Bisforana:Launch-of-public-opinion-survey-on-NaMo-app

ନମୋ ଆପରେ ଜନ ମନ ସର୍ବେକ୍ଷଣର ଶୁଭାରମ୍ଭ

bhubaneswar

-ଭାରତର ଭବିଷ୍ୟତ ଗଢ଼ିବା ଲାଗି ଏକ ସଶକ୍ତ ମଞ୍ଚ

-ପ୍ରଥମ ଦିନରୁ ମିଳିଲା ପାଞ୍ଚ ଲକ୍ଷରୁ ଅଧିକ ପ୍ରତିକ୍ରିୟା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳର ୧୧ ବର୍ଷ ପୂର୍ତ୍ତି ଅବସରରେ ନରେନ୍ଦ୍ର ମୋଦୀ ଆପ୍ ବା ନମୋ ଆପ୍ ଜରିଆରେ “ଜନ ମନ ସର୍ବେକ୍ଷଣ”ର ଶୁଭାରମ୍ଭ କରାଯାଇଛି। ଗୋଟିଏ ଦିନରେ ଏହି ସର୍ବେକ୍ଷଣକୁ ପାଞ୍ଚ ଲକ୍ଷରୁ ଅଧିକ ପ୍ରତିକ୍ରିୟା ମିଳିଛି ଯାହା ଅଭିଯାନର ଲୋକପ୍ରିୟତାକୁ ଦର୍ଶାଉଛି ।

ସାଧାରଣ ଲୋକଙ୍କୁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସକ୍ରିୟ ଭାବେ ସାମିଲ କରିବା ଏବଂ ସେମାନଙ୍କୁ ପ୍ରମୁଖ ଜାତୀୟ ପ୍ରସଙ୍ଗ ତଥା ସରକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ନିଜର ରାୟ ବ୍ୟକ୍ତ କରିବା ଲାଗି ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ଅଭିନବ ସର୍ବକ୍ଷେଣର ଶୁଭାରମ୍ଭ କରାଯାଇଛି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏକ୍ସରେ “ଜନ ମନ ସର୍ବେକ୍ଷଣ”ର ଘୋଷଣା କରିଥିଲେ। ଏହା ସାଧାରଣ ଲୋକଙ୍କୁ ନିଜର ପ୍ରତିକ୍ରିୟା ଏବଂ ରାୟ ବିଷୟରେ ସିଧାସଳଖ ସରକାରଙ୍କୁ ଅବଗତ କରାଇବା ଲାଗି ଉପଯୁକ୍ତ ମଞ୍ଚ ପ୍ରଦାନ କରିଥାଏ। ଏହି ସର୍ବେକ୍ଷଣ ଦେଶର କୋଣଅନୁକୋଣରୁ ଆସିଥିବା ଲୋକଙ୍କ ପ୍ରତିକ୍ରିୟା ମାଧ୍ୟମରେ ଜନସାଧାରଣଙ୍କ ମନର କଥା ଜାଣି ଭବିଷ୍ୟତର ନୀତି ପ୍ରସ୍ତୁତ କରିବାରେ ସେଗୁଡ଼ିକର ବିଚାର କରିବାରେ ସହାୟକ ହେବ।

0 Comments

Leave A Reply