ନୁଆଦିଲ୍ଲୀ 11ଜୁନ -ଘରୋଇ ସୁନା ବଜାରରେ ଆଜି ଲଗାତାର ଚତୁର୍ଥ ଦିନରେ ସୁନା ମୁଲ୍ୟରେ ହ୍ରାସ ପାଇଥିବା ନଜର ଆସିଛି।ମୁଲ୍ୟ ହ୍ରାସ ଯୋଗୁଁ ଦେଶର ଅଧିକାଂଶ ସରାଫା ବଜାରରେ ଆଜି 24 କ୍ୟାରେଟ ସୁନା 97,570 ଟଙ୍କାରୁ ନେଇ 97,720 ଟଙ୍କା ପ୍ରତି 10 ଗ୍ରାମ ମଧ୍ୟରେ କାରବାର ହେଉଛି।ସେହିପରି ଆଜି 22 କ୍ୟାରେଟ ସୁନା ଆଜି 89,440 ଟଙ୍କାରୁ ନେଇ 89,590 ଟଙ୍କା ପ୍ରତି 10 ଗ୍ରାମ ମଧ୍ୟରେ ବିକ୍ରି ହେଉଛି।ସୁନାର ବିପରୀତ ଚାନ୍ଦି ମୁଲ୍ୟରେ ମଧ୍ୟ ଆଜି ବୃଦ୍ଧି ପାଉଛି,ଯାହା ଫଳରେ ଏହି ଚମକଦାର ଧାତୁ ଦିଲ୍ଲୀ ସରାଫା ବଜାରରେ 1,000 ଟଙ୍କା ମହଙ୍ଗା ହୋଇ 1,09,100ଟଙ୍କା ପ୍ରତି କିଲୋଗ୍ରାମ ସ୍ତରରେ ବିକ୍ରି ହେଉଛି।ଦିଲ୍ଲୀରେ 24 କ୍ୟାରେଟ ସୁନା 97,720 ଟଙ୍କା ପ୍ରତି 10 ଗ୍ରାମ ଟଙ୍କାରେ କାରବାର ହେଉଥିବାବେଳେ 22 କ୍ୟାରେଟ ସୁନାର ମୁଲ୍ୟ 89,590 ଟଙ୍କା ପ୍ରତି 10 ଗ୍ରାମ ରେକର୍ଡ କରାଯାଇଛି।ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ 24 କ୍ୟାରେଟ ସୁନା 97,570 ଟଙ୍କା ପ୍ରତି 10 ଗ୍ରାମ ଏବଂ 22 କ୍ୟାରେଟ ସୁନା 89,440 ଟଙ୍କା ପ୍ରତି 10 ଗ୍ରାମ ସ୍ତରରେ ବିକ୍ରି ହେଉଛି।