Bisforana:A-total-of-21-thousand-193-beneficiaries-are-receiving-allowance-in-BM-C-area

ବିଏମ୍ ସି ଅଂଚଳରେ ଭତ୍ତା ପାଉଛନ୍ତି ମୋଟ୍ 21 ହଜାର 193 ହିତାଧିକାରୀ

bhubaneswar

 ବିଏମ୍ ସିର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଉପବିଭାଗର ବୈଠକ

ଭୁବନେଶ୍ୱର ମହାନଗର ନିଗମ(ବିଏମ୍ ସି)ମୁଖ୍ୟାଳୟସ୍ଥିତ ଏକାମ୍ର ହଲରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ  ଉପବିଭାଗ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡେପୁଟି ମେୟର ଶ୍ରୀମତୀ ମଂଜୁଲତା କହଁର, ସ୍ୱାସ୍ଥ୍ୟ ଓ ପରିମଳ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ବିରଞ୍ଚି ନାରାୟଣ ମହାସୂପକାର, ଫାଇନାନ୍ସ ଓ ଟାକ୍ସେସନ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ରାଜକିଶୋର ଦାସ, ସ୍ଲମ ସେଟଲମେଣ୍ଟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷା ଶ୍ରୀମତୀ ମହାମାୟା ସ୍ୱାଇଁ, ଓ୍ୱାର୍କ୍ସ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ଶ୍ରୀଧର ବେହେରା, ଅତିରିକ୍ତ କମିଶନର ଶ୍ରୀମତୀ ସସ୍ମିତା ସାହୁ, ସାମାଜିକ ସୁରକ୍ଷା ଉପବିଭାଗ ଉପାୟୁକ୍ତ ଶ୍ରୀମତୀ ସୁଶ୍ରୀତା ଟୁଟୁ ମଂଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବହୁ କର୍ପୋରେଟର ଓ ତିନି ଜୋନର ଜୋନାଲ କମିଶନରମାନେ ଏହି ବୈଠକରେ ଉପସ୍ଥିତ ଥିଲେ । 

ସଂପ୍ରତ୍ତି ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ସମୁଦାୟ 21 ହଜାର 193 ହିତାଧିକାରୀ ସରକାରଙ୍କର ବିଭିନ୍ନ ଯୋଜନାରେ ଭତ୍ତା ପାଉଛନ୍ତି । ସେମାନଙ୍କ ମଧ୍ୟରୁ ମଧୁବାବୁ ପେନସନ ଯୋଜନାରେ 9 ହଜାର 63 ଜଣ ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ବେଳେ 80 ବର୍ଷରୁ ଅଧିକ ବୟସର 737 ଜଣ ଭତ୍ତା ପାଉଛନ୍ତି । ସେହିପରି ମଧୁବାବୁ ପେନସନ ଯୋଜନାରେ 6 ହଜାର 703 ଜଣ ବିଧବା ଭତ୍ତା ପାଉଥିବା ବେଳେ 228 ଜଣ ଛାଡପତ୍ର ଭତ୍ତା ଏବଂ ଅବିବାହିତ ମହିଳା 321 ଜଣ, 23 ଜଣ ଲେପ୍ରୋସି, 253 ଜଣ ଏଡ୍ସ ଆକ୍ରାନ୍ତ 1487 ଜଣ ଦିବ୍ୟାଙ୍ଗ ଭତ୍ତା ପାଉଛନ୍ତି । ସେହିପରି 60ରୁ 79 ପ୍ରତିଶତ ଦିବ୍ୟାଙ୍ଗ ମଧୁବାବୁ ପେନସେନ ଯୋଜନାରେ 1200 ଟଙ୍କା ଲେଖାଏଁ, ମୋଟ 1337 ଜଣ ପାଉଥିବା ବେଳେ 80 ପ୍ରତିଶତରୁ ଅଧିକ 1019 ଦିବ୍ୟାଙ୍ଗ ବ୍ୟକ୍ତି ସେହି ଯୋଜନାରେ 3500 ଟଙ୍କା ଲେଖାଏଁ ଭତ୍ତା ପାଉଛନ୍ତି । 

ମଧୁବାବୁ ପେନସନ ଯୋଜନା ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅଧିନରେ ଯଥାକ୍ରମେ 61 ଏବଂ 255 ଜଣ ହିତାଧିକାରୀ 35, 000 ଟଙ୍କା ଲେଖାଏଁ ଭତ୍ତା ପାଉଛନ୍ତି । ସମ୍ପ୍ରତି ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ମୋଟ 2554 ଜଣ ହିତାଧିକାରୀ ପାଉଥିବା ବେଳେ ଆଇଜିଏନଓଏପି ଅଧିନରେ 441ଜଣ, ଆଇଜିଏନ୍ ଡବ୍ଲ୍ୟପି ଅଧିନରେ 27 ଜଣ ଏବଂ ଆଇଜିଏ୍ଡିପି ଅଧିନରେ 422 ଜଣ ଏବଂ ମଧୁବାବୁ ପେନସନ ଯୋଜନାରେ 1664 ଜଣ,  ଏପରି ମୋଟ 5596 ଜଣ ହିତାଧିକାରୀଙ୍କୁ ଭତ୍ତା ଦିଆଯାଉଛି । 

ଚଳିତ ବର୍ଷ ମୋଟ 591 ଜଣ ନୂତନ ହିତାଧିକାରୀଙ୍କୁ ସାମିଲ କରାଯାଇଛି । ଅନେକ ଲୋକ ଦରଖାସ୍ତ କରିଛନ୍ତି, ଆଗାମୀ ଦିନରେ ସେମାନଙ୍କୁ ମଧ୍ୟ ଏହି ତାଲିକାରେ ସାମିଲ କରାଯିବ । ତେବେ କର୍ପୋରେଟରମାନେ ନିଜ ନିଜ ଓ୍ୱାର୍ଡର ହିତାଧିକାରୀଙ୍କୁ ଚିହ୍ନଟ କାର୍ଯ୍ୟରେ ସହାୟତା କରିବା ପାଇଁ ଅନୁରୋଧ କରାଯାଇଛି । ଯେଉଁ ହିତାଧିକାରୀମାନେ ଇହଲୀଳା ତ୍ୟାଗ କରିଛନ୍ତି, ସେମାନଙ୍କ ସ୍ଥାନରେ ନୂତନ ହିତାଧିକାରୀଙ୍କୁ ସାମିଲ କରିବା ସହ ହିତାଧିକାରୀ ସଂଖ୍ୟା ବୃଦ୍ଧି କରିବା ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ ବୋଲି ମାନନୀୟା ମେୟର ଶ୍ରୀମତୀ ଦାସ ସୂଚନା ଦେଇଛନ୍ତି । 

ଏହି ବୈଠକରେ ଭତ୍ତା ପ୍ରଦାନର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇ ଉପସ୍ଥିତ କର୍ପୋରେଟରମାନଙ୍କ ମତାମତ ଗ୍ରହଣ କରାଯାଇଛି । ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ସାମାଜିକ ସୁରକ୍ଷା ଉପବିଭାଗର ଡେପୁଟି କମିଶନର ଶ୍ରୀମତୀ ସୁଶ୍ରୀତା ଟୁଟୁ ।

0 Comments

Leave A Reply