ରୁଡକୀ 13 ଜୁନ -ଆନ୍ତର୍ଜାତୀୟ ଯୋଗ ଦିବସ(21 ଜୁନ)ର ପ୍ରସ୍ତୁତିକୁ ନେଇ ପ୍ରକୃତି ଯୋଗ ଶକ୍ତି ସଂସ୍ଥାର ତତ୍ତ୍ୱାବଧାନରେ 21 ଦିନିଆ ଯୋଗ ଶିବିରର ଆୟୋଜନ କରାଯାଇଛି।ଏହି ଶିବିର ଏହି ବର୍ଷ ସଲେମପୁର ଭୁମିୟା ଖେଡା ମନ୍ଦିର ପାର୍କରେ ଚାଲିଛି,ଯେଉଁଠାରେ ପ୍ରତିଦିନ ଶହଶହ ଲୋକ ସକାଳେ ଯୋଗାଭ୍ୟାସ କରି ଲାଭ ଉଠାଉଛନ୍ତି।ଅନୁଷ୍ଠାନର ପ୍ରତିଷ୍ଠାତା ଏବଂ ଯୋଗାଚାର୍ଯ୍ୟ ରାମକୁମାର ଚୌହାନ ସୁଚନା ଦେଇ ହିଛନ୍ତି ଯେ ଏହି ଶିବିର ଲଗାତାର ପଞ୍ଚମ ଥର ପାଇଁ ଆୟୋଜନ କରାଯାଉଛି।ଯୋଗ କେବଳ ଏକ ବ୍ୟାୟାମ ନୁହେଁ,ବରଂ ଏହା ସମ୍ପୁର୍ଣ୍ଣ ଜୀବନକୁ ଦିଗଦର୍ଶନ ଦିଏ।ଯୋଗରେ ଏତେ ଶକ୍ତି ଅଛି ଯେ ବ୍ୟକ୍ତିର ଚିନ୍ତାଧାରା ,ଆଚରଣ ଏବଂ ଚରିତ୍ରକୁ ପରିବର୍ତ୍ତନ କରିପାରିବ।ଯଦି ସମାଜରେ ପ୍ରତ୍ୟେକ ବ୍ୟକ୍ତି ଯୋଗକୁ ଗ୍ରହଣ କରନ୍ତି,ତେବେ ଅପରାଧ ମଧ୍ୟ ହ୍ରାସ ପାଇପାଇବ।