Bisforana:Congresss-Drug-Free-Odisha-Public-Awareness-Campaign

କଂଗ୍ରେସର ନିଶାମୁକ୍ତ ଓଡ଼ିଶା ଜନ ଜାଗରଣ ଅଭିଯାନ

bhubaneswar

ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଓଡ଼ିଶାକୁ ଏକ ନିଶାମୁକ୍ତ ରାଜ୍ୟରେ ପରିଣତ କରିବାପାଇଁ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହାକୁ ସାକାର କରିବାପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗର ଅଧ୍ୟକ୍ଷ ଆଇନଜୀବି ମାନସ ମଲ୍ଲିକଙ୍କ ନେତୃତ୍ୱରେ ଗତ ଏପ୍ରିଲ ୧୪ ତାରିଖରୁ ପୁରୀ ଜିଲ୍ଲାର ସୁଆଣ୍ଡୋ ଠାରୁ ନିଶାମୁକ୍ତ ଜନ ଜାଗରଣ ଅଭିଯାନ ଆରମ୍ଭ ହୋଇ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଢ଼େଙ୍କାନାଳ, ଅନୁଗୋଳ, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ଆଦି ଜିଲ୍ଲା ଗସ୍ତକରି ପ୍ରତ୍ୟେକ ଜନଗହଳି ସ୍ଥାନରେ ପଥପ୍ରାନ୍ତ ସଭା କରି ଜନସାଧାରଣଙ୍କୁ ସଚେତନ କରାଇ ଆସୁଅଛି । କିନ୍ତୁ ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ରୌଦ୍ରତାପ ଓ ଗରମ ପବନ ଯୋଗୁଁ ଏହି ଅଭିଯାନକୁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଦାସଙ୍କ ପରାମର୍ଶ କ୍ରମେ ସାମୟିକ ଭାବେ ବିରାମ ଦିଆଯାଇଅଛି ଏବଂ ଗ୍ରୀଷ୍ମ ପ୍ରବାହ କମ ହେଲେ ପୁନର୍ବାର ଏହି ଅଭିଯାନ ବଳକା ଜିଲ୍ଲାମାନଙ୍କୁ ଗସ୍ତ କରିବ ବୋଲି ଆଇନଜୀବି ମଲ୍ଲିକ ଆଜି କଂଗ୍ରେସ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ମତବ୍ୟକ୍ତ କରିଛନ୍ତି । ଗତ ୨୨ ଦିନ ଧରି ଚାଲୁଥିବା ଏହି ଅଭିଯାନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭୂମିରୁ ଆରମ୍ଭ ହୋଇ ମା ସମଲେଶ୍ୱରୀଙ୍କ ପୀଠ ସମ୍ବଲପୁରଠାରେ ସାମୟିକ ବିରାମ ନେଇଛି । ଏହି ଅଭିଯାନ ସମୟରେ ଅଭିଯାନକୁ ଆଶୀର୍ବାଦ ସହଯୋଗ ଓ ସମର୍ଥନ କରିଥିବାରୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ, ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ପ୍ରସାଦ ହରିଚନ୍ଦନ, ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ଜୟଦେବ ଜେନା, ପିସିସି ଉପସଭାପତି ଶ୍ରୀ ଲଲାଟେନ୍ଦୁ ମହାପାତ୍ର, ପୂର୍ବତନ ସାଧାରଣ ସମ୍ପାଦକ ଶ୍ରୀ ସତ୍ୟବ୍ରତ ପାତ୍ର (ରମୁ), ଶ୍ରୀ ବିଶ୍ୱଭୂଷଣ ଦାସ, ପିସିସି ସମ୍ପାଦିକା ଶ୍ରୀମତୀ ଅନିମା ମିଞ୍ଜ, ଶ୍ରୀମତୀ ସସ୍ମିତା ପଣ୍ଡା, ସମସ୍ତ ଜିଲ୍ଲା ସଭାପତି, ସମସ୍ତ ବରିଷ୍ଠ ନେତା, ଅନୁସୂଚିତ ଜାତି ବିଭାଗର ସମସ୍ତ ରାଜ୍ୟ କାର୍ଯ୍ୟକାରିଣୀ କର୍ମକର୍ତ୍ତା ଓ ଜିଲ୍ଲା ଅଧ୍ୟକ୍ଷ ତଥା ସମସ୍ତ କଂଗ୍ରେସ କର୍ମୀ, ସମସ୍ତ ଗଣମାଧ୍ୟମ / ସାମାଜିକ ଗଣମାଧ୍ୟମ ବନ୍ଧୁ, ଗସ୍ତ ସମୟରେ ଏହି ଅଭିଯାନର ସୁରକ୍ଷାରେ ଥିବା ସମସ୍ତ ସୁରକ୍ଷା କର୍ମୀ ଏବଂ ଓଡ଼ିଶାର  ସାଢ଼େ ଚାରିକୋଟି ଜନସାଧାରଣଙ୍କୁ ଅନୁସୂଚିତ ଜାତି କଂଗ୍ରେସର ରାଜ୍ୟ ଅଧ୍ୟକ୍ଷ ଆଇନଜୀବି ମାନସ କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଛନ୍ତି । 

Related News

0 Comments

Leave A Reply