ଭୁବନେଶ୍ୱର : ରାଜ୍ୟରେ ପ୍ରବଳ ତାତି। ରାଜଧାନୀ ଭୁବନେଶ୍ୱରରେ ତାତିର ତୀବ୍ରତା ଅଧିକ ଅନୁଭବ ହେଉଛି। ସକାଳ ୧୦ଟା ପରେ ଘରୁ ବାହାରିବା ଅସମ୍ଭବ ହୋଇପଡିଛି। ତାତି ଓ ଗୁଳୁଗୁଳିରେ ଜନଜୀବନ ପ୍ରଭାବିତ। ଆଜି ୨ରୁ ୩ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବଢିପାରେ ପାରଦ। ତାତିରେ ଅଂଶୁଘାତ ଆଶଙ୍କା ବଢିଛି। ଅଂଶୁଘାତର ମୁକାବିଲା ପାଇଁ କ୍ୟାପିଟାଲ ହସ୍ପିଟାଲରେ ବିଶେଷ ପ୍ରସ୍ତୁତି କରାଯାଇଛି। ୨୦ ରୁ ୨୨ ତାରିଖ ବେଳକୁ ବଲାଙ୍ଗିର, ଟିଟିଲାଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରରେ ତାପମାତ୍ରା ୪୬ ଡିଗ୍ରୀ ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏପରିକି ଘରୁବାହାରିବା ବେଳେ ପ୍ରଚୁର ପାଣି ପିଇବା ଓ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।