ନୁଆଦିଲ୍ଲୀ 24 ଜୁନ -ଘରୋଇ ସୁନା ବଜାରରେ ସୁନା ମୁଲ୍ୟରେ ହ୍ରାସର ଧାରା ଆଜି ମଧ୍ୟ ଜାରି ରହିଛି।ମୁଲ୍ୟରେ ଦୁର୍ବଳତା ଯୋଗୁଁ ,ଦେଶର ଅଧିକାଂଶ ସୁନା ବଜାରରେ 24 କ୍ୟାରେଟ ସୁନା 1,00,680 ଟଙ୍କାରୁ ନେଇ 1,00,830 ଟଙ୍କା ପ୍ରତି 10 ଗ୍ରାମ ମଧ୍ୟରେ କାରବାର ହେଉଛି।ସେହିପରି ଆଜି 24 କ୍ୟାରେଟ ସୁନା ଆଜି 92,290 ଟଙ୍କାରୁ ନେଇ 92,440 ଟଙ୍କା ପ୍ରତି 10 ଗ୍ରାମ ମଧ୍ୟରେ ବିକ୍ରି ହେଉଛି।ସୁନା ମୁଲ୍ୟରେ ହ୍ରାସ ସତ୍ତ୍ୱେ ଚାନ୍ଦି ମୁଲ୍ୟରେ ଆଜି କୌଣସି ପରିବର୍ତ୍ତନ ହୋଇନାହିଁ।ଏହି ଚମକଦାର ଧାତୁ ଦିଲ୍ଲୀ ସୁନା ବଜାରରେ ଆଜି ମଧ୍ୟ 1,09,900 ଟଙ୍କା ପ୍ରତି କିଲୋଗ୍ରାମ ସ୍ତରରେ ରହିଛି।ଦିଲ୍ଲୀରେ 24 କ୍ୟାରେଟ ସୁନା ଆଜି 1,00,830 ଟଙ୍କା ପ୍ରତି 10 ଗ୍ରାମ ସ୍ତରରେ କାରବାର ହେଉଥିବାବେଳେ 22 କ୍ୟାରେଟ ସୁନାର ମୁଲ୍ୟ 92,440ଟଙ୍କା ପ୍ରତି 10 ଗ୍ରାମ ରେକର୍ଡ କରାଯାଇଛି।ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ 24 କ୍ୟାରେଟ ସୁନା 1,00,680 ଟଙ୍କା ପ୍ରତି 10 ଗ୍ରାମ ଏବଂ 22 କ୍ୟାରେଟ ସୁନା 92,290 ଟଙ୍କା ପ୍ରତି 10 ଗ୍ରାମର ସ୍ତରରେ ବିକ୍ରି ହେଉଛି।