Bisforana:Temporary-increase-in-number-of-coaches-in-various-trains-to-handle-extra-summer-crowd

ଅତିରିକ୍ତ ଗ୍ରୀଷ୍ମକାଳୀନ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ଟ୍ରେନରେ ଅସ୍ଥାୟୀ ଭାବେ କୋଚ୍ ସଂଖ୍ୟାରେ ବୃଦ୍ଧି

bhubaneswar

ଯାତ୍ରୀମାନଙ୍କୁ ଅଧିକ ଆରାମଦାୟକ ଭ୍ରମଣ ସୁବିଧା ଯୋଗାଇଦେବା ଏବଂ ଆଗାମୀ ସପ୍ତାହରେ ବଢୁଥିବା ଯାତ୍ରୀଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ରେଳପଥ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ଏକ୍ସପ୍ରେସ ଟ୍ରେନରେ ଅସ୍ଥାୟୀ ଭାବେ ଅତିରିକ୍ତ କୋଚ୍ ସଂଯୋଗ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଟ୍ରେନ ନମ୍ବର ୨୦୮୧୭  ଭୁବନେଶ୍ୱର–ନୂଆଦିଲ୍ଲୀ  ତେଜସ୍ ରାଜଧାନୀ ଏକ୍ସପ୍ରେସ୍‌ରେ ୩୦ ମେ ୨୦୨୬ ତାରିଖରେ ଗୋଟିଏ ଅତିରିକ୍ତ ଏସି ୩-ଟାୟାର କୋଚ୍ ବୃଦ୍ଧି କରାଯିବ।

ସେହିପରି, ଟ୍ରେନ ନମ୍ବର ୨୦୮୧୮  ନୂଆଦିଲ୍ଲୀ–ଭୁବନେଶ୍ୱର ତେଜସ୍ ରାଜଧାନୀ ଏକ୍ସପ୍ରେସ୍ ୩୧ ମେ ୨୦୨୬ ତାରିଖରେ ଗୋଟିଏ ଅତିରିକ୍ତ ଏସି ୩-ଟାୟାର କୋଚ୍ ସହିତ ଚାଲିବ।

ଟ୍ରେନ ନମ୍ବର ୧୨୮୩୭  ହାଓଡ଼ା–ପୁରୀ ସୁପର ଫାଷ୍ଟ ଏକ୍ସପ୍ରେସ୍‌ରେ ୩୦ ମେ ରୁ ୫ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଗୋଟିଏ ଅତିରିକ୍ତ ସ୍ଲିପର କ୍ଲାସ୍  କୋଚ୍ ବୃଦ୍ଧି କରାଯିବ।

ଟ୍ରେନ ନମ୍ବର ୧୮୦୩୯  ଶାଲିମାର–ପୁରୀ ଏକ୍ସପ୍ରେସ୍ ୩୧ ମେ ୨୦୨୬ ତାରିଖରେ ଗୋଟିଏ ଅତିରିକ୍ତ ଏସି ୩-ଟାୟାର କୋଚ୍ ସହିତ ଚାଲିବ।

ସେହିପରି, ଟ୍ରେନ ନମ୍ବର ୧୮୦୪୫  ଶାଲିମାର–ଚାର୍ଲାପଲ୍ଲୀ ଇଷ୍ଟ କୋଷ୍ଟ ଏକ୍ସପ୍ରେସ୍‌ରେ ୩୦ ଓ ୩୧ ମେ ଏବଂ ୧, ୨, ୪ ଓ ୫ ଜୁନ୍ ୨୦୨୬ ରେ ଗୋଟିଏ ଅତିରିକ୍ତ ଏସି ୩-ଟାୟାର  କୋଚ୍ ବୃଦ୍ଧି କରାଯିବ।

ଏହାଛଡା, ଟ୍ରେନ ନମ୍ବର ୧୮୦୬୩  ସାନ୍ତ୍ରାଗାଛି–ୟେଲହଙ୍କା ଜଙ୍କସନ ଏସି ଏକ୍ସପ୍ରେସ୍‌ରେ ୪ ଜୁନ୍ ୨୦୨୬ ତାରିଖରେ ଗୋଟିଏ ଅତିରିକ୍ତ ଏସି ୩-ଟାୟାର କୋଚ୍ ବୃଦ୍ଧି କରାଯିବ।

ଏହି ଅସ୍ଥାୟୀ କୋଚ୍ ବୃଦ୍ଧି ଫଳରେ ଗୁରୁତ୍ୱପୂର୍ଣ୍ଣ ରୁଟ୍‌ରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଅଧିକ ବର୍ଥ ଉପଲବ୍ଧ ହେବ ଏବଂ ଏହି ସମୟ ମଧ୍ୟରେ ବଢୁଥିବା ଯାତ୍ରା ଚାହିଦାକୁ ପୂରଣ କରିବାରେ ସହାୟକ ହେବ।

Related News

0 Comments

Leave A Reply