Bisforana:Iran-confirms-ceasefire-with-Israel

ଇରାନ ଇସ୍ରାଏଲ ସହିତ ଅସ୍ରବିରତି ନିଶ୍ଚିତ କଲା

bhubaneswar

 

ତେହରାନ (ଇରାନ)/ତେଲ ଅବୀବ (ଇସ୍ରାଏଲ) 24 ଜୁନ-ଆମେରିକାର ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପଙ୍କ ଅସ୍ତ୍ରବିରତି ଘୋଷଣା ପରେ ଇରାନ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିବା ପରେ ନୀରବତା ଭାଙ୍ଗିଛି।ଇରାନ  ଇସ୍ରାଏଲ ସହିତ ଯୁଦ୍ଧବିରତିକୁ ନିଶ୍ଚିତ କରିଛି।ତଥାପି ରାଷ୍ଟ୍ରପତି ଟ୍ରମ୍ପ ଯୁଦ୍ଧବିରତି ଚୁକ୍ତିନାମା ବିଷୟରେ ଅଧିକ ସୁଚନା ଦେଇନାହାନ୍ତି।ଇସ୍ରାଏଲ ଏପର୍ଯ୍ୟନ୍ତ ନୀରବ ଅଛି।କିନ୍ତୁ ଏହା କହିଛି ଯେ ଇରାନ କ୍ଷେପଣାସ୍ତ୍ରମାଡ କରୁଛି।ଇରାନର କ୍ଷେପଣାସ୍ତ୍ର ଆକ୍ରମଣରେ ଅତିକମରେ ଚାରିଜଣଙ୍କର ମୃତ୍ୟୁ ହୋଇଛି।ଦ ନ୍ୟୁୟର୍କ ଟାଇମ୍ସ ଖବରକାଗଜ ଅନୁସାରେ କିଛି ସମୟ ପୁର୍ବରୁ ଏହାର ୱେବସାଇଟରେ ଖବର ପ୍ରକାଶିତ କରି ଏହି ସୁଚନା ଦେଇଥିଲେ।ଏହା ସହିତ ଡ୍ରୋନାଲ୍ଡ ଟ୍ରମ୍ପଙ୍କ ଭିଡିଓ-ଅଡିଓ କ୍ଲିପ ମଧ୍ୟ ସେୟାର କରାଯାଇଛି।ନ୍ୟୁୟର୍କ ଟାଇମ୍ସ ଖବର ଅନୁସାରେ ଇରାନର ସରକାରୀ ଟେଲିଭିଜନ  ମଙ୍ଗଳବାର ସକାଳେ ଇସ୍ରାଏଲ ସହିତ ଅସ୍ତ୍ରବିରତି ଘୋଷଣା କରିଥିଲେ।ଇରାନର ସରକାରୀ ଟେଲିଭିଜନ ରାଷ୍ଟ୍ରପତି ଟ୍ରମ୍ପ ଏହି ଚୁକ୍ତି ହୋଇଥିବା କହିବାର କିଛି ଘଣ୍ଟା ପରେ ବିଶ୍ୱକୁ ସୁଚନା ଦେଇଥିଲେ ।

0 Comments

Leave A Reply