ବିଶ୍ୱ ପରିବେଶ ଦିବସ ୨୦୨୫ ଅବସରରେ ପ୍ଲାଷ୍ଟିକ୍ ପ୍ରଦୂଷଣ ବିରୁଦ୍ଧରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଆଜି ସହର ପ୍ରଶାସନ ଏକ ଜନ ଆନ୍ଦୋଳନ କରିଛି। ବ୍ଯାଙ୍କ ଅଫ୍ ବରୋଦା ର ସହଭାଗିତାରେ କରାଯାଇଥିବା କାର୍ଯ୍ୟକ୍ରମ ଆଜି ସକାଳ ପ୍ରାୟ ୭.୩୦ ସମୟରେ ଅନୁଷ୍ଠିତ ହୋଇଥିଲା ଯେଉଁଠାରେ ୨୫୦ ଜଣ ଅଂଶଗ୍ରହଣକାରୀଙ୍କୁ ନେଇ ଏକ ରାଲି ସ୍ଥାନୀୟ ଇନ୍ଦିରା ଗାନ୍ଧୀ ପାର୍କର ଉତ୍ତର ପାର୍ଶ୍ୱରୁ ବାହାରି ମାର୍କେଟ ବିଲ୍ଡିଂ ଅଞ୍ଚଳ ଅଭିମୁଖେ ଯାଇଥିଲା। ଭୁବନେଶ୍ବର ମହାନଗର ନିଗମର ଡ଼େପୁଟି -ମେୟର ଶ୍ରୀମତୀ ମଞ୍ଜୁଲତା କନହର, କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ, ବ୍ୟାଙ୍କ ଅଫ୍ ବରୋଦାର ମହାପ୍ରବନ୍ଧକ ଶ୍ରୀମତୀ ସ୍ୱପ୍ନା ବନ୍ଦୋପାଧ୍ୟାୟ ଏବଂ ସ୍ଥାନୀୟ କର୍ପୋରେଟର ଆସିଆ ବେଗମ୍ ରାଲିର ନେତୃତ୍ୱ ନେଇଥିଲେ।
ଦିବସର ବିଷୟବସ୍ତୁକୁ ସମ୍ମାନ ଜଣାଇ ସମସ୍ତ ଅଂଶଗ୍ରହଣକାରୀ ପ୍ଲାଷ୍ଟିକ୍ ପ୍ରଦୂଷଣ ବନ୍ଦ କରିବା, ପୃଥିବୀ ମାତାର ଯତ୍ନ ନେବା, ଶକ୍ତି ଏବଂ ଜଳ ସଂରକ୍ଷଣ, ଆଖପାଖ ଅଞ୍ଚଳ ସଫେଇ, ସବୁଜିମା ସୃଷ୍ଟି କରିବା ଏବଂ କମ ପରିମାଣର ବର୍ଜ୍ୟ ଉତ୍ପାଦନ କରିବା ପାଇଁ ସବୁଜ ଶପଥ ନେଇଥିଲେ।
ପୁରୁଣା ବସ୍ ଷ୍ଟାଣ୍ଡ ଅଞ୍ଚଳରେ ପହଞ୍ଚିବା ପରେ ରାଲି ଅଂଶଗ୍ରହଣକାରୀମାନଙ୍କୁ ମାର୍କେଟ ବିଲ୍ଡିଂ ଅଞ୍ଚଳ ଏବଂ ଏହାର ଆଖପାଖ ସ୍ଥାନରେ "ସାମୁହିକ ସ୍ୱଚ୍ଛତା ଅଭିଯାନ" ପାଇଁ ଚାରୋଟି ଗୋଷ୍ଠୀରେ ବିଭକ୍ତ କରାଯାଇଥିଲା। ଗଣ ସଫେଇ ଅଭିଯାନ ସମୟରେ ଡେଙ୍ଗୁ ନିୟନ୍ତ୍ରଣ ବାର୍ତ୍ତା ଦିଆଯାଇଥିଲା ଏବଂ ସନ୍ଦେହଜନକ ସ୍ଥାନରେ ମଶା ପ୍ରଜନନକୁ କମ୍ କରିବା ପାଇଁ ଲାର୍ଭିସାଇଡ ସିଞ୍ଚନ କରାଯାଇଥିଲା।
ତେବେ, ପ୍ଲାଷ୍ଟିକ କ୍ୟାରି ବ୍ୟାଗ୍ କୁ ତ୍ୟାଗ କରି କଟନ ବ୍ୟାଗ୍ ବ୍ୟବହାର କରିବାକୁ ଜନ ସାଧାରଣଙ୍କୁ ସଚେତନ କରାଯାଇଥିଲା l ମାର୍କେଟ ବିଲ୍ଡିଂ ରେ ଗଣ ସଫେଇ ସମୟରେ ଜନସାଧାରଣଙ୍କ ମଧ୍ୟରେ କଟନ୍ କ୍ୟାରୀ ବ୍ୟାଗ ବଣ୍ଟନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଏଠାରେ ଥିବା ସ୍ବତନ୍ତ୍ର କିଓସ୍କ, "ପ୍ଲାଷ୍ଟିକ୍ କ୍ୟାରୀ ବ୍ୟାଗକୁ ନା " ବାର୍ତ୍ତା ପ୍ରସାର କରିଥିଲା।
"ଏହି ଅବସରରେ କମିଶନର ଶ୍ରୀ ପାଟିଲ କହିଥିଲେ ଯେ, ବିଏମ୍ସି ଆଜିଠାରୁ ବୃକ୍ଷ ରୋପଣ ଅଭିଯାନ ପାଇଁ ଆଗେଇ ଆସୁଛି। ଗଛ ଲଗାଇବା ଏହାର ବୃଦ୍ଧିର ଯତ୍ନ ନେବା ହେଉଛି ପ୍ରକୃତ କାର୍ଯ୍ୟ ଯାହା ଆମକୁ ଅଭ୍ୟାସ କରିବାକୁ ପଡିବ। ଗତ ବର୍ଷଠାରୁ ବିଏମସି ସହରର ଛଅଟି ବିଭିନ୍ନ ଅଞ୍ଚଳରେ ମିୟାୱାକି ପଦ୍ଧତିର ରୋପଣ ଆରମ୍ଭ କରିଛି ଏବଂ ଏହା ସଫଳ ହୋଇଛି। ଏହି ବର୍ଷ ଆମେ ଆହୁରି କୋଡ଼ିଏଟି ଅଞ୍ଚଳ ପାଇଁ ଯୋଜନା କରୁଛୁ ଏବଂ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ଅଛି।
ଜୈବଘଟନଶୀଳ ସାମଗ୍ରୀକୁ ପ୍ରୋତ୍ସାହନ ଦେବା ଏବଂ ପ୍ଲାଷ୍ଟିକ୍ ପ୍ରଦୂଷଣକୁ ସମାପ୍ତ କରିବା ଆଗାମୀ ସମୟ ପାଇଁ ଏକ ଜନ ଆନ୍ଦୋଳନ ହେବା ଉଚିତ ବୋଲି ଜେନେରାଲ ମ୍ୟାନେଜର ବ୍ୟାଙ୍କ ଅଫ୍ ବରୋଦା କହିଛନ୍ତି।
ଏହି ଅବସରରେ ପ୍ଲାଣ୍ଟର ବିନିମୟ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ଯେଉଁଠାରେ ବ୍ୟାଙ୍କ ଅଫ୍ ବରୋଦାର ମହାପ୍ରବନ୍ଧକ ଶ୍ରୀମତୀ ସ୍ୱପ୍ନା ବନ୍ଦୋପାଧ୍ୟାୟ (ଜୋନାଲ ମୁଖ୍ୟ) ଏବଂ ଡେପୁଟି ଜେନେରାଲ ମ୍ୟାନେଜର - ଶ୍ରୀ ସତ୍ୟ ରଞ୍ଜନ ମହାପାତ୍ର (ଆଞ୍ଚଳିକ ମୁଖ୍ୟ) ବି ଏମ୍ ସି ର ଡେପୁଟି ମେୟର, କମିଶନର ଏବଂ ସ୍ଥାନୀୟ କର୍ପୋରେଟର ଙ୍କୁ ସମ୍ମାନିତ କରିଥିଲେ। ବିଏମସି ପକ୍ଷରୁ, ଜୋନାଲ ଡେପୁଟି କମିଶନର ଶ୍ରୀମତୀ ରାଜଲକ୍ଷ୍ମୀ ନାୟକ ବ୍ଯାଙ୍କ ଅଫ୍ ବରୋଦା ର ମହାପ୍ରବନ୍ଧକ ଏବଂ ଡେପୁଟି ଜେନେରାଲ ମ୍ୟାନେଜରଙ୍କୁ ସମ୍ମାନିତ କରିଥିଲେ।
ସ୍ଥାନୀୟ କର୍ପୋରେଟର ରାଜଧାନୀ ରେ , ବିଶେଷ କରି ମାର୍କେଟ ବିଲ୍ ଅଞ୍ଚଳରେ ଏପରି ଏକ ପ୍ରମୁଖ ପଦକ୍ଷେପକୁ ସ୍ୱାଗତ କରିଥିଲେ।
ଅତିରିକ୍ତ କମିଶନର ବିଏମସି ଶ୍ରୀ ଶୁଭେନ୍ଦୁ କୁମାର ସାହୁ ଏବଂ ଅତିରିକ୍ତ କମିଶନର ଶ୍ରୀ କୈଳାସ ଚନ୍ଦ୍ର ଦାସ, ଡେପୁଟି କମିଶନର ପରିମଳ ଶ୍ରୀ ଏନ. ଗଣେଶ ବାବୁ ଏହି ଅବସରରେ ଉପସ୍ଥିତ ଥିଲେ ଏବଂ ଆଜିର ଅଭିଯାନକୁ ମାର୍ଗଦର୍ଶନ କରିଥିଲେ।
ସ୍ଥାନୀୟ ବଜାର ସଂଘ ପ୍ରତିନିଧି, ଟିମ୍ ବିଏମସି ଏବଂ ଟିମ୍ ବ୍ୟାଙ୍କ ଅଫ୍ ବରୋଦା ମିଳିତ ଭାବରେ 250 ଜଣ ପ୍ରମୁଖ ଅଂଶଗ୍ରହଣକାରୀଙ୍କୁ କାର୍ଯ୍ୟକ୍ରମରେ ସାମିଲ କରିଥିଲେ।