ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ନବନିଯୁକ୍ତ ରାଷ୍ଟ୍ରୀୟ ସଭାପତି ଶ୍ରୀ ନୀତିନ ନବୀନଜୀ ଦୁଇଦିନିଆ ଓଡ଼ିଶା ଗ୍ରସ୍ତରେ ଆସିଥିଲେ। ସେ ଗତକାଲି ଭୁବନେଶ୍ୱରରେ ପହଁଞ୍ଚିଥିଲେ। ଆଜି ସକାଳୁ ପାର୍ଟିର କୋର କମିଟି ଟିମ୍ ସହ ବୈଠକ କରିଛନ୍ତି । ଜନତାଙ୍କ ଆସ୍ଥାକୁ ବହୁଗୁଣିତ କରି ଆଗାମୀ ଦିନରେ ବିକଶିତ ଓଡ଼ିଶା ଗଠନ କରିବାକୁ ଆହ୍ୱାନ ଦେଇଛନ୍ତି ଦଳର ସାଙ୍ଗଠନିକ ସ୍ଥିତିଠାରୁ ଆରମ୍ଭ କରି ସରକାର କିପରି ଲୋକଙ୍କ ବିଶ୍ୱାସଭାଜନ ହୋଇପାରିବ ସେବିଷୟରେ ମାର୍ଗଦର୍ଶନ କରିଥିଲେ। ସମାଜର ଶେଷ ପାହାଚରେ ଥିବା ବ୍ୟକ୍ତିଙ୍କ ନିକଟରେ ଯେପରି ସରକାରୀ ଯୋଜନା ପହଞ୍ଚିପାରିବ ସେନେଇ ପଦକ୍ଷେପ ନେବାକୁ କହିଛନ୍ତି। ପରବର୍ତ୍ତୀ ସମୟରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ତରଫରୁ ଖୋର୍ଦ୍ଧା ଜିଲ୍ଲା ଜଟଣୀସ୍ଥିତ ଆଇଆଇଟି ନିକଟସ୍ଥ ଏସିଆନ ଇନଷ୍ଟିଚ୍ୟୁଟ ଅଫ ଫିଜିକାଲ ହେଲ୍ଥ (ଏଆଇପିଏଚ୍) ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ବିଜେପିର “ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬”ରେ ଯୋଗଦେଇ କାର୍ଯ୍ୟକର୍ତାଙ୍କ ମାର୍ଗଦର୍ଶନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶ୍ରୀ ଜୁଏଲ୍ ଓରାମ୍, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂଦେଓ, ଶ୍ରୀମତୀ ପ୍ରଭାତୀ ପରିଡ଼ା, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ବୈଜୟନ୍ତ ପଣ୍ଡା, ରାଜ୍ୟପ୍ରଭାରୀ ଶ୍ରୀ ବିଜୟପାଲ ସିଂ ତୋମାର, ରାଜ୍ୟ ସହପ୍ରଭାରୀ ସୁଶ୍ରୀ ଲତା ଉଷେଣ୍ଡିିଙ୍କ ସମେତ ସମସ୍ତ ମନ୍ତ୍ରୀ, ସାଂସଦ, ବିଧାୟକ ଓ ରାଜ୍ୟ ପ୍ରଦାଧିକାରୀମାନେ ଉପସ୍ଥିତ ଥିଲେ। ଏହାପରେ ଶ୍ରୀ ନୀତିନ ନବୀନ ଭୁବନେଶ୍ୱର ବିମାନ ବନ୍ଦରରୁ ଦିଲ୍ଲୀ ଫେରିଯାଇଥିଲେ।