Bisforana:Union-Minister-condoles-the-passing-away-of-Loksevak-Mandal-National-Editor-Niranjan-Rath

ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ

bhubaneswar

ସମାଜସେବାରେ ନିଜକୁ ସମର୍ପିତ କରିଥିଲେ ନିରଞ୍ଜନ ରଥ - ଧର୍ମେନ୍ଦ୍ର ପ୍ରଧାନ

ସେ ଜଣେ ସାଧାରଣ, ମିଷ୍ଟଭାଷୀ ଓ ପରୋପକାରୀ ମଣିଷ ଥିଲେ

ବିଭିନ୍ନ ପଦ ପଦବୀରେ ଥାଇ ମଧ୍ୟ ତାଙ୍କର ଜୀବନଶୈଳୀ ଥିଲା ବହୁତ ସରଳ

‘ନ୍ୟାୟବତୀ’ ପତ୍ରିକାରୁ ଦୈନିକ ‘ସମାଜ’ର ସମ୍ପାଦକ, ପ୍ରକାଶକ ଓ ମୁଦ୍ରାକର ଭାବରେ ତାଙ୍କର ଯୋଗଦାନ ଥିଲା ଅତୁଳନୀୟ

ଭୁବନେଶ୍ୱର,ଜୁନ ୨୦ - ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ନିରଞ୍ଜନ ରଥଙ୍କ ଅକାଳ ବିୟୋଗ ଖବରରେ ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଶ୍ରୀ ପ୍ରଧାନ ଶୋକବାର୍ତ୍ତା କହିଛନ୍ତି ଯେ ଶ୍ରୀ ନିରଞ୍ଜନ ରଥଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସେ ଜଣେ ସାଧାରଣ, ମିଷ୍ଟଭାଷୀ ଓ ପରୋପକାରୀ ମଣିଷ ଥିଲେ । ବିଭିନ୍ନ ପଦ ପଦବୀରେ ଥାଇ ମଧ୍ୟ ତାଙ୍କର ଜୀବନଶୈଳୀ ଥିଲା ବହୁତ ସରଳ । ଅନେକ ସମୟରେ ତାଙ୍କ ସହ ମୋର ଦେଖା ସାକ୍ଷାତ୍ ହୋଇଛି । ‘ନ୍ୟାୟବତୀ’ ନାମକ ଏକ ପତ୍ରିକାର ସଂସ୍ଥାପକ ଓ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ । ପରବର୍ତ୍ତୀ ସମୟରେ ଲୋକସେବକ ମଣ୍ଡଳରେ ଯୋଗଦେଇ ଦୈନିକ ‘ସମାଜ’ର ସମ୍ପାଦକ, ପ୍ରକାଶକ ଓ ମୁଦ୍ରାକର ଭାବରେ ତାଙ୍କର ଯୋଗଦାନ ଥିଲା ଅତୁଳନୀୟ । ଜିମ୍‌ସାରର ଅଧ୍ୟକ୍ଷ, ‘ସମାଜ’ ରିଲିଫ କମିଟିର ମୁଖ୍ୟ, ସହିତ ବିଭିନ୍ନ ସେବାମୂଳକ ଅନୁଷ୍ଠାନ ସହିତ ସମ୍ପୃକ୍ତ ଥିଲେ । ଜଣେ ନିଷ୍ଠାବାନ ବ୍ୟକ୍ତି ଭାବରେ ବେଶ୍‌ ସୁନାମ ଅର୍ଜନ କରିଥିଲେ । 

ସାମ୍ବାଦିକତା, ଓକିଲାତି କରିବା ସହିତ ସମାଜସେବାରେ ସେ ଯେଉଁ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ, ତାହା ଚିର ସ୍ମରଣୀୟ ହୋଇରହିବ । ଶ୍ରୀ ପ୍ରଧାନ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

0 Comments

Leave A Reply