Bisforana:12-hour-bandh-observed-in-Jaipur-city-of-Koraput-district-today

କୋରାପୁଟ ଜିଲ୍ଲାର ଜୟପୁର ସହରରେ ଆଜି ୧୨ ଘଣ୍ଟିଆ ବନ୍ଦ

bhubaneswar

କୋରାପୁଟ ଜିଲ୍ଲାର ଜୟପୁର ସହରରେ ଆଜି  ୧୨ ଘଣ୍ଟିଆ ବନ୍ଦ  କରାଯାଇଛି। ବନ୍ଦ ପ୍ରଭାବରେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି। ସହରର ବିଭିନ୍ନ ପ୍ରମୁଖ ରାସ୍ତାରେ ଆନ୍ଦୋଳନକାରୀମାନେ ପିକେଟିଂ କରିବା ସହ ରାସ୍ତାରୋକ କରିଥିବାରୁ ଯାତାୟାତ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛିସୁଚନାନୁଯାୟୀ ଆନ୍ଦୋଳନକାରୀଙ୍କ ଅଭିଯୋଗ ହେଉଛି, ଦୀର୍ଘ ବର୍ଷ ଧରି କାଗଜ କାରଖାନା ବନ୍ଦ ରହିବା ଫଳରେ ହଜାର ହଜାର ଶ୍ରମିକ ଓ କର୍ମଚାରୀଙ୍କ ପରିବାର  ଆର୍ଥିକ ସଙ୍କଟରେ ରହିଛନ୍ତି। ବହୁ କର୍ମଚାରୀ ଏପର୍ଯ୍ୟନ୍ତ ସେମାନଙ୍କ ବକେୟା ଦରମା  ପାଇନାହାନ୍ତି। ଏହି କାରଖାନା କେବଳ ଜୟପୁର ନୁହେଁ, ସମଗ୍ର କୋରାପୁଟ ଅଞ୍ଚଳର ଅର୍ଥନୀତି ସହ ଜଡିତ ଥିବାରୁ ଏହାର ପୁନରୁଦ୍ଧାର ଅତ୍ୟନ୍ତ ଜରୁରୀ ବୋଲି ସେମାନେ କହିଛନ୍ତି ତେବେ ବନ୍ଦ ସମୟରେ ଜରୁରୀକାଳୀନ ସେବା, ଆମ୍ବୁଲାନ୍ସ ଏବଂ ପରୀକ୍ଷାର୍ଥୀଙ୍କ ଯାନବାହନକୁ ଛାଡ଼ ଦିଆଯାଇଥିଲା।

Related News

0 Comments

Leave A Reply