Bisforana:Senior-journalist-Arvind-Das-joins-Congress

ବରିଷ୍ଠ ସାମ୍ବାଦିକ ଅରବିନ୍ଦ ଦାସ କଂଗ୍ରେସରେ ଯୋଗଦାନ କଲେ

bhubaneswar

ଭୁବନେଶ୍ୱର ତା. 11 ଜୁନ(ବିସ୍ଫୋରଣ)- ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଅଧ୍ଯକ୍ଷତାରେ ଓଡ଼ିଶାର ବହୁପରିଚିତ ସାମ୍ବାଦିକ ଶ୍ରୀ ଅରବିନ୍ଦ ଦାସ କଂଗ୍ରେସ ଦଳରେ ସାମିଲ ହେଲେ । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଦାସଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ଦଳକୁ ସ୍ବାଗତ କରିବା ସହ ସାମ୍ବାଦିକ ମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ଶ୍ରୀ ଦାସ ଜଣେ ସାମ୍ବାଦିକ ଖାଲି ନୁହେଁ ସେ ଜଣେ ଛାତ୍ର ଜୀବନରୁ ରାଜନୀତି ଓ ସମାଜସେବା ପ୍ରତି ତାଙ୍କର ଶ୍ରଦ୍ଧା ରହିଛି । ସେ ମଧ୍ୟ ଜଣେ ଭଲ ଲେଖକ ଓ କଥାକାର ତାଙ୍କର କଂଗ୍ରେସ ଦଳର ଯୋଗଦାନ କଂଗ୍ରେସ ଦଳକୁ ଅଧୂକ ଶକ୍ତିଶାଳୀ କରିବ । ଶ୍ରୀ ଦାସ ତାଙ୍କ ପ୍ରତିଉତ୍ତରରେ କହିଥିଲେ ସେ ବଲାଙ୍ଗୀର ଜିଲ୍ଲାରେ ସର୍ବପୁରାତନ ମହାବିଦ୍ୟାଳୟ ରାଜେନ୍ଦ୍ର କଲେଜର ସାଧାରଣ ସମ୍ପାଦକ ଥିଲେ । ଛାତ୍ର ଜୀବନରେ ସେ ରାଜନୀତି କରିବାପାଇଁ ନିଷ୍ପତ୍ତି ନେଇଥିଲେ ମଧ୍ୟ କୌଣସି କାରଣ ଯୋଗୁଁ ତାଙ୍କୁ ଅନ୍ୟବୃତ୍ତିକୁ ଆଦରିବାକୁ ପଡ଼ିଲା। ସେ ଓଡ଼ିଶାର ସବୁଠାରୁ ଅଧିକ ପ୍ରକାଶିତ ସମ୍ବାଦ ଖବର କାଗଜର ଦୀର୍ଘ ୨୭ ବର୍ଷ ଧରି କାର୍ଯ୍ୟରତ ଥିଲେ। ତିନି ଦଶନ୍ଦିପରେ ଡେରି ହେଲେ ମଧ୍ୟ ସେ ସାଧାରଣ ଜୀବନକୁ ଫେରିଛନ୍ତି । ତାଙ୍କ ମତରେ ରାଜନୀତି ହେଉଛି ଶ୍ରେଷ୍ଠ ନୀତି । ସେ କଂଗ୍ରେସର ଯୋଗଦାନ କରିବାର ମୁଖ୍ୟ କାରଣ ହେଲା ଦେଶରେ ଆଜି ସବୁ ଠିକଠାକ ଚାଲି ନାହିଁ । ଯେଉଁଭଳି ଭାବରେ ବେରୋଜଗାରୀ ଧନୀ, ଗରିବ ଭିତରେ ତାରତମ୍ୟ ଓ ସମସ୍ତ ସାମ୍ବିଧାନିକ ଅନୁଷ୍ଠାନ ଗୁଡ଼ିକକୁ ଆସ୍ତେ ଆସ୍ତେ କରାୟତ କରିନିଆଯାଉଛି ତାହା ଏକ ବଡ଼ ବିପଦକୁ ଇଙ୍ଗିତ କରୁଛି। ଏବେ ସମୟ ଆସିଛି ମୋ ଭଳି ବହୁ ଲୋକ ଯେଉଁମାନେ ଗଣତନ୍ତ୍ରକୁ ରକ୍ଷା କରିବାପାଇଁ ଚାହୁଁଛନ୍ତି ଦେଶକୁ ଠିକ ମାର୍ଗରେ ପରିଚାଳିତ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ଚିନ୍ତା କରିବାର ସମୟ ଆସିଛି ଓ ନିଷ୍ପତ୍ତି ନେବାର ସମୟ ଆସିଛି । କଂଗ୍ରେସ ଦଳ ଏ ଦେଶକୁ କେବଳ ରକ୍ଷା କରିପାରିବ । ତେଣୁ ମୁଁ କଂଗ୍ରେସରେ ଯୋଗଦାନ କରିଛି । ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ଦାସରଥ୍ ଗମାଙ୍ଗୋ, ସୁଦର୍ଶନ ଦାସ, ମନୋରଞ୍ଜନ ମହାନ୍ତି, ରଜନୀ ମହାନ୍ତି, ସୁଧାଂଶୁ ଦେଓ, ମନୋଜ ରାଉତ, ଦୀପକ ମହାପାତ୍ର, ଚିନ୍ମୟ ସୁନ୍ଦର ଦାସ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

0 Comments

Leave A Reply