Bisforana:ABVPs-three-day-National-Executive-Council-kicks-off-in-Bhubaneswar

ଭୁବନେଶ୍ୱରରେ ଏବିଭିପିର ତିନିଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରି ପରିଷଦ ର ଶୁଭାରମ୍ଭ

bhubaneswar

ଭାରତୀୟ ଭାଷାର ସୁଦୃଢୀକରଣ ଓ ଭାଷାଗତ ବିବିଧତାର ସୁରକ୍ଷା ପାଇଁ ତ୍ରିଭାଷା ନୀତି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ: ଡ଼ଃ ବୀରେନ୍ଦ୍ର ସିଂହ ସୋଲଙ୍କୀ

ସଂଘର୍ଷ ଓ ଆନ୍ଦୋଳନ ସହିତ ସେବା ଓ ସମର୍ପଣ ଏବିଭିପିର ମୂଳ ପରିଚୟ: ଅଧ୍ୟାପକ ରଘୁରାଜ କିଶୋର ତିୱାରୀ

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦ ବୈଠକ ଭୁବନେଶ୍ୱରସ୍ଥିତ ଶିକ୍ଷା ‘ଓ’ ଅନୁସନ୍ଧାନ ( ସୋଆ) ବିଶ୍ୱବିଦ୍ୟାଳୟରେ ଆରମ୍ଭ ହୋଇଛି। ଏହି ଅବସରରେ ଏବିଭିପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଧ୍ୟାପକ ରଘୁରାଜ କିଶୋର ତିୱାରୀ, ରାଷ୍ଟ୍ରୀୟ ମହାମନ୍ତ୍ରୀ ଡ଼ଃ ବୀରେନ୍ଦ୍ର ସିଂହ ସୋଲଙ୍କୀ ଏବଂ ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ଶ୍ରୀ ଆଶୀଷ ଚୌହାନ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରତିନିଧିମାନଙ୍କୁ ଓଡ଼ିଶାର ପାରମ୍ପରିକ ବାଦ୍ୟଯନ୍ତ୍ର, ଢୋଲ  ମାଧ୍ୟମରେ ସ୍ୱାଗତ କରାଯାଇଥିଲା।

ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦ ର ବର୍ତ୍ତମାନର ରାଷ୍ଟ୍ରୀୟ ସ୍ଥରର ପରିସ୍ଥିତି, ଶିକ୍ଷା ବ୍ୟବସ୍ଥା, ଯୁବଶକ୍ତିଙ୍କ ଭୂମିକା, ରାଷ୍ଟ୍ରୀୟ ସୁରକ୍ଷା, ସାମାଜିକ-ଆର୍ଥିକ ବିଷୟବସ୍ତୁ ଓ ସମକାଳୀନ ଅସୁବିଧା ଉପରେ ବିସ୍ତୃତ ଆଲୋଚନା ହୋଇଅଛି। ଏହି ବୈଠକରେ ଅଖିଳ ଭାରତୀୟ ଚିନ୍ତନ ବୈଠକ ଓ ସଂଗଠନାତ୍ମକ ଚିନ୍ତନ ବୈଠକରେ ହୋଇଥିବା ପ୍ରସ୍ତାବ ଓ ବିଷୟବସ୍ତୁର କାର୍ଯକାରୀ ସମୀକ୍ଷା, ବିଭିନ୍ନ ଅଭିଯାନ, କାର୍ଯ୍ୟକ୍ରମ ଓ ସଂଗଠନାତ୍ମକ ପ୍ରୟାସର ମୂଲ୍ୟାଙ୍କନ ସହ ଆସନ୍ତା ବର୍ଷ ପାଇଁ କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯିବ।

ଏହା ସହିତ ଛାତ୍ରସଂସଦ ନିର୍ବାଚନ, ସଦସ୍ୟତା ବୃଦ୍ଧି, କ୍ୟାମ୍ପସ ଶାଖା ଗଠନ, ରାଷ୍ଟ୍ରୀୟ ଅଧିବେଶନ ୨୦୨୬, SEIL ଯାତ୍ରା, ଆନ୍ତର୍ଜାତୀୟ ଛାତ୍ର ସମ୍ପର୍କ, “Screen time to Activity Time ” ଅଭିଯାନ, “୧୫୦ ବର୍ଷର ବନ୍ଦେ ମାତରମ୍”, ହଷ୍ଟେଲ ସର୍ଭେ, ଅଧ୍ୟାପକ ଯଶବନ୍ତରାଓ କେଳକରଙ୍କ ଜନ୍ମଶତବାର୍ଷିକୀ, ଜରୁରୀକାଳ ୫୦ ବର୍ଷ ବିରୋଧୀ ଆନ୍ଦୋଳନର, ଶ୍ରୀ ଗୁରୁ ତେଘ ବହାଦୁର ଜୀଙ୍କ ୩୫୦ତମ ଶହୀଦ ଦିବସ ଏବଂ ସନ୍ତ ରବିଦାସ ଜୀଙ୍କ ୬୫୦ତମ ପ୍ରକଟୋତ୍ସବ ଉପରେ ମଧ୍ୟ ଆଲୋଚନା ହେବ। ବିଭିନ୍ନ ରାଜ୍ୟରେ ଚାଲିଥିବା ବିଶେଷ ଅଭିଯାନ ଓ ନୂତନ ପ୍ରୟାସମାନଙ୍କ ବିଶ୍ଳେଷଣ ମାଧ୍ୟମରେ ସଂଗଠନର ଲକ୍ଷ୍ୟ ନିର୍ଦ୍ଧାରଣ କରାଯିବ ଓ ଶିକ୍ଷା, ବିଶ୍ୱ ପରିସ୍ଥିତି, ମହିଳା ସୁରକ୍ଷା, ସହରୀ ନକ୍ସଲବାଦ ଓ ରାଷ୍ଟ୍ରୀୟ ସୁରକ୍ଷା ସମ୍ବନ୍ଧୀୟ ପ୍ରସ୍ତାବମାନେ ମଧ୍ୟ ପାରିତ ହେବ।

Related News

0 Comments

Leave A Reply