Bisforana:Maharaja-Kharavela-Exhibition-inaugurated-at-ABVP-National-Executive-Council-meeting-venue

ଏବିଭିପି ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦ ବୈଠକ ସ୍ଥଳରେ ‘ମହାରାଜା ଖାରବେଳ ପ୍ରଦର୍ଶନୀ’ ଉଦ୍ଘାଟିତ

bhubaneswar

‘ମହାରାଜା ଖାରବେଳ ପ୍ରଦର୍ଶନୀ’ ଓଡ଼ିଶାର ଗୌରବମୟ ପରମ୍ପରା ଓ ଏବିଭିପିର ସୃଜନଶୀଳ କାର୍ଯ୍ୟର ସଙ୍ଗମ ପାଲଟିଛି

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦ ବୈଠକ ଅନ୍ତର୍ଗତ କାର୍ଯ୍ୟକ୍ରମ ସ୍ଥଳର ଅଡିଟୋରିୟମର ଭୂତଳରେ ଆୟୋଜିତ “ମହାରାଜା ଖାରବେଳ ପ୍ରଦର୍ଶନୀ” ଓଡ଼ିଶାର ଗୌରବମୟ ଐତିହାସିକ, ସାଂସ୍କୃତିକ ଏବଂ ଶିକ୍ଷାଗତ ଐତିହ୍ୟ ସହ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଧ୍ୟେୟ ଯାତ୍ରାର ଜୀବନ୍ତ ପରିଚୟ ପ୍ରଦାନ କରୁଛି। ଏହି ଭବ୍ୟ ପ୍ରଦର୍ଶନୀର ଉଦ୍ଘାଟନ ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରର କୁଳପତି ପ୍ରଫେସର ଜ୍ୟୋତ୍ସ୍ନା କେ.ବି. ରାଉତ, ଏବିଭିପି ରାଷ୍ଟ୍ରୀୟ ସଭାପତି ପ୍ରଫେସର ରଘୁରାଜ କିଶୋର ତିୱାରୀ, ରାଷ୍ଟ୍ରୀୟ ମହାମନ୍ତ୍ରୀ ଡ଼ଃ ବୀରେନ୍ଦ୍ର ସିଂହ ସୋଲାଙ୍କୀ ଏବଂ ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ଶ୍ରୀ ଆଶୀଷ ଚୌହାନଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଥିଲା।

ପ୍ରଦର୍ଶନୀରେ ଓଡ଼ିଶାର ସମୃଦ୍ଧ ଇତିହାସ, ଭଗବାନ ଜଗନ୍ନାଥଙ୍କ ଲୋକଆସ୍ଥା ଓ ସଂସ୍କୃତି, ପାରମ୍ପରିକ ପର୍ବପର୍ବାଣୀ, ଲୋକକଳା, ହସ୍ତଶିଳ୍ପ ଏବଂ କୋଣାର୍କ ସୂର୍ଯ୍ୟମନ୍ଦିରର ପ୍ରସିଦ୍ଧ କୋଣାର୍କ ଚକ୍ର ମାଧ୍ୟମରେ ରାଜ୍ୟର ସ୍ଥାପତ୍ୟ ଓ ବୈଜ୍ଞାନିକ ଚେତନାକୁ ଆକର୍ଷଣୀୟ ଭାବେ ପ୍ରଦର୍ଶିତ କରାଯାଇଛି। ସେହିପରି, ଏବିଭିପି ଦ୍ୱାରା ବର୍ଷସାରା ଦେଶବ୍ୟାପୀ କରାଯାଇଥିବା ବିଭିନ୍ନ ସୃଜନାତ୍ମକ କାର୍ଯ୍ୟ, ସେବା କାର୍ଯ୍ୟକଳାପ, ଛାତ୍ର ଆନ୍ଦୋଳନ ଏବଂ ବିଭିନ୍ନ ଆୟାମର କାର୍ଯ୍ୟକଳାପକୁ ମଧ୍ୟ ସୁସଙ୍ଗତ ଭାବେ ଉପସ୍ଥାପିତ କରାଯାଇଥିଲା।

ପ୍ରଦର୍ଶନୀର ପ୍ରବେଶ ଦ୍ୱାର ରେ ପ୍ରାଚୀନ ରତ୍ନାଗିରି ବିଶ୍ୱବିଦ୍ୟାଳୟର ସ୍ଥାପତ୍ୟ ଶୈଳୀରୁ ପ୍ରେରିତ, ଯାହା ଓଡ଼ିଶାର ସମୃଦ୍ଧ ଶିକ୍ଷା ପରମ୍ପରା, ଲୋକ ପରମ୍ପରା ଓ ଜ୍ଞାନ ସାଧନାର ଐତିହାସିକ ଧାରାର ପ୍ରତୀକ ଅଟେ। ଉଲ୍ଲେଖନୀୟ ଯେ, ଏବିଭିପିର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ୨୯ ରୁ ୩୧ ମେ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବ, ଯେଉଁଥିରେ ଦେଶର ସମସ୍ତ ରାଜ୍ୟରୁ ୪୮୪ ଜଣ କାର୍ଯ୍ୟକର୍ତ୍ତା ପ୍ରତିନିଧି ଅଂଶଗ୍ରହଣ କରିବେ।

Related News

0 Comments

Leave A Reply