ବୋଲଗଡ଼ ବିଧାୟକଙ୍କ ଅନୁପସ୍ଥିତକୁ ସାଂସଦ କହିଲେ ଜନ ବିରୋଧୀ ଏବଂ ବିକାଶ ବିରୋଧୀ
ମେଗା ପ୍ରକଳ୍ପ ଦ୍ବାରା ଜଳସେଚିତ ହେବ ବୋଲଗଡ଼-ବେଗୁନିଆର 7770 ହେକ୍ଟର ଜମି, ସାଂସଦଙ୍କ ଡ୍ରିମ୍ ପ୍ରୋଜେକ୍ଟର ଟେଣ୍ଡର ଫାଇନାଲ
ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସସରରେ ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ବିଭିନ୍ନ ବ୍ଲକରେ ବିକାଶ ବାହନର ଶୁଭାରମ୍ଭ ହୋଇଛି । ବୋଲଗଡ଼, ବେଗୁନିଆ, ଟାଙ୍ଗି ବ୍ଲକରେ ବିକାଶ ବାହନର ଶୁଭାରମ୍ଭ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ବନ୍ଧରେ ରାଜ୍ୟବାସୀଙ୍କୁ ଅବଗତ କରାଇବ ଏହି ରଥ ।
ତେବେ ଶୁଭାରମ୍ଭ ଅବସରରେ ଏକ ବର୍ଷ ପୂର୍ତ୍ତିର ଉପଲବ୍ଧି ଜନତାଙ୍କ ସହ ବାଣ୍ଟିଥିଲେ ଶ୍ରୀମତି ଷଡ଼ଙ୍ଗୀ । ତା ସହ ରହିଥିବା ସମସ୍ୟାର ସମାଧନ ପାଇଁ ପ୍ରତିଶୃତି ଦେଇଥିଲେ । ବାଘମାରୀ ବାଇପାସ କାର୍ଯ୍ୟ ତୁରନ୍ତ ଶେଷ, ବୋଲଗଡ଼ ଓ ବେଗୁନିଆକୁ ଏନ୍ଏସି ମାନ୍ୟତା, ବେଗୁନିଆରେ 44 କୋଟି ଟଙ୍କାର ମେଡିକାଲ କାର୍ଯ୍ୟ ଶେଷ ହେବ ବୋଲି ସେ କହିଥିଲେ । ତା ସହ ରେଳମନ୍ତ୍ରୀଙ୍କ ସହ ଆଲୋଚନା କରି ବୋଲଗଡ଼ ରେଳଷ୍ଟେସନକୁ କାର୍ଯ୍ୟକ୍ଷମ କରିବାକୁ ସେ ପ୍ରତିଶୃତି ଦେଇଥିଲେ । ତେବେ କାର୍ଯ୍ୟକ୍ରମରେ ବୋଲଗଡ଼ ବେଗୁନିଆ ବିଧାୟକ ଅନୁପସ୍ଥିତ ରହିବାକୁ ନେଇ ସେ କ୍ଷୋବ ପ୍ରକାଶ କରିଥିଲେ । ବିକାଶମୂଳକ କାର୍ଯ୍ୟରେ ବିଧାୟକ ଉପସ୍ଥିତ ନରହିବା ଜନ ବିରୋଧୀ ଏବଂ ବିକାଶ ବିରୋଧୀ । ରାଜନୀତିର ପରିଭାଷା ହେଉଛି ବିକାଶ ଏବଂ ଲୋକଙ୍କ ସମସ୍ୟାର ସମାଧାନ । ବିକାଶର କୌଣସି ଦଳ ନଥାଏ । ଜନସାଧାରଣଙ୍କ ସମସ୍ୟାର ସମାଧାନ କରିବା ହେଉଛି ନିର୍ବାଚିତ ପ୍ରତିନିଧିଙ୍କ ଦାଇତ୍ବ ବୋଲି ସେ ମତ ଦେଇଥିଲେ । ଆହୁରି ସେ କହିଥିଲେ 2026 ଜାନୁଆରୀ ଠାରୁ ପ୍ରତ୍ୟକ ଗାଁରେ ପଦଯାତ୍ରା କରାଯିବ । ଏହା ଜରିଆରେ ଲୋକଙ୍କମାନଙ୍କୁ ସେମାନଙ୍କ ସମସ୍ୟା ସମ୍ପର୍କରେ ପଚରାଯିବ । ଗାଁ ଏବଂ ପଞ୍ଚାୟତକୁ ପକ୍କା ରାସ୍ତା ନିର୍ମାଣ କରାଯିବ । ପ୍ରତ୍ୟକ ଘରକୁ ରାସ୍ତା, ବିଦ୍ୟୁତ ସଂଯୋଗ, ପାନୀୟ ଜଳ ପହଞ୍ଚାଇବା ଉପରେ ପ୍ରାଥମିକା ଦିଆଯିବ । ଏକ ବର୍ଷ ପରେ ଗାଁରେ ପଲଟିକାଲ ଅଡିଟ୍ କାର୍ଯ୍ୟକ୍ରମ କରାଯିବ । ପଲଟିକାଲ ଅଡିଟ୍ ଦ୍ବାରା ଗାଁରେ ଅଟକି ରହୁଥିବା ଉନ୍ନୟନ ମୂଳକ କାର୍ଯ୍ୟର ଶିଘ୍ର ତ୍ବରାନ୍ନିତ ହୋଇପାରିବ ବୋଲି ଶ୍ରୀମତି ଷଡ଼ଙ୍ଗୀ କହିଥିଲେ । ତେବେ ଖୁବ୍ ଶିଘ୍ର ଶସ୍ୟ ଶ୍ୟାମଳା ହେବ ବୋଲଗଡ଼ ଏବଂ ବେଗୁନିଆ ଅଞ୍ଚଳ । ମେଗା ଲିପ୍ଟ ଇରିଗେସନ ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଛି । ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି 302 କୋଟି ଟଙ୍କା ବ୍ୟୟରେ ଲିପ୍ଟ ଇରିଗେସନ ପ୍ରକଳ୍ପ ଆରମ୍ଭ ହେବ । ଏହି ପ୍ରକଳ୍ପ ଦ୍ବାରା 7770 ହେକ୍ଟର ଜମିକୁ ଜଳସେଚିତ କରାଯିବ । ପ୍ରକଳ୍ପ ପାଇଁ ଟେଣ୍ଡର ଆରମ୍ଭ ହୋଇଛି ବୋଲି ସାଂସଦ କହିବା ପରେ ଅଞ୍ଚଳରେ ଖୁସୀର ଲହରୀ ଖେଳିଯାଇଛି । ତେବେ 2019 ଏବଂ 2024 ବିଜୟୀ କରି ସେବା କରିବାର ସୁଯୋଗ ଦେଇଥିବାରୁ ବୋଲଗଡ଼ ଏବଂ ବେଗୁନିଆବାସୀଙ୍କୁ ଧନ୍ୟବାଦ ଦେଇଥିଲେ ଭୁବନେଶ୍ବର ସାଂସଦ । କାର୍ଯ୍ୟକ୍ରମରେ ବୋଲଗଡ଼ ବିଡିଓ, ତହସିଲଦାର, ପୂର୍ବତନ ସମିତି ସଭ୍ୟ ଅଧକ୍ଷ, ବେଗୁନିଆର ବିଡିଓ, ତହସିଲଦାର, ବ୍ଲକ ଚେୟାରମ୍ୟାନ, ଟାଙ୍ଗି ବ୍ଲକ ଅଧକ୍ଷ୍ୟ, ବେଗୁନିଆର ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ରାମ ବିଜୁଳି, ସାଂସଦଙ୍କ ପ୍ରତିନିଧି ଉପସ୍ଥିତ ଥିଲେ