Bisforana:Shri-Ashwani-Baishnab-reviews-hydrogen-train-and-state-of-the-art-maintenance-facilities

ହାଇଡ୍ରୋଜେନ୍ ଟ୍ରେନ୍ ଓ ଅତ୍ୟାଧୁନିକ ରକ୍ଷଣାବେକ୍ଷଣ ସୁବିଧାର ସମୀକ୍ଷା କଲେ ଶ୍ରୀ ଅଶ୍ୱିନୀ ବୈଷ୍ଣବ

bhubaneswar

ଶକୁରବସ୍ତି ଡିପୋରେ ହାଇଡ୍ରୋଜେନ୍ ଟ୍ରେନ୍ ଯାଞ୍ଚ କଲେ ରେଳ ମନ୍ତ୍ରୀ

ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ସଂକଳ୍ପ; ଶତପ୍ରତିଶତ ବିଦ୍ୟୁତୀକରଣ ଦିଗରେ ରେଳବାଇର ଦ୍ରୁତ ଅଗ୍ରଗତି

ରେଳ, ସୂଚନା ଏବଂ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଉତ୍ତର ରେଳବାଇର ତିଲକ ସେତୁରୁ ଶକୁରବସ୍ତି ରେଳ ସେକ୍ସନର ବ୍ୟାପକ ଯାଞ୍ଚ କରିଛନ୍ତି। ଗସ୍ତ ସମୟରେ ସେ ଉତ୍ତର ରେଳବାଇର ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ବିକାଶମୂଳକ ଯୋଜନା ଏବଂ ଏହି ଅଞ୍ଚଳରେ ଚାଲିଥିବା କାର୍ଯ୍ୟ ଉପରେ ଏକ ବିସ୍ତୃତ ସମୀକ୍ଷା ବୈଠକ କରିଥିଲେ। 

ଶକୁରବସ୍ତି ଡିପୋରେ ଅତ୍ୟାଧୁନିକ ପ୍ରଯୁକ୍ତି ଏବଂ ରକ୍ଷଣାବେକ୍ଷଣ ସୁବିଧାର ଯାଞ୍ଚ:

ପରିଦର୍ଶନ ସମୟରେ, ରେଳମନ୍ତ୍ରୀ ଶକୁରବସ୍ତି ଷ୍ଟେସନରେ ପହଞ୍ଚିଥିଲେ ଯେଉଁଠାରେ ସେ ଅତ୍ୟାଧୁନିକ 'ରିଟ୍ରାକ୍ଟେବଲ୍ ଓଏଚ୍ଇ' ସିଷ୍ଟମକୁ ଦେଖିଥିଲେ। ସେଡ୍ ମଧ୍ୟରେ ଲୋକୋମୋଟିଭ୍ ଏବଂ ଟ୍ରେନଗୁଡ଼ିକର ନିରାପଦ ଏବଂ ଦ୍ରୁତ ରକ୍ଷଣାବେକ୍ଷଣରେ ଏହି କୌଶଳ ଅତ୍ୟନ୍ତ ପ୍ରଭାବଶାଳୀ ।  ଏହା ସହିତ ସେ ବଗି-ପିଟ ଏବଂ ବଗି ଲିଫ୍ଟିଂ ସୁବିଧା ମଧ୍ୟ ଯାଞ୍ଚ କରିଥିଲେ ଏବଂ ଗ୍ରାଉଣ୍ଡ ଜିରୋରେ ଦକ୍ଷତା ବୃଦ୍ଧି କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। 

ଏହି ଗସ୍ତର ମୁଖ୍ୟ ଆକର୍ଷଣ ଥିଲା ହାଇଡ୍ରୋଜେନ୍ ଟ୍ରେନର ଯାଞ୍ଚ। ରେଳ ମନ୍ତ୍ରୀ ଏହି ଭବିଷ୍ୟତ ପରିବେଶ ଅନୁକୂଳ ସବୁଜ ଜ୍ଞାନକୌଶଳ ଅଗ୍ରଗତିର ସମୀକ୍ଷା କରିଥିଲେ, ଯାହା ଭାରତୀୟ ରେଳବାଇକୁ ସମ୍ପୂର୍ଣ୍ଣ ପ୍ରଦୂଷଣ ମୁକ୍ତ କରିବା ଦିଗରେ ଏକ ବୈପ୍ଳବିକ ପଦକ୍ଷେପ। 

ବିଶ୍ୱ ପରିବେଶ ଦିବସ ଏବଂ 'ସବୁଜ ରେଳବାଇ’ର ସଂକଳ୍ପ: 

ଆଜି 'ବିଶ୍ୱ ପରିବେଶ ଦିବସ'ର ସ୍ୱତନ୍ତ୍ର ଅବସରରେ ମାନ୍ୟବର ରେଳ ମନ୍ତ୍ରୀ ଡିପୋ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଏବଂ ଚାରା ରୋପଣ କରିଥିଲେ। ଏହି ଅବସରରେ ଉଦବୋଧନ ଦେଇ ସେ ପରିବେଶ ସୁରକ୍ଷା ଦିଗରେ ଭାରତୀୟ ରେଳବାଇର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇଥିଲେ। 

ଉତ୍ତର ରେଳବାଇ ଏବଂ ସମଗ୍ର ଭାରତୀୟ ରେଳବାଇ ବର୍ତ୍ତମାନ ୧୦୦% ବିଦ୍ୟୁତୀକରଣ ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛନ୍ତି, ଯାହା ଦେଶକୁ ନେଟ୍‍ ଜିରୋ ଅଙ୍ଗାରକାମ୍ଳ ନିର୍ଗମନକାରୀ କରିବା ପାଇଁ ଜାତୀୟ ସଂକଳ୍ପକୁ ପୂରଣ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି।

ଏହି ପରିଦର୍ଶନ ସମୟରେ ଉତ୍ତର ରେଳବାଇର ମହାପ୍ରବନ୍ଧକ (ଜି.ଏମ୍‍), ଦିଲ୍ଲୀ ଡିଭିଜନର ରେଳବାଇ ପ୍ରବନ୍ଧକ (ଡି. ଆର୍. ଏମ୍.) ଏବଂ ରେଳବାଇ ବୋର୍ଡ ଏବଂ ଉତ୍ତର ରେଳବାଇର ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

0 Comments

Leave A Reply