ଏଣ୍ଟୱର୍ପ 13 ଜୁନ -ଭାରତୀୟ ଜୁନିୟର ମହିଳା ହକି ଟିମ ୟୁରୋପୀୟ ଗ୍ରସ୍ତରେ ପ୍ରଭାବଶାଳୀ ପ୍ରଦର୍ଶନ ଜାରି ରଖି ଗୁରୁବାର ବେଲଜିୟମକୁ 3-2ରେ ପରାସ୍ତ କରି ତୃତୀୟ ଥର ବିଜୟ ହାସଲ ରେକର୍ଡ କରିଛି।ଏହି ମ୍ୟାଚ ଏଣ୍ଟୱର୍ପ ସ୍ଥିତ ହକି ସେଣ୍ଟର ଅଫ ଏକ୍ସୀଲେନ୍ସ,ବିଲରିଜ୍କସେ ପ୍ଲେନରେ ଖେଳାଯାଇଥିଲା।ଭାରତ ପାଇଁ ସୋନମ (4),ଲଲଥନତଳୁଆଙ୍ଗୀ(32) ଏବଂ କନିକା ସିବାଚ(51)ଗୋଲ କରିଥିବାବେଳେ ବେଲଜିୟମ ପାଇଁ ମ୍ୟାରୀ ଗୋଏନ୍ସ (37) ଏବଂ ମାର୍ଟ ମ୍ୟାରୀ (40)ଗୋଲ କରିଥିଲେ।ମ୍ୟାଚ ଆରମ୍ଭରୁ ଭାରତ ଆକ୍ରମଣାତ୍ମକ ମନୋଭାବ ଦେଖାଇଥିଲା।ଚତୁର୍ଥ ମିନିଟରେ ସୋନମ ଏକ ଚମତ୍କାର ଫିଲ୍ଡ ଗୋଲ ଦେଇ ଭାରତକୁ 1-0 ରେ ଆଗୁଆ କରିଥିଲେ।ପ୍ରଥମାର୍ଦ୍ଧରେ ଭାରତ ତାର ଅଗ୍ରଣୀ ବଜାୟ ରଖିଥିଲା।ତୃତୀୟ କ୍ୱାର୍ଟରର ଆରମ୍ଭରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା ଯାହାକୁ ଲଲଥନତଳୁଆଙ୍ଗୀ 32ତମ ମିନିଟରେ ଗୋଲରେ ପରିଣତ କରି ସ୍କୋର 2-0 କରିଥିଲେ।ଚତୁର୍ଥ କ୍ୱାର୍ଟରରେ ଯେତେବେଳେ ଖେଳ ସମାପ୍ତ ହେବାକୁ ମାତ୍ର 9 ମିନିଟ ବାକିଥିବାବେଳେ କନିକା ସିୱାଚ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଭାରତକୁ 3-2ଅଗ୍ରଣୀ ଦେଇଥିଲେ ଏବଂଂ ଟିମର ବିଜୟ ସୁନିଶ୍ଚିତ କରିଥିଲେ।