Bisforana:Review-on-Ebola-disease-no-suspected-cases-have-been-identified-in-the-country

ଇବୋଲା ରୋଗ ଉପରେ ସମୀକ୍ଷା ବୈଠକ , ଦେଶରେ କୌଣସି ସନ୍ଦିଗ୍ଧ କେସ ଚିହ୍ନଟ ହୋଇନାହିଁ

bhubaneswar

ରାଜ୍ୟ ସଚିବାଳୟରେ ଆଜି ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଇବୋଲା ଭାଇରସ୍‌ ସମ୍ଭାବ୍ୟ ସଂକ୍ରମଣ ପ୍ରତିରୋଧ ଓ ପ୍ରସ୍ତୁତି ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ରାଜ୍ୟରେ ସତର୍କତାମୂଳକ ପଦକ୍ଷେପ, ଏଥିପାଇଁ ଆବଶ୍ୟକ ସ୍ୱାସ୍ଥ୍ୟ ବ୍ୟବସ୍ଥାର ପ୍ରସ୍ତୁତି ଓ ଆବଶ୍ୟକ ଚିକିତ୍ସା ସୁବିଧା ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। 

ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜ୍ୟର ସମସ୍ତ ବିମାନବନ୍ଦରରେ ସ୍କ୍ରିନିଂ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେ ସନ୍ଦିଗ୍ଧ ରୋଗୀଙ୍କ ଚିହ୍ନଟ, ଆଇସୋଲେସନ୍ ୱାର୍ଡର ପ୍ରସ୍ତୁତି, ଔଷଧ ଓ ସୁରକ୍ଷା ସାମଗ୍ରୀର ଉପଲବ୍ଧତା ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ |

ବୈଠକରେ ଜନସାଧାରଣଙ୍କ ମଧ୍ୟରେ ଇବୋଲା ଭାଇରସ୍‌ ସମ୍ପର୍କିତ ସଚେତନତା ବୃଦ୍ଧି, ଭୟ ଓ ଗୁଜବକୁ ଦୂର କରିବା ପାଇଁ ସଠିକ୍ ସୂଚନା ପ୍ରଚାର କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଥିଲା ।

ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାର ଯେକୌଣସି ସମ୍ଭାବ୍ୟ ସ୍ୱାସ୍ଥ୍ୟ ଜରୁରୀ ପରିସ୍ଥିତିକୁ ସମ୍ମୁଖୀନ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ଏବଂ ଲୋକମାନଙ୍କୁ ଅଯଥା ଭୟଭୀତ ନହୋଇ ସଚେତନ ରହିବାକୁ ଅନୁରୋଧ କରିଥିଲେ ।

ବୈଠକରେ ସ୍ୱାସ୍ଥ୍ୟ ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ଵତୀ ଏସ., ଏନଏଚଏମ ଏମଡି ଡ଼. ବୃନ୍ଦା ଡ଼ି,  ସ୍ୱତନ୍ତ୍ର ସଚିବ ଡ଼ ବିଜୟ ମହାପାତ୍ର , ସ୍ୱତନ୍ତ୍ର ସଚିବ ଡ଼ ନୀଳକଣ୍ଠ ମିଶ୍ର , ଭୁବନେଶ୍ୱର ଏୟାରପୋର୍ଟ ର ଡ଼ିଜିଏମ ଅପରେସନ ଉମାକାନ୍ତ ପଟେଲ , ବରିଷ୍ଠ ଅଧିକାରୀ, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।

0 Comments

Leave A Reply