Bisforana:PCC-welcomes-newly-appointed-PCC-Scheduled-Tribes-Department-Chairman

ନବନିଯୁକ୍ତ ପିସିସି ଅନୁସୁଚୀତ ଜନଜାତି ବିଭାଗ ଅଧ୍ୟକ୍ଷଙ୍କୁ ପିସିସି ପକ୍ଷରୁ ସ୍ବାଗତ

bhubaneswar

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଅନୁସୂଚୀତ ଜନଜାତି ବିଭାଗର (ଏସ୍.ଟି. ଡିପାର୍ଟମେଣ୍ଟ) ଅଧ୍ୟକ୍ଷ ଶ୍ରୀ ଜଶୋବନ୍ତ ସିଂ ଲାଗୁରିଙ୍କୁ କଂଗ୍ରେସ ଭବନ ଠାରେ ସ୍ବାଗତ କରାଯାଇଛି। ଅତ୍କଳ ଭାରତ କଂଗ୍ରେସ କମିଟି ଅନୁସୂଚିତ ଜନଜାତି ବିଭାଗ ଅଧ୍ଯକ୍ଷ ଡ. ଭିକ୍ରାନ୍ତ ଭୁରୀଆ ଙ୍କୁ ଦିଲ୍ଲୀଠାରେ ଶ୍ରୀ ଲାଗୁରୀ ସାକ୍ଷାତ ଆଲୋଚନା କରି ଆଜି ଅପରାହ୍ନରେ କଂଗ୍ରେସ ଭବନ ଠାରେ ପହଂଚିବା ପରେ ତାଙ୍କୁ ବାଜା ବଜାଇ କଂଗ୍ରେସ କର୍ମୀମାନେ ସ୍ଵାଗତ କରିଥିଲେ। ଆଗାମୀ ଦିନରେ ଜନଜାତିମାନଙ୍କର ସମସ୍ୟା ସମାଧାନ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ ଓ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଜନଜାତି ବିଭାଗକୁ ସୁଦୃଢ଼ କରାଯିବ ବୋଲି ଏହି ଅବସରରେ ଶ୍ରୀ ଲାଗୁରୀ ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତା ସର୍ବଶ୍ରୀ ସୁଧାଂସୁ ଦେଓ, ରଣଜିତ ପାତ୍ର, ଉଦିତ ପ୍ରଧାନ, ନିର୍ମଳ ନାୟକ, ମାନସ ମଲ୍ଲିକ, ପ୍ରକାଶ ମିଶ୍ର, ସୁଦିପ ସାମଲ, ସତ୍ୟଜିତ ପଟ୍ଟନାୟକ, ସାନ୍ତନୁ ସାହୁ, ସୁଭେନ୍ଦୁ ମହାନ୍ତି, ମିହିର ଆଚାର୍ଯ୍ୟ, କୁଳମଣି ସାହୁ, ସୁବର୍ଷ ନାୟକ, କ୍ଷିରୋଦ ପାତ୍ର, ଲକ୍ଷ୍ମଣ ସିଂ, ପୂର୍ଣଚନ୍ଦ୍ର ବିଶ୍ୱାଳ, ନରେନ୍ଦ୍ର ପଟ୍ଟନାୟକ, ସବିତା ମହନ୍ତ, ଟିକି ପ୍ରଧାନ, ସୁବ୍ରତ ପ୍ରଧାନ ଓ ମଣ୍ଟୁ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

0 Comments

Leave A Reply