ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ୍ ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରେସ୍ ବାର୍ତ୍ତା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ଦେଖାଯାଇଥିବା ଅନେକ ପ୍ରାକୃତିକ ବିପର୍ଯ୍ୟ ଯଥା ବାତ୍ୟା, ବନ୍ୟା, ବଜ୍ରଘାତ ଓ ଭୂସ୍କଳନକୁ ଏଡାଇବା ପାଇଁ ବ୍ୟାପକ ବୃକ୍ଷରୋପଣର ଆବଶ୍ୟକତାକୁ ଦୃଷ୍ଟି ଆଗରେ ରଖି ପ୍ରଦେଶ ଛାତ୍ର କଂଗ୍ରେସ ଦ୍ୱାରା ଗ୍ରୀନ୍ ୟୁୂନିଭରସିଟି ରିଭଲୁ୍ୟସନ କାର୍ଯ୍ୟକ୍ରମକୁ ହାତକୁ ନିଆଯାଇଛି । ମାଟିଲେପିତ ମଞ୍ଜି ଦ୍ୱାରା ରାଜ୍ୟରେ ଥିବା ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ପ୍ରାୟ ଆଠ ଶହ ମହାବିଦ୍ୟାଳୟରେ ପ୍ରାୟ ଦଶ ଲକ୍ଷ ବୃକ୍ଷ ଲଗାଇବାକୁ ଲକ୍ଷ ରଖାଯାଇଛି । ଆଜି ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ମଞ୍ଜି ବଲ୍ ବଣ୍ଟନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ।
ଏହି ଅବସରରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଯୋଗଦେଇ ଉଦିତ୍ ପ୍ରଧାନଙ୍କ ରଚନାତ୍ମକ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଓଡ଼ିଶା ପ୍ରଦେଶକୁ ସବୁଜ ସୁନ୍ଦର କରିବା ପାଇଁ ଛାତ୍ର କଂଗ୍ରେସ ସଭାପତିଙ୍କ ଉଦ୍ୟମକୁ ସାଧୁବାଦ୍ ଜଣାଇଥିଲେ । ରାଜ୍ୟ ପ୍ରଚାର କମିଟିର ଆବାହକ ସୁଧାଶୁଂ ଶେଖର ଦେଓ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପାଇଁ ସମସ୍ତ ସାହାଯ୍ୟ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।
ପ୍ରେସବାର୍ତ୍ତା ଶେଷରେ ସମସ୍ତ ବରିଷ୍ଠ ନେତୃବୃନ୍ଦ ଓ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଏକାଠି ହୋଇ କଂଗ୍ରେସ ଭବନ ଚାରିପଟେ କିଛି ମଞ୍ଜି ଗୋଲା ରୋପଣ କରିଥିଲେ ।