Bisforana:Emergency-landing-of-Air-Force-Apache-helicopter

ବାୟୁସେନାର ଅପାଚେ ହେଲିକ୍ୟାପ୍ଟରର ଜରୁରୀକାଳୀନ ଅବତରଣ

bhubaneswar

 

ଚଣ୍ଡୀଗଢ 13 ଜୁନ -ପଞ୍ଜାବର ପଠାନକୋଟରେ ଶୁକ୍ରବାର ବାୟୁସେନାର ଅପାଚେ ହେଲିକ୍ୟାପ୍ଟର ଜରୁରୀକାଳୀନ ଅବତରଣ କରିଛି।ପାଇଲଟ ଏବଂ ଅନ୍ୟ ସୈନ୍ୟମାନେ ସୁରକ୍ଷିତ ଅଛନ୍ତି।ପୋଲିସ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରିଛି।ବାୟୁସେନାର ଅପାଚେ ହେଲିକ୍ୟାପ୍ଟର ଶୁକ୍ରବାର ଦିନ ପଠାନକୋଟ ବାୟୁସେନା ଘାଟିରୁ ଉଡାଣ ଭରିଥିଲା।ହଲେଡା ଗ୍ରାମ ନିକଟରେ  ପହଁଞ୍ଚିବା ପରେ ଏଥିରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା।ଜରୁରୀକାଳୀନ ପରିସ୍ଥିତି ଦେଖି ପାଇଲଟ ବିମାନଟିକୁ ଏକ କ୍ଷେତରେ ଅବତରଣ କରାଇଥିଲେ।ଘଟଣା ସମ୍ପର୍କରେ ସୁଚନା ପାଇବା ମାତ୍ରେ ସେନା ଏବଂ ପୋଲିସର ଅଧିକାରୀ ଘଟଣାସ୍ଥଳରେ ପହଁଞ୍ଚିଥିଲେ।ପୋଲିସ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛି।ସେନା ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଁଞ୍ଚି ହେଲିକ୍ୟାପ୍ଟରରେ ଥିବା ଯାନ୍ତ୍ରିକ ତ୍ରୁଟିକୁ ସଂଶୋଧନ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି।ଏ ସମ୍ପର୍କରେ ବାୟୁସେନା ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଆସିନାହିଁ।

0 Comments

Leave A Reply