ବାରହା ଆକ୍ରମଣରେ ଚାଷୀ ମୃତ। ବିଲକୁ ଟମାଟୋ ତୋଳିବାକୁ ଯାଇଥିବା ବେଳେ ବାରହା ଆକ୍ରମଣ କରିଥିଲା।ଏଭଳି ଘଟଣା ବାଙ୍କୀରେ ଦେଖିବାକୁ ମିଳିଛି।ସୁଚନାନୁସାରେ ବିଲକୁ ଟମାଟୋ ତୋଳିବାକୁ ଚାଷୀ ଜଣକ ଯାଇଥିବାବେଳେ ବାରହା ଆକ୍ରମଣରେ ଚାଲି ଯାାଇଥିଲା ଚାଷୀ ଜୀବନ।ସ୍ଥାନୀୟ ଲୋକେ ଏହା ଦେଖି ପୋଲିସକୁ ଖବର ଜଣାଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଁଞ୍ଚି ବାଙ୍କୀ ଉପଖଣ୍ଡ ଡାକ୍ତରଖାନାକୁ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଅଭିଯୋଗ କରିବା ସତ୍ୱେ ମଧ୍ୟ ବନ ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆଯାଉନାହିଁ।ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।