Bisforana:Unbearable-heat-and-humidity-in-Odisha

ଓଡିଶାରେ ଅସହ୍ୟ ଗରମ ଓ ଗୁଳୁଗୁଳି

bhubaneswar

ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ।ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ ହେଉଥିବା ବେଳେ ଦିନ ସହିତ ରାତିର ଉତ୍ତପ୍ତ ପରିବେଶ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି।  ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଏହି ତାତିରୁ ଏବେ ସହଜରେ ମୁକ୍ତି ମିଳିବାର ନାହିଁ।ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବର ଆଶଙ୍କା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସାରା ରାଜ୍ୟରେ ଆଲର୍ଟ ଜାରି କରାଯାଇଛି।  ସମ୍ବଲପୁର, ବଲାଙ୍ଗୀର ଏବଂ ବୌଦ୍ଧ ଜିଲ୍ଲା ଗୁଡ଼ିକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଥିବାବେଳେ ଅରେଞ୍ଜ ୱାର୍ଣ୍ଣିଂ ଝାରସୁଗୁଡ଼ା, ସୁବର୍ଣ୍ଣପୁର, ନୂଆପଡ଼ା ଏବଂ କଳାହାଣ୍ଡି ଜିଲ୍ଲାକୁ କରାଯାଇଥିବାବେଳେ ବରଗଡ଼ ଏବଂ କନ୍ଧମାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।ପାଣିପାଗ ବିଭାଗର ସୁଚନା ଅନୁଯାୟୀ ୨୭ ତାରିଖ ପର୍ଯ୍ୟନ୍ତ ଏହିଭଳି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ପଶ୍ଚିମ ଓଡ଼ିଶାରେ ୨୯ ତାରିଖ ଯାଏଁ ଗ୍ରୀଷ୍ମ ଲହରିର ପ୍ରକୋପ ଦେଖିବାକୁ ମିଳିବ। ଏଣୁ ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି

 

 

Related News

0 Comments

Leave A Reply