ନୁଆଦିଲ୍ଲୀ 13 ଜୁନ -ଭାରତ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ଗଭୀର ଚିନ୍ତା ପ୍ରକାଶ କରିଛି।ବୈଦେଶିକ ମନ୍ତ୍ରାଳୟ ଏକ ବିବୃତ୍ତିରେ କହିଛନ୍ତି ଯେ ଭାରତ ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖିଛି,ବିଶେଷକରି ପରମାଣୁ ପ୍ରତିଷ୍ଠାନ ଉପରେ ଆକ୍ରମଣ ରିପୋର୍ଟ ଉପରେ।
ବୈଦେଶିକ ମନ୍ତ୍ରାଳୟ ଉଭୟ ପକ୍ଷରୁ ଯେ କୌଣସି ପ୍ରକାରର ଉତ୍ତେଜନାକୁ ଏଡାଇବାକୁ ଏବଂ ପରିସ୍ଥିତିକୁ ଆହୁରି ଅଧିକ ଖରାପ ନ କରିବାକୁ ନିବେଦନ କରିଥିଲେ ।ଭାରତ କହିଛି ଯେ ବିଦ୍ୟମାନ ଆଲୋଚନା ଏବଂ କୁଟନୈତିକ ଉପାୟ ବ୍ୟବହାର କରି ଏହି ସଙ୍କଟର ସମାଧାନ ପାଇଁ ପ୍ରୟାସ କରାଯିବା ଉଚିତ।ବିବୃତ୍ତିରେ ଏହା ମଧ୍ୟ କୁହାଯାଇଛି ଯେ ଭାରତ ଇରାନ ଏବଂ ଇସ୍ରାଏଲ ଉଭୟ ସହିତ ଘନିଷ୍ଠ ଏବଂ ବନ୍ଧୁତ୍ୱପୁର୍ଣ୍ଣ ସମ୍ପର୍କ ରହିଛି।ଭାରତ ସମସ୍ତ ପ୍ରକାରର ସହଯୋଗ ଯୋଗାଇବାକୁ ପ୍ରସ୍ତୁତ।