକାଶମୂଳକ ପଦକ୍ଷେପଗୁଡ଼ିକ ଯେପରି ସମ୍ୱେଦନଶୀଳତା, ନ୍ୟାୟ ଏବଂ ପ୍ରଭାବିତ ଲୋକଙ୍କ ଅଧିକାର ପ୍ରତି କିପରି ସମ୍ମାନ ରକ୍ଷା କରାଯାଇପାରିବ, ତାହା ସୁନିଶ୍ଚିତ କରିବାକୁ ବିଜୁ ଜନତା ଦଳ ଦୃଢ଼ ପ୍ରତିବଦ୍ଧ ।

Related News

0 Comments

Leave A Reply