Bisforana:PM-expresses-deep-grief-over-Ahmedabad-incident-assures-effective-and-prompt-assistance

ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ପ୍ରଭାବୀ ଓ ତ୍ୱରିତ ସହାୟତାର ଆଶ୍ୱାସନା ଦେଲେ

bhubaneswar

 

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମ୍ମଦାବାଦରେ ହୋଇଥିବା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି କି ଏହି ଘଟଣା ପୁରା ଦେଶକୁ ସ୍ତବ୍ଧ ଏବଂ ଦୁଃଖୀ କରିଦେଇଛି । ସେ କହିଛନ୍ତି, ଏହି ଘଟଣା ଏତେ ହୃଦୟ ବିଦାରକ ଯେ ଶବ୍ଦରେ ବର୍ଣ୍ଣନା କରିହେବ ନାହିଁ ।

ଶ୍ରୀ ମୋଦୀ କହିଛନ୍ତି ପ୍ରଭାବିତ ଲୋକମାନଙ୍କୁ ତ୍ୱରିତ ଓ ପ୍ରଭାବୀ ସହାୟତା ସୁନିଶ୍ଚିତ କରିବା ପାଇଁ ମନ୍ତ୍ରୀ ଓ ସମ୍ପର୍କିତ ଅଧିକାରୀମାନଙ୍କ ସହ ନିରନ୍ତର ସମ୍ପର୍କରେ ଅଛନ୍ତି ।

ଏକ୍ସ ର ଏକ ପୋଷ୍ଟରେ ସେ ଲେଖିଛନ୍ତି,

“ଅହମ୍ମଦାବାଦରେ ହୋଇଥିବା ଘଟଣା ମୋତେ ସ୍ତବ୍ଧ ଓ ଦୁଃଖୀ କରିଦେଇଛି । ଏହା ହୃଦୟ ବିଦାରକ ଏବଂ ଏହାକୁ ଶବ୍ଦରେ ବର୍ଣ୍ଣନା କରିହେବ ନାହିଁ । ଏହି ଦୁଃଖର ସମୟରେ ସମସ୍ତ ପ୍ରଭାବିତ ଲୋକମାନଙ୍କ ସହ ମୋର ସମବେଦନା ରହିଛି । ପ୍ରଭାବିତ ଲୋକମାନଙ୍କ ପାଇଁ କାମ କରୁଥିବା ମନ୍ତ୍ରୀ ଓ ଅଧିକାରୀମାନଙ୍କ ସହ ମୁଁ ନିରନ୍ତର ସମ୍ପର୍କରେ ଅଛି ।”

0 Comments

Leave A Reply