Bisforana:Minister-reviews-Ravi-paddy-procurement-directs-to-expedite-paddy-procurement-process-and-take-steps-to-ensure-paddy-yield

ରବି ଧାନ ସଂଗ୍ରହ ସମୀକ୍ଷା କଲେ ମନ୍ତ୍ରୀ, ଧାନକିଣା ପ୍ରକ୍ରିୟା ତ୍ୱରାନ୍ୱିତ ଓ ଅମଳ ଧାନ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ

bhubaneswar

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ରାଜ୍ୟରେ ଚଳିତ ଋତୁରେ ରବି ଧାନ ସଂଗ୍ରହ ସମ୍ପର୍କରେ ସମୀକ୍ଷା କରିଛନ୍ତି । ଓଡିଶା ରାଜ୍ୟ ଯୋଗାଣ ନିଗମ ସମ୍ମିଳନୀ କକ୍ଷରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି ।

ବୈଠକରେ ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ ରବି ଧାନ ସଂଗ୍ରହ ସମ୍ପର୍କରେ ଅବଗତ କରାଇଥିଲେ । ରାଜ୍ୟରେ ଚଳିତ ରବି ଋତୁରେଏପର୍ଯ୍ୟନ୍ତ ପ୍ରାୟ ୮୮ ହଜାର ଚାଷୀଙ୍କ ଠାରୁ ପ୍ରାୟ ୬ ଲକ୍ଷ ୬ ହଜାର ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି । ଏଥିସହ ସର୍ବନିମ୍ନ ସହାୟତା ମୂଲ୍ୟ ଓ ଇନପୁଟ ସହାୟତା ବାବଦକୁ ପାଖାପାଖି ୧୫୬୬ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏଥିସହ ମୌସୁମୀ ବର୍ଷାକୁ ଦୃଷ୍ଟିରେ ରଖି ଧାନ ସଂଗ୍ରହ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ମଣ୍ଡିରେ ଚାଷୀ ମାନଙ୍କ ଧାନ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଚାଷୀମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଧାନ ସଂଗ୍ରହ ସମୟରେ କୌଣସି ଅନିୟମିତତାର ଅଭିଯୋଗ ଆସିଲେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ରାଜ୍ୟରେ ବର୍ତ୍ତମାନ ଥିବା ୨୧୪ଟି ଗୋଦାମ ଗୃହର ଆଧୁନିକୀକାରଣ ଓ କ୍ଷମତା ବୃଦ୍ଧି ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ଏଥିପାଇଁ ତ୍ୱରିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।ରାଜ୍ୟ ଖାଦ୍ୟ  ଧାନକିଣା ନେଇ କୌଣସି ଚାଷୀଙ୍କଠାରୁ ଅଭିଯୋଗ ଆସିଲେ ଏହାର ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।  ଏତଦବ୍ୟତୀତ ନିଗମର ନୂତନ ଗୃହ ନିର୍ମାଣର ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିଥିଲେ ।

ଉକ୍ତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସାଧାରଣ ବଣ୍ଟନ ଜିଏମ ଶ୍ରୀ  ସୁଧାକର ଶବର, ଧାନ ସଂଗ୍ରହ ଜିଏମ ଶ୍ରୀମତୀ ଏଲୋରା ସାମଲ, ପ୍ରଶାସନିକ ଜିଏମ ଶ୍ରୀମତୀ ପ୍ରଣତି ପ୍ରିୟଦର୍ଶିନୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

0 Comments

Leave A Reply