Bisforana:Trains-to-be-shifted-to-advanced-passenger-reservation-system-from-August

ଅଗଷ୍ଟ ମାସରୁ ଟ୍ରେନଗୁଡ଼ିକୁ ଉନ୍ନତ ଯାତ୍ରୀ ସଂରକ୍ଷଣ ପ୍ରଣାଳୀକୁ ସ୍ଥାନାନ୍ତରିତ କରାଯିବ

bhubaneswar

୪୦ ବର୍ଷର ପୁରୁଣା ପ୍ରଣାଳୀରୁ ଏହି ଅତ୍ୟାଧୁନିକ ସିଷ୍ଟମକୁ ସ୍ଥାନାନ୍ତର ହେବା ସମୟରେ ଯାତ୍ରୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ରେଳ ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ରେଳ ଭବନଠାରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅଧିକାରୀମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ । ଏହି ବୈଠକରେ ୪୦ ବର୍ଷ ପୁରୁଣା ସଂରକ୍ଷଣ ପ୍ରଣାଳୀର ଆଧୁନିକୀକରଣ ଉପରେ ଚର୍ଚ୍ଚା କରାଯାଇଥିଲା । ଏଥିରେ ରେଳ ରାଷ୍ଟ୍ରମନ୍ତ୍ରୀ ଭି. ସୋମାନ୍ନା ଏବଂ ରବନୀତ ସିଂ ବିଟ୍ଟୁ ମଧ୍ୟ ଉପସ୍ଥିତ ଥିଲେ । 

୧୯୮୬ ମସିହାରେ ଆରମ୍ଭ ହୋଇଥିବା ଏହି ପ୍ରଣାଳୀରେ ଗତ ୪୦ ବର୍ଷ ମଧ୍ୟରେ ଅନେକ ଛୋଟ ପରିବର୍ତ୍ତନ କରାଯାଇଥିଲା, ମାତ୍ର ଏବେ ଏଥିରେ ସମ୍ପୂର୍ଣ୍ଣ ସଂସ୍କାର ଅଣାଯାଇଛି । ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଏହାର କ୍ଷମତା ବୃଦ୍ଧି କରାଯାଇଛି ।

ରେଳ ସଂରକ୍ଷଣ ପ୍ରଣାଳୀ ଅନେକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି । ୨୦୦୨ ମସିହାରୁ ଭାରତୀୟ ରେଳବାଇ ଟିକେଟ୍ ବୁକିଂରେ ଇଣ୍ଟରନେଟର ବ୍ୟବହାର ଆରମ୍ଭ କରିଥିଲା । ଆଜି ଏହି ବ୍ୟବସ୍ଥା ଏତେ ଲୋକପ୍ରିୟ ହୋଇଛି ଯେ ଦେଶର ଅଧିକାଂଶ ଲୋକ ଟିକେଟ୍ କାଉଣ୍ଟରକୁ ନଯାଇ ଅନଲାଇନ୍ ମାଧ୍ୟମରେ ଟିକେଟ୍ ବୁକ୍ କରୁଛନ୍ତି । ବର୍ତ୍ତମାନ ଦେଶର ପ୍ରାୟ ୮୮% ଟିକେଟ୍ ଅନଲାଇନ୍ ମାଧ୍ୟମରେ ବୁକ୍ ହେଉଛି ।

ଭାରତୀୟ ରେଳବାଇର ନୂତନ ମୋବାଇଲ୍ ଆପ୍ 'ରେଲୱାନ୍' ଯାତ୍ରୀମାନଙ୍କ ମଧ୍ୟରେ ଅତି ଦ୍ରୁତ ଗତିରେ ଲୋକପ୍ରିୟ ହେବାରେ ଲାଗିଛି । ଗତ ବର୍ଷ ଜୁଲାଇ ମାସରେ ଆରମ୍ଭହୋଇଥିବା ଏହି ଆପ୍  ଏକ ବର୍ଷରୁ କମ୍ ସମୟ ମଧ୍ୟରେ ପ୍ରାୟ ୩.୫ କୋଟି ଡାଉନଲୋଡ୍ ହୋଇସାରିଛି  ।

ଏହି ଆପ୍ କେବଳ ରେଳ ସମ୍ବନ୍ଧୀୟ ସୂଚନା ଦିଏ ନାହିଁ, ବରଂ ଟିକେଟିଂ ଏବଂ ଅନ୍ୟାନ୍ୟ ସେବା ସହିତ ଜଡ଼ିତ ଅଭିଯୋଗର ମଧ୍ୟ ସମାଧାନ କରେ ।

ଆଜି ଯେତେବେଳେ ଆପଣ ଟିକେଟ୍ ବୁକ୍ କରନ୍ତି, ସେତେବେଳେ 'ରେଲୱାନ୍' ଆପ୍ ଆପଣଙ୍କୁ ଜଣାଇଥାଏ ଯେ ଆପଣଙ୍କ ୱେଟିଂ ଟିକେଟ୍ କନଫର୍ମ ହେବ କି ନାହିଁ । ଟିକେଟ୍ କନଫର୍ମ ହେବାର ସଠିକ୍ ସମ୍ଭାବନା ମଧ୍ୟ ଏବେ ଏଆଇ (Artificial Intelligence) ମାଧ୍ୟମରେ ରେଲୱାନ୍ ଆପ୍ ଜଣାଇବାକୁ ଲାଗିଛି । ଏହି ନୂତନ ସୁବିଧା ଚଳିତ ବର୍ଷ ଆରମ୍ଭରୁ ହିଁ ଲାଗୁ କରାଯାଇଛି, ଯାହାକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । ରେଲୱାନ୍ ଆପ୍‌ରେ ୱେଟିଂ ଟିକେଟ୍ କନଫର୍ମ ହେବାର ପୂର୍ବାନୁମାନର ସଠିକତା ପୂର୍ବର ୫୩ ପ୍ରତିଶତରୁ ବୃଦ୍ଧି ପାଇ ଏବେ ୯୪ ପ୍ରତିଶତରେ ପହଞ୍ଚିଛି ।

ରେଲୱାନ୍ ଆପ୍‌ରେ ଏହିଭଳି ଅନେକ ଏକୀକୃତ ଏବଂ ଆଧୁନିକ ସୁବିଧାଗୁଡ଼ିକ ରହିଛି, ଯାହା ରେଳ ସମ୍ବନ୍ଧୀୟ ଅନ୍ୟ ସମସ୍ତ ସେବାଗୁଡ଼ିକୁ ମଧ୍ୟ ନିଜ ମଧ୍ୟରେ ସମାହିତ କରି ରଖିଛି । ଯଥା - ସଂରକ୍ଷିତ, ଅଣସଂରକ୍ଷିତ ଏବଂ ପ୍ଲାଟଫର୍ମ ଆଦି ବିଭିନ୍ନ ପ୍ରକାରର ଟିକେଟ୍‌ର ବୁକିଂ, ରଦ୍ଦକରଣ ଏବଂ ରିଫଣ୍ଡ ।

ଏହା ସହିତ ଆପଣଙ୍କର ଆମର ବର୍ତ୍ତମାନର ଟିକେଟର ୱେଟିଂ ଷ୍ଟାଟସ୍ ର ସଦ୍ୟ ସ୍ଥିତି, ଟ୍ରେନ୍ ଆସିବା ଓ ଯିବା ସମୟ, ଟ୍ରେନ୍‌ର ବର୍ତ୍ତମାନର ସ୍ଥିତି, ଟ୍ରେନ୍ ଆସିବା-ଯିବାର ପ୍ଲାଟଫର୍ମ, ଆପଣଙ୍କ କୋଚ୍‌ର ଅବସ୍ଥିତି, ରେଳ ମଦଦ ଭଳି ଗୁରୁତ୍ୱପୂର୍ଣ୍ଣ ସୂଚନାଗୁଡ଼ିକ ରେଲୱାନ୍ ଆପ୍‌ରେ ରହିଛି । ନିଜ ଯାତ୍ରା ସମୟରେ ଆପଣ ନିଜର ଖାଦ୍ୟ ମଧ୍ୟ ରେଲୱାନ୍ ଆପ୍‌ରେ ଅର୍ଡର କରିପାରିବେ । ଆପ୍ ଆପଣଙ୍କୁ ଏହି ବିକଳ୍ପ ଦେଇଥାଏ ଯେପରି ଆପଣଙ୍କ ସିଟ୍ ପର୍ଯ୍ୟନ୍ତ ଆପଣଙ୍କ ମନପସନ୍ଦର ଖାଦ୍ୟ ପହଞ୍ଚିପାରିବ । ଆରାମଦାୟକ ଓ ସେବାଭିତ୍ତିକ ସୁବିଧାଗୁଡ଼ିକରେ ସଜ୍ଜିତ ଏହି ରେଲୱାନ୍ ଆପ୍ ଦ୍ରୁତ ଗତିରେ ଲୋକପ୍ରିୟ ହେଉଛି ।

ପ୍ରତିଦିନ ଏହି ଆପ୍ ମାଧ୍ୟମରେ ସାରା ଦେଶରେ ୯.୨୯ ଲକ୍ଷ ଟିକେଟ୍ ବୁକ୍ ହେଉଛି । ଏଥିମଧ୍ୟରେ ୭.୨ ଲକ୍ଷ ଅଣସଂରକ୍ଷିତ ଏବଂ ଅନ୍ୟ ୨.୦୯ ଲକ୍ଷ ସଂରକ୍ଷିତ ଟିକେଟ୍ ରହିଛି । ଅଣସଂରକ୍ଷିତ ଟିକେଟ୍ ମଧ୍ୟରେ ପ୍ଲାଟଫର୍ମ ଟିକେଟ୍ ମଧ୍ୟ ଅନ୍ତର୍ଭୁକ୍ତ । ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ (iOS) ରେ ରେଲୱାନ୍ ଆପ୍‌କୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । ଯେଉଁଠାରେ ବର୍ତ୍ତମାନ ସୁଦ୍ଧା ୩ କୋଟି ୧୬ ଲକ୍ଷ ଲୋକ ଏହାକୁ ଗୁଗଲ୍ ପ୍ଲେ-ଷ୍ଟୋରରୁ ଡାଉନଲୋଡ୍ କରିଛନ୍ତି, ସେହିପରି ୩୩.୧୭ ଲକ୍ଷ ଲୋକ ଏହାକୁ ଆପଲ୍ ଫୋନ୍‌ରେ ଡାଉନଲୋଡ୍ କରିଛନ୍ତି ।

ଦେଶରେ ଯାତ୍ରୀମାନଙ୍କ ପାଇଁ ଭାରତୀୟ ରେଳବାଇ ଏକ ଜୀବନରେଖା ଅଟେ - ଭାରତୀୟ ରେଳବାଇ ୨୦୨୪-୨୫ ବର୍ଷରେ ଯାତ୍ରୀମାନଙ୍କ ଟିକେଟ୍ ଉପରେ ୬୦,୨୩୯ କୋଟି ଟଙ୍କାର ସବସିଡି ପ୍ରଦାନ କରିଛି । ଏହା ରେଳବାଇରେ ଯାତ୍ରା କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ହାରାହାରି ୪୩% ରିହାତି ସହିତ ସମାନ । ଅନ୍ୟ ଅର୍ଥରେ କହିବାକୁ ଗଲେ, ଯଦି ସେବା ଯୋଗାଇ ଦେବାର ଖର୍ଚ୍ଚ ୧୦୦ ଟଙ୍କା ହୁଏ, ତେବେ ଟିକେଟ୍‌ର ମୂଲ୍ୟ ମାତ୍ର ୫୭ ଟଙ୍କା ଅଟେ ।

Related News

0 Comments

Leave A Reply