Bisforana:Shabbir-Shahs-bail-application-rejected

ଶବ୍ବୀର ଶାହଙ୍କ ଜାମିନ ଆବେଦନ ଖାରଜ

bhubaneswar

 

ନୁଆଦିଲ୍ଲୀ 12 ଜୁନ -ଦିଲ୍ଲୀ ହାଇକୋର୍ଟ ଆତଙ୍କୀ ପାଣ୍ଠି ମାମଲାରେ ଜେଲରେ ବନ୍ଦ ବିଚ୍ଚିନ୍ନତାବାଦୀ  ନେତା ଶବ୍ବୀର ଶାହଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି।ଜଷ୍ଟିସ ନବୀନ ଚାୱଲାଙ୍କ ନେତୃତ୍ୱାଧୀନ ବେକେଶନ ବେଞ୍ଚ ଆବେଦନକୁ ଖାରଜ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଶବିର ଶାହଙ୍କ ଓକିଲ କାଳିନ ଗୋଞ୍ଜାଲ୍ୱେସ ଶୁଣାଣୀ ସମୟରେ କହିଥିଲେ ଯେ ଏହି ମାମଲାରେ ଚାର୍ଜସିଟ ଦାଖଲ କରାଯାଇଛି ଏବଂ ତଦନ୍ତ ସମାପ୍ତ ହୋଇଛି।ଏନଆଇଏର ପ୍ରଥମ ସପ୍ଲିମେଣ୍ଟାରୀ ଚାର୍ଜସିଟରେ ଶବ୍ବୀର ଶାହଙ୍କ ବିଷୟରେ  କୌଣସି ଉଲ୍ଲେଖ ନାହିଁ।ଏହି ମାମଲାରେ ଶୀଘ୍ର ଶୁଣାଣୀ ସମାପ୍ତ ହେବାର ଆଶା କରାଯାଉନାହିଁ କାରଣ ଏହି ମାମଲାରେ 400 ଜଣ ସାକ୍ଷୀ ଅଛନ୍ତି।ଏହା ପୁର୍ବରୁ ପଟିଆଲା ହାଉସ କୋର୍ଟ ଶବ୍ବୀର ଶାହଙ୍କ ଜାମିନ ଆବେଦନ ଖାରଜ କରିଦେଇଥିଲେ।ଶବ୍ବୀର ଶାହ ପଟିୟାଲା ହାଉସ କୋର୍ଟର ଆଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।

0 Comments

Leave A Reply