ରାଜଧାନୀରେ ଡେଙ୍ଗୁ କୁ ପ୍ରତିହତ କରିବାକୁ ହେବ l ଏହାକୁ ନେଇ ଆଜି ଏକ ଆଲୋଚନା ହୋଇଯାଇଛି l ଭୁବନେଶ୍ବର ମହାନଗର ନିଗମର ମାନନୀୟା ମେୟର ସୁଲୋଚନା ଦାସ ଙ୍କ ସଭାପତିତ୍ବରେ ଏକ ପ୍ରଶିକ୍ଷଣ ଆଜି ବି ଏମ୍ ସି ଏକାମ୍ର ସଭା ଗୃହରେ ଅନୁଷ୍ଟିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବି ଏମ୍ ସି ର ସମସ୍ତ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ, ସମସ୍ତ କର୍ପୋରେଟର ଅଂଶ ଗ୍ରହଣ କରିଥିଲେ l ଅନ୍ୟାନ୍ୟ ଅଂଶଗ୍ରହଣକାରୀ ମାନେ ଥିଲେ, ଫାଇଲେରିଆ ଇନ୍ସିପେକ୍ଟର, ଏସ୍ ଆଇ ଇତ୍ୟାଦି l
ପରିଚ୍ଛନ୍ନତା, ମଶା ଉତ୍ସ ନଷ୍ଟ କରିବା, ନିୟମ ମାନି ଚିକିତ୍ସା ହେବା, ସରକାରୀ ଡାକ୍ତରଖାନାରେ ରକ୍ତ ପରୀକ୍ଷା କରାଇବା ଇତ୍ୟାଦି ଆଲୋଚନା ହୋଇଥିଲା l
ଏହି ଅବସରରେ ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ, ଶ୍ରୀ ରତ୍ନାକର ସାହୁ, ଶ୍ରୀ କୈଳାସ ଚନ୍ଦ୍ର ଦାସ, ଡେପୁଟି ଶ୍ରୀ ଏନ୍ ଗଣେଶ ବାବୁ ରଶ୍ମି ରେଖା ଅମାତ ପ୍ରମୁଖ ଉପସ୍ଥିତ ଥିଲେ l
ସ୍ୱାସ୍ଥ୍ୟ ଓ ପରିମଳ କମିଟି ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଶ୍ରୀ ବିରଞ୍ଚି ନାରାୟଣ ମହାସୁପକାର ଧନ୍ୟବାଦ ଅର୍ପଣ କରିଥିଲେ l