Bisforana:Murder-case-treated-as-an-accident

ହତ୍ୟା ଘଟଣାକୁ ଦୁର୍ଘଟଣାର ରୁପ

bhubaneswar

ଭୁବନେଶ୍ୱର: ଭୁବନେଶ୍ୱରରେ ଘଟିଥିବା ଭୟଙ୍କର ଥାର୍ ଦୁର୍ଘଟଣା ଏବେ ଭିନ୍ନ ମୋଡ଼ ନେଇଛି ।  ଇଞ୍ଜିନିୟରିଂ ଛାତ୍ର ବରେନ୍ ରାଉତରାୟଙ୍କର ମୃତ୍ୟୁକୁ ନେଇ ପରିବାର ଲୋକେ  ଅଭିଯୋଗ କରିଛନ୍ତି ଯେ ଏହା   ଏକ ଦୁର୍ଘଟଣା ନୁହେଁ ବରଂ ଏକ ସୁଚିନ୍ତିତ ହତ୍ୟା ।ଚନ୍ଦ୍ରଶେଖରପୁର ପୋଲିସ ୫ ଜଣଙ୍କୁ ଅଟକ ରଖିଥିବା ନେଇ ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଚନ୍ଦ୍ରଶେଖପୁର ଥାନା ଅଧିନସ୍ଥ ଆଚାର୍ଯ୍ୟ ହରିହର କଲେଜ ନିକଟରେ ଏକ ବାଇକକୁ ଥାର୍ ଗାଡ଼ି ଧକ୍କା ଦେଇଥିଲା । ଫଳରେ ଖୋର୍ଦ୍ଧା ଜିଲ୍ଲା କାଇପଦର ଅଞ୍ଚଳର ବାଇକ୍ ଆରୋହୀ ବରେନ୍ ରାଉତରାୟ ଏବଂ ତାଙ୍କର ଦୁଇ ଜଣ ବନ୍ଧୁ ଗୁରୁତର ଆହତ ହୋଇଥିଲେ । ପିସିଆର୍ ଭ୍ୟାନ୍ ଦୁଇ ଜଣଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲା । ଏହା ସହିତ ଚନ୍ଦ୍ରଶେଖରପୁର ପୋଲିସକୁ ଖବର ଦେଇଥିଲା । ମାତ୍ର ଡାକ୍ତର ବରେନ ରାଉତରାୟଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ପ୍ରଥମେ ଏହା ଦୁର୍ଘଟଣା ବୋଲି ସମସ୍ତେ ଭାବିଥିଲେ । ମାତ୍ର ପରିବାର ଲୋକଙ୍କ ଅଭିଯୋଗ ପରେ ଦୁର୍ଘଟଣା ନୂଆମୋଡ଼ ନେଇଥିଲା । ଏହା ଦୁର୍ଘଟଣା ନୁହେଁ ବରଂ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ । ଡିସିପିଙ୍କ ସୂଚନା ଅନୁସାରେ, ତ୍ରିକୋଣୀୟ ପ୍ରେମରୁ ହତ୍ୟାକାଣ୍ଡ ଘଟିଛି । ପ୍ରଥମେ ଏକ ଜୁସ୍ ଦୋକାନ ସାମ୍ନାରେ ବରେନ ରାଉତରାୟ ଏବଂ ଅନ୍ୟ ଏକ ଗୋଷ୍ଠୀ ସହିତ ଝଗଡ଼ା ହୋଇଥିଲା । ପୂର୍ବରୁ ସେମାନେ କ୍ରିକେଟ୍ ଷ୍ଟମ୍ପ୍ ନେଇକି ଯାଇଥିଲେ । କିନ୍ତୁ ଜନଗହଳି ପୂର୍ଣ୍ଣ ଥିବାରୁ ବରେନଙ୍କ ଉପରେ ଆକ୍ରମଣ ନ କରି ସେମାନେ ଚାଲିଯାଇଥିଲେ । ଏହା ପରେ ରାତି ଅଧରେ ବରେନଙ୍କୁ ପିଛା କରିଥିଲେ । ଏହା ପରେ ବରେନ ବାଇକରେ ହାଉସିଂବୋର୍ଡ ଅଞ୍ଚଳକୁ ନିଜ ଘରକୁ ଆସୁଥିବାବେଳେ ଏକ ଥାର୍ ଗାଡ଼ି ଏବଂ ସ୍କୁଟିରେ ଅଭିଯୁକ୍ତମାନେ ତାଙ୍କ ପିଛା କରିଥିଲେ । ଆଚାର୍ଯ୍ୟ ହରିହର କଲେଜ ନିକଟର ମୌକା ଦେଖି ପିଟି ଦେଇଥିଲେ । ଫଳରେ ବରେନଙ୍କ ମୃତ୍ୟୁ ହୋଇଥିଲା । ପୋଲିସ ସମସ୍ତ ୫ ଅଭିଯୁକ୍ତଙ୍କୁ ଅଟକ ରଖିଛି । ହତ୍ୟାରେ ବ୍ୟବହୃତ ଥାର୍ ଗାଡ଼ି ଏବଂ ସ୍କୁଟିକୁ ପୋଲିସ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି । 

0 Comments

Leave A Reply