Bisforana:National-Symposium-titled-Fifty-Years-of-Frog-Conservation-Learning-and-Moving-Forward

“କୁମ୍ଭୀର ସଂରକ୍ଷଣର ପଚାଶ ବର୍ଷ: ଶିକ୍ଷା ଏବଂ ଆଗକୁ ବଢ଼ିବା” ଶୀର୍ଷକ ଜାତୀୟ ଆଲୋଚନାଚକ୍ର

bhubaneswar

 

 

 

ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ, ଜଙ୍ଗଲପରିବେଶଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ଆଜି ଭୁବନେଶ୍ୱରରେ “କୁମ୍ଭୀର ସଂରକ୍ଷଣର ପଚାଶ ବର୍ଷ: ଶିକ୍ଷା ଏବଂ ଆଗକୁ ବଢ଼ିବା” ଶୀର୍ଷକ ଜାତୀୟ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି 

ଆଲୋଚନାଚକ୍ରକୁ ଉଦଘାଟନ କରି ସମ୍ବଲପୁର ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ପଦ୍ମଶ୍ରୀ ପ୍ରଫେସର ପ୍ରିୟମ୍ବଦା ମହାନ୍ତି ହେଜମାଦି କହିଲେ ଯେ,  ୧୯୭୫ ଏପ୍ରିଲ ୧ରେ ଭାରତ ସରକାର କୁମ୍ଭୀର ସଂରକ୍ଷଣ ପ୍ରକଳ୍ପ ଆରମ୍ଭ କରିବା ସମୟରେଓଡ଼ିଶା ଦେଶର କୁମ୍ଭୀର ସଂରକ୍ଷଣ କ୍ଷେତ୍ରରେ ପ୍ରଥମ ବୈଜ୍ଞାନିକ ପ୍ରୟାସର କେନ୍ଦ୍ର ଭାବରେ ଉଭା ହୋଇଥିଲା । ପ୍ରକଳ୍ପ ଆରମ୍ଭ ହେବାର ମାତ୍ର ଦୁଇ ମାସ ପରେ ୧୯୭୫ ଜୁନରେ ଟିକରପଡ଼ା ଏବଂ ଡାଙ୍ଗମାଳ କେନ୍ଦ୍ରରୁ ପ୍ରଥମ ଘଡ଼ିଆଳ ଏବଂ ଲୁଣିଆ କୁମ୍ଭୀର ଛୁଆ ବାହାରିଥିଲା। ୫୦ ବର୍ଷ ମଧ୍ୟରେ ଆମ ରାଜ୍ୟ ତିନୋଟି ଦେଶୀୟ ପ୍ରଜାତି - ଲୁଣିଆ ପାଣି କୁମ୍ଭୀରମଗର ଏବଂ ଘଡିଆଳକୁ ବିଲୁପ୍ତ ହେବା ଦ୍ୱାରରୁ ରକ୍ଷା କରିପାରିଛି ବନ୍ୟ ଘଡିଆଳ - ଉଭୟ ବୟସ୍କ ଏବଂ ଛୁଆ - ସେମାନଙ୍କର ପ୍ରଜନନ ଗତିବିଧିପ୍ରେମ ସମ୍ପର୍କବସାଛୁଆଙ୍କ ଆଚରଣମାତୃ ସୁରକ୍ଷା ଏବଂ ବଂଶ ବିସ୍ତାର ପଦ୍ଧତି ନିରୀକ୍ଷଣ କରିବା ପାଇଁ ସେମାନଙ୍କର ଅଧ୍ୟୟନ ଓ ଗବେଷଣା ଜରୁରୀ ମହାନଦୀରେ ଘଡିଆଳଙ୍କ ଦୀର୍ଘ କାଳ ଧରି ବଞ୍ଚିବା ପାଇଁ ଜେନେଟିକ୍ ଅଧ୍ୟୟନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଫେସର ହେଜମାଦି ମତବ୍ୟକ୍ତ କରିଥିଲେ 

ପ୍ରଧାନ ମୁଖ୍ୟ ବନସଂରକ୍ଷକ ଓ ବନବାହିନୀ ମୁଖ୍ୟ ଶ୍ରୀ ସୁରେଶ ପନ୍ଥ ଯୋଗ ଦେଇ କହିଲେ ଯେଭିତରକନିକା ଜାତୀୟ ଉଦ୍ୟାନରେ ଲୁଣିଆ ପାଣି କୁମ୍ଭୀର ସଂଖ୍ୟା ପାଞ୍ଚ ଦଶନ୍ଧି ମଧ୍ୟରେ ୯୬ ରୁ ୧୮୮୦ କୁ ବୃଦ୍ଧି ପାଇବା ଓଡିଶାର କୁମ୍ଭୀର ସଂରକ୍ଷଣ ପ୍ରୟାସର ପ୍ରମୁଖ ସଫଳତା। ସାତକୋଶିଆ ଗଣ୍ଡରେ ପ୍ରାକୃତିକ ପ୍ରଜନନ ଘଡିଆଳ କୁମ୍ଭୀରଙ୍କୁ ପୁନର୍ଜୀବିତ କରିଛିସେମାନଙ୍କ ସଂଖ୍ୟା ୧୬କୁ ବୃଦ୍ଧି କରିଛି। ଚଳିତ ବର୍ଷ ୨୦୦ରୁ ଅଧିକ ମଧୁର ଜଳ ମଗରଙ୍କୁ ରେକର୍ଡ କରାଯାଇଛିଯାହା ବାସସ୍ଥାନ କ୍ଷତିରୁ ସେମାନଙ୍କ ପୁନରୁଦ୍ଧାରକୁ ସୂଚିତ କରୁଛି । କୁମ୍ଭୀର ପୀଡିତଙ୍କ ପାଇଁ କ୍ଷତିପୂରଣ ଏବଂ ସୁରକ୍ଷିତ ସ୍ନାନାଗାର ନିର୍ମାଣ ଆଦି ଜଙ୍ଗଲ ବିଭାଗର ପଦକ୍ଷେପ ମାନବ-କୁମ୍ଭୀର ସଂଘର୍ଷକୁ ହ୍ରାସ କରିବା ପାଇଁ ଅଭିପ୍ରେତ  ତେବେ କୁମ୍ଭୀରଙ୍କ ବାସସ୍ଥାନ ହ୍ରାସ, ଅଣ୍ଡାଦାନ ଭୂମି ହ୍ରାସବନ୍ଧ ଓ ବାଲି ଖନନ ଯୋଗୁଁ ମଣିଷ-କୁମ୍ଭୀର ସଂଘର୍ଷ କ୍ଷେତ୍ରରେ  ନୂତନ ଚ୍ୟାଲେଞ୍ଜ ସୃଷ୍ଟି କରୁଛି ନିରନ୍ତର ସଚେତନତାବାସସ୍ଥାନ ସୁରକ୍ଷା ଏବଂ ବୈଜ୍ଞାନିକ ଗବେଷଣା କୁମ୍ଭୀରମାନଙ୍କ ସ୍ଥାୟୀ ସଂରକ୍ଷଣ ସୁନିଶ୍ଚିତ କରିବା ପାଇଁ ଅତ୍ୟନ୍ତ ମହତ୍ଵପୂର୍ଣ୍ଣ ବୋଲି ଶ୍ରୀ ପନ୍ଥ  ପ୍ରକାଶ କରିଥିଲେ 

          ଭାରତ ସରକାରଙ୍କ ଜଙ୍ଗଲ ବିଭାଗର ଉପ ମହାନିର୍ଦ୍ଦେଶକ ଡ. ଆର୍ତ୍ତତ୍ରାଣ ମିଶ୍ର କହିଲେ ଯେଓଡ଼ିଶା ହେଉଛି ଭାରତର ଏକମାତ୍ର ରାଜ୍ୟ ଯେଉଁଠାରେ ତିନୋଟି କୁମ୍ଭୀର ପ୍ରଜାତି ଲୁଣିଆ କୁମ୍ଭୀର (ବଉଳା) ପାଇଁ ଭିତରକନିକାର ଡାଙ୍ଗମାଳ, ମଗର ପାଇଁ ଶିମିଳିପାଳର ରାମତୀର୍ଥ  ଘଡ଼ିଆଳଙ୍କ ପାଇଁ ଟିକରପଡ଼ାର ସାତକୋଶିଆ ସଂରକ୍ଷଣ କେନ୍ଦ୍ର ରହିଛି । କୁମ୍ଭୀର ଗବେଷଣା କ୍ଷେତ୍ରରେ ଓଡ଼ିଶା ଭାରତର ପ୍ରଥମ ପିଏଚଡି ମଧ୍ୟ ସୃଷ୍ଟି କରିଛି ଯାହା ରାଜ୍ୟ ପାଇଁ ଗର୍ବ ଓ ଗୌରବ ବିଷୟ  କୁମ୍ଭୀର ସଂରକ୍ଷଣ ବିଜ୍ଞାନରେ ଓଡ଼ିଶାର ନେତୃତ୍ୱ ଆଜି ସ୍ଵୀକୃତ  ବିଗତ ପାଞ୍ଚ ଦଶନ୍ଧି ଧରି କୁମ୍ଭୀର ସଂରକ୍ଷଣ ଦିଗରେ ଓଡ଼ିଶାର ଅବଦାନ ଯୁଗାନ୍ତକାରୀ ପ୍ରମାଣିତ ହୋଇଛି ବୋଲି ଶ୍ରୀ ମିଶ୍ର ମତବ୍ୟକ୍ତ କରିଥିଲେ 

ପ୍ରାକ୍ତନ ପ୍ରଧାନ ମୁଖ୍ୟ ବନସଂରକ୍ଷକ ଶ୍ରୀ ସରୋଜ କୁମାର ପଟ୍ଟନାୟକ ଘଡ଼ିଆଳ ବା ଥଣ୍ଟିଆ କୁମ୍ଭୀରଙ୍କ ନୂତନ ବାସସ୍ଥାନ ଚିହ୍ନଟ କରିବା ପାଇଁ ରାଜ୍ୟ ସରକାର ନୂଆ ସର୍ଭେ କରିବା ଉପରେ ମତ ଦେଇଥିଲେ 

ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଓ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ଵବଧାରକ ଶ୍ରୀ ପ୍ରେମ୍ କୁମାର ଝା ସ୍ଵାଗତ ଭାଷଣ ଦେଇ କହିଲେ ଯେ ଓଡ଼ିଶାରେ କୁମ୍ଭୀର ସଂରକ୍ଷଣର ସ୍ୱର୍ଣ୍ଣିମ ପୂର୍ତ୍ତି ଭାରତର ସବୁଠାରୁ ସଫଳ ବନ୍ୟପ୍ରାଣୀ ସଂରକ୍ଷଣ କାହାଣୀ 

ମୁଖ୍ୟ ବନସଂରକ୍ଷକ ଓ ନନ୍ଦନକାନନ ନିର୍ଦ୍ଦେଶକ ଡ଼. ମନୋଜ ଭି. ନାୟାର ଧନ୍ୟବାଦ ଦେଇଥିଲେ  ପରେ ଚାରିଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା  ପ୍ରଥମ ଅଧିବେଶନର ବିଷୟବସ୍ତୁ ଥିଲା ଲୁଣିଆ ପାଣି କୁମ୍ଭୀର ସଂରକ୍ଷଣ: ସମସ୍ୟା ଏବଂ ଚ୍ୟାଲେଞ୍ଜ । ପୂର୍ବତନ ବରିଷ୍ଠ ଗବେଷଣା ଅଧିକାରୀ . ସୁଧାକର କର ଓ ବରିଷ୍ଠ ବୈଜ୍ଞାନିକ ଡ. ପ୍ରତ୍ୟୁଷ ମହାପାତ୍ର ଅଧିବେଶନର ବକ୍ତାଭାବେ କୁମ୍ଭୀର ସଂରକ୍ଷଣ ସମ୍ବନ୍ଧରେ ବିସ୍ମୃତ ତଥ୍ୟ ଉପସ୍ଥାପନ କରିଥିଲେ  ଶ୍ରୀ ଲାଡେ ଦୟାନନ୍ଦ ଗଜାନନଙ୍କ ସଂଚାଳନାରେ ଅନୁଷ୍ଠିତ ଏହି ଅଧିବେଶନରେ ପ୍ରାକ୍ତନ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) . ଅଜିତ ପଟ୍ଟନାୟକ, ସିସିଏମବି ମୁଖ୍ୟ ବୈଜ୍ଞାନିକ ଡ କାର୍ତ୍ତିକେୟନ ବାସୁଦେବନ, ରାଜନଗର ବନଖଣ୍ଡ ଅଧିକାରୀ ଶ୍ରୀ ଯାଦବ ସୁଦର୍ଶନ ଗୋପୀନାଥ ପ୍ୟାନେଲ ଆଲୋଚନାରେ ଭାଗ ନେଇ ନିଜ ନିଜର ମତ ରଖିଥିଲେ    

ଦ୍ଵିତୀୟ ଅଧିବେଶନର ବିଷୟବସ୍ତୁ ଥିଲା ଘଡିଆଳ ସଂରକ୍ଷଣ  ପୂର୍ବତନ ବରିଷ୍ଠ ଗବେଷଣା ଅଧିକାରୀ . ଲାଲା ଅଶ୍ଵିନୀ କୁମାର ସିଂହ ଓ ବରିଷ୍ଠ ବୈଜ୍ଞାନିକ ଡ. ଅଭିଜିତ ଦାସ ଅଧିବେଶନର ବକ୍ତାଭାବେ କୁମ୍ଭୀର ସଂରକ୍ଷଣ ସମ୍ବନ୍ଧରେ ଅଭିଜ୍ଞତା ସମ୍ବଳିତ ତଥ୍ୟ ରଖିଥିଲେ  ଶ୍ରୀ ସମ୍ୟକ ସାମନ୍ତରାଙ୍କ ସଂଚାଳନାରେ ଅନୁଷ୍ଠିତ ଏହି ଅଧିବେଶନରେ . ଅଜିତ ପଟ୍ଟନାୟକ, ସିସିଏମବି ମୁଖ୍ୟ ବୈଜ୍ଞାନିକ ଡ କାର୍ତ୍ତିକେୟନ ବାସୁଦେବନ, ରାଜନଗର ବନଖଣ୍ଡ ଅଧିକାରୀ ଶ୍ରୀ ଯାଦବ ସୁଦର୍ଶନ ଗୋପୀନାଥ ପ୍ୟାନେଲ ଆଲୋଚନାରେଭାଗ ନେଇ ନିଜ ନିଜର ମତ ରଖିଥିଲେ   

ପ୍ରଥମ ଅଧିବେଶନର ବିଷୟବସ୍ତୁ ଥିଲା  ଲୁଣିଆ ପାଣି କୁମ୍ଭୀର ସଂରକ୍ଷଣ: ସମସ୍ୟା ଏବଂ ଚ୍ୟାଲେଞ୍ଜ । ପୂର୍ବତନ ବରିଷ୍ଠ ଗବେଷଣା ଅଧିକାରୀ . ସୁଧାକର କର ଓ ବରିଷ୍ଠ ବୈଜ୍ଞାନିକ ଡ. ପ୍ରତ୍ୟୁଷ ମହାପାତ୍ର ଅଧିବେଶନର ବକ୍ତାଭାବେ କୁମ୍ଭୀର ସଂରକ୍ଷଣ ସମ୍ବନ୍ଧରେ ବିସ୍ମୃତ ତଥ୍ୟ ଉପସ୍ଥାପନ କରିଥିଲେ  ଶ୍ରୀ ଲାଡେ ଦୟାନନ୍ଦ ଗଜାନନଙ୍କ ସଂଚାଳନାରେ ଅନୁଷ୍ଠିତ ଏହି ଅଧିବେଶନରେ ପ୍ରାକ୍ତନ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) . ଅଜିତ ପଟ୍ଟନାୟକସିସିଏମବି ମୁଖ୍ୟ ବୈଜ୍ଞାନିକ ଡ କାର୍ତ୍ତିକେୟନ ବାସୁଦେବନରାଜନଗର ବନଖଣ୍ଡ ଅଧିକାରୀ ଶ୍ରୀ ଯାଦବ ସୁଦର୍ଶନ ଗୋପୀନାଥ ପ୍ୟାନେଲ ଆଲୋଚନାରେ ଭାଗ ନେଇ ନିଜ ନିଜର ମତ ରଖିଥିଲେ    

ଦ୍ଵିତୀୟ ଅଧିବେଶନର ବିଷୟବସ୍ତୁ ଥିଲା  ଘଡିଆଳ ସଂରକ୍ଷଣ  ପୂର୍ବତନ ବରିଷ୍ଠ ଗବେଷଣା ଅଧିକାରୀ . ଲାଲା ଅଶ୍ଵିନୀ କୁମାର ସିଂହ ଓ ବରିଷ୍ଠ ବୈଜ୍ଞାନିକ ଡ. ଅଭିଜିତ ଦାସ ଅଧିବେଶନର ବକ୍ତାଭାବେ କୁମ୍ଭୀର ସଂରକ୍ଷଣ ସମ୍ବନ୍ଧରେ ନିଜ ଅଭିଜ୍ଞତା ସମ୍ବଳିତ ତଥ୍ୟ ରଖିଥିଲେ  ଶ୍ରୀ ସମ୍ୟକ ସାମନ୍ତରାଙ୍କ ସଂଚାଳନାରେ ଅନୁଷ୍ଠିତ ଏହି ଅଧିବେଶନରେ  ଡ. ଅନୁପ ନାୟକସେଞ୍ଚୁରିଆନ୍‌ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ଶିବ ପ୍ରସାଦ ପରିଡ଼ାସାତକୋଶିଆ ବନ୍ୟଜନ୍ତୁ ଜିଲ୍ଲା ବନଖଣ୍ଡ ଅଧିକାରୀ ଶ୍ରୀ ସରୋଜ କୁମାର ପଣ୍ଡା ପ୍ରମୁଖ ପ୍ୟାନେଲ ଆଲୋଚନାରେ ଭାଗ ନେଇ ନିଜ ନିଜର ମତ ରଖିଥିଲେ    

ତୃତୀୟ ଅଧିବେଶନର ବିଷୟବସ୍ତୁ ଥିଲା ଓଡ଼ିଶାରେ କୁମ୍ଭୀରମାନଙ୍କର ପୂର୍ବସ୍ଥିତିର ସଂରକ୍ଷଣ ଓ ମଗରମାନଙ୍କ ସଂରକ୍ଷଣ । ମହାନଦୀରେ ଘଡ଼ିଆଳମାନଙ୍କର ସଂଖ୍ୟା ବୃଦ୍ଧି ପ୍ରକଳ୍ପର ଉପଦେଷ୍ଟା ଡ. ସୁଦର୍ଶନ ମହାରଣାମୁଖ୍ୟ ବନସଂରକ୍ଷକ (ବନ୍ୟଜନ୍ତୁ) ଡ. ମନୋଜ ଭି. ନାୟାର ଅଧିବେଶନରେ ଘଡ଼ିଆଳ ଏବଂ ମଗର କୁମ୍ଭୀରମାନଙ୍କ ସଂରକ୍ଷଣ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ । ଆଠଗଡ଼ ଜିଲ୍ଲା ବନଖଣ୍ଡ ଅଧିକାରୀ ଡ. ଯଜ୍ଞଦତ୍ତ ପତିଙ୍କ ସଂଚାଳନାରେ ଅନୁଷ୍ଠିତ ଏହି ଅଧିବେଶନରେ ପୂର୍ବତନ ଭାରତୀୟ ବନ ସେବା ଅଧିକାରୀ ଡ. ସୁଦର୍ଶନ ପଣ୍ଡାପାରାଦୀପ ବନ୍ଦରର ପରିବେଶ ଅଧିକାରୀ ଶ୍ରୀ ମନୋଜ ମହାପାତ୍ରବ୍ରହ୍ମପୁର ଜିଲ୍ଲା ବନଖଣ୍ଡ  ଅଧିକାରୀ ଶ୍ରୀ ସୁନି ଖୋଖର ପ୍ୟାନେଲ୍‌ ଆଲୋଚନାରେ ଭାଗ ନେଇ ନିଜ ନିଜର ମତ ରଖିଥିଲେ ।

ଚତୁର୍ଥ ଅଧିବେଶନର ବିଷୟବସ୍ତୁ ଥିଲା କୁମ୍ଭୀର ସଂରକ୍ଷଣ ସମ୍ବନ୍ଧରେ ବିଭିନ୍ନ ରାଜ୍ୟର ଦୃଷ୍ଟିକୋଣ ଏବଂ ଭବିଷ୍ୟଦୃଷ୍ଟି । ଚିଲିକା ଜିଲ୍ଲା ବନଖଣ୍ଡ  ଅଧିକାରୀ ଶ୍ରୀ ଅମ୍ଳାନ ନାୟକଙ୍କ ସଂଚାଳନାରେ ଅନୁଷ୍ଠିତ ଏହି ପ୍ୟାନେଲ ଆଲୋଚନାରେ ଭାଗନେଇ ଆସାମର ଡନ୍‌ ବୋସ୍କୋ ବିଶ୍ୱବିଦ୍ୟାଳୟର ପ୍ରଫେସର ସୁଶୀଲ କୁମାର ଦତ୍ତାବୈଜ୍ଞାନିକ ଡ. ବିଭାସ୍‌ ପାଣ୍ଡବ ଓ ଅବସରପ୍ରାପ୍ତ ଭାରତୀୟ ବନ ସେବା ଅଧିକାରୀ ଡ. ଅରୁଣ ମିଶ୍ର ନିଜ ନିଜର ବକ୍ତବ୍ୟ ରଖିଥିଲେ । 

0 Comments

Leave A Reply