Bisforana:Free-Neuro-Clinic-Open

ନିଶୁଳ୍କ ସ୍ନାୟୁ ବା ନ୍ୟୁରୋ କ୍ଲିନିକ ଉଦଘାଟିତ

bhubaneswar

ଭୁବନେଶ୍ୱର  7 ଜୁନ (ବିସ୍ଫୋରଣ)- ଆଜି ଭୁବନେଶ୍ୱର ପୋଖରୀପୁଟ ସ୍ଥିତ ରାମକୃଷ୍ଣ ବିବେକାନନ୍ଦ ପ୍ରତିଷ୍ଠାନ ପରିସରରେ ଏକ ନିଶୁଳ୍କ ବା ମାଗଣା ନ୍ୟୁରୋ କେନ୍ଦ୍ର ଉଦଘାଟିତ ହୋଇଯାଇଛି।ଉକ୍ତ କେନ୍ଦ୍ରକୁ ଉଦଘାଟନ କରି ମାସର ପ୍ରଥମ ଓ ତୃତୀୟ ଶୁକ୍ରବାର ଉକ୍ତ କେନ୍ଦ୍ରରେ ସକାଳ ୯ ଘଟିକା ଠାରୁ ୧୧ ଘଟିକା ପର୍ଯ୍ୟନ୍ତ ବିନା ଦେୟରେ ନ୍ୟୁରୋ ସେବା ଯୋଗାଇ ଦେବେ ବୋଲି ସ୍ନାୟୁ ବିଶେଷଜ୍ଞ ଡ଼ ସୂର୍ଯ୍ୟ ପ୍ରକାଶ ଚୌଧୁରୀ ପ୍ରକାଶ କରିଛନ୍ତି।ସ୍ନାୟୁ ଜନିତ ସମସ୍ୟା ନେଇ ଉପାଦେୟ ପରାମର୍ଶ ଦେବା ସହ ରୋଗୀ ସେବା କରିବାର  ଇଚ୍ଛା ଏହା ଦ୍ଵାରା ପୂରଣ ହୋଇଛି ବୋଲି ସେ କହିଛନ୍ତି।


ପ୍ରତିଷ୍ଠାନର ସଭାପତି ବରିଷ୍ଠ ସାମ୍ବାଦିକ ମନୋଜ କୁମାର ମହାପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ସଭାରେ ଅନ୍ୟମାନଙ୍କ ମଧ୍ୟରେ ପ୍ରତିଷ୍ଠାନର ବରିଷ୍ଠ ସଭ୍ୟ ସୂର୍ଯ୍ୟ ନାରାୟଣ ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଶ୍ରୀମଦ୍ ସ୍ଵାମୀ ଦୂର୍ଗେଶ ନନ୍ଦନ ମହାରାଜା,ଅଭିଜ୍ଞ ଫିଜିଓଥେରାଫିଷ୍ଟ ଡ ଏଲିନା ପଟ୍ଟନାୟକ,ବରିଷ୍ଠ ଟ୍ରଷ୍ଟି ବିଶ୍ଵ ରଞ୍ଜନ ଶତପଥୀ,ପ୍ରତିଷ୍ଠାନର କୋଷାଧ୍ୟକ୍ଷ ରଞ୍ଜନ କୁମାର ରାଉତରାୟ ,ବାଞ୍ଛାନିଧି ମଲ୍ଲିକ,ବବିତା ସାହୁ ପ୍ରମୁଖ ଯୋଗଦେଇଥିଲେ ।


ସୂଚନା ଥାଉ କି ମାସର ପ୍ରତ୍ୟେକ ପ୍ରଥମ ଓ ତୃତୀୟ ରବିବାର ସକାଳ ୭ ଘଟିକା ଠାରୁ ୧୧ ଘଟିକା ପର୍ଯ୍ୟନ୍ତ ଅଭିଜ୍ଞ ଡ ଅକ୍ଷୟ ମିଶ୍ର ମଧ୍ୟ ନିଶୁଳ୍କ ହେମୋପାଥି ସେବା ରୋଗୀମାନଙ୍କୁ ଅନୁଷ୍ଠାନ ପରିସରରେ ଯୋଗାଇ ଦେଉଛନ୍ତି । ସେହିପରି ସପ୍ତାହର ପ୍ରତ୍ୟେକ ଶୁକ୍ରବାର,ଶନିବାର,ରବିବାର ସକାଳ ୮ ଘଟିକାରୁ ୧୧ ଘଟିକା ପର୍ଯ୍ୟନ୍ତ ନିଶୁଳ୍କ ଫିଜିଓ ଥେରାପି ସେବା ରୋଗୀମାନଙ୍କୁ ଅଭିଜ୍ଞ ଫିଜିଓଥେରାଫିଷ୍ଟ ଡ ଏଲିନା ପଟ୍ଟନାୟକ ଦ୍ଵାରା ଯୋଗାଇ ଦିଆଯାଉଛି ବୋଲି ଅନୁଷ୍ଠାନର ବରିଷ୍ଠ ସକ୍ରିୟ ସଭ୍ୟ ଶ୍ରୀ ସୂର୍ଯ୍ୟ ନାରାୟଣ ଦାସ ପ୍ରକାଶ କରିଛନ୍ତି । ପୋଖରୀପୁଟ ଏବଂ ଏହାର ଆଖ ପାଖ ଅଞ୍ଚଳର ଯେ କୌଣସି ବ୍ୟକ୍ତି ନ୍ୟୁରୋ  ସହ ଉପରୁକ୍ତ ସମସ୍ତ ନିଶୁଳ୍କ ସେବାର ସୁଯୋଗ ନେଇପାରିବେ ବୋଲି ଅନୁଷ୍ଠାନର ସମ୍ପାଦକ ଶ୍ରୀ ରମେଶ ଚଦ୍ର ଭଦ୍ର ପ୍ରକାଶ କରିବା ସହ ମହାବୀର ବରିଷ୍ଠ ନାଗରିକ ସଂଘ ସଦସ୍ୟ ତଥା କାଳୁନନ୍ଦ ନଗର ଅଧିବାସୀ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ସେ ସମସ୍ତଙ୍କୁ ଓ  ଅତିଥି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Related News

0 Comments

Leave A Reply